ETV Bharat / bharat

‘ସଂକ୍ରମିତ ନେଇଥିବା ଗୋଟିଏ ଡୋଜ କୋଭ୍ୟାକ୍ସିନ, ଅଣସଂକ୍ରମିତଙ୍କ 2ଡୋଜ ଟିକା ସହ ସମାନ’

author img

By

Published : Aug 28, 2021, 9:22 PM IST

କୋଭିଡ ସଂକ୍ରମଣରୁ ସୁସ୍ଥ ହେବା ପରେ ସଂକ୍ରମିତ ଗ୍ରହଣ କରିଥିବା ଏକ ଡୋଜ କୋଭ୍ୟାକ୍ସିନ ଟିକା ଅଣସଂକ୍ରମିତଙ୍କ ୨ଡୋଜ ଟିକା ସମାନ ପରିମାଣର ଆଣ୍ଟିବଡି ବିକଶିତ କରିବାରେ ସକ୍ଷମ । ସୂଚନା ଦେଲା ICMR । ଅଧିକ ପଢନ୍ତୁ...

‘ସଂକ୍ରମିତ ନେଇଥିବା ଗୋଟିଏ ଡୋଜ କୋଭ୍ୟାକ୍ସିନ ,ଅଣସଂକ୍ରମିତଙ୍କ 2ଡୋଜ ଟିକା ସହ ସମାନ’

ନୂଆଦିଲ୍ଲୀ: କୋଭିଡ ସଂକ୍ରମଣରୁ ସୁସ୍ଥ ହେବା ପରେ ସଂକ୍ରମିତ ଗ୍ରହଣ କରିଥିବା ଏକ ଡୋଜ କୋଭ୍ୟାକ୍ସିନ ଟିକା ଅଣସଂକ୍ରମିତଙ୍କ ଦୁଇ ଡୋଜ କୋଭ୍ୟାକ୍ସିନ ଟିକା ପରିମାଣର ଆଣ୍ଟିବଡି ବିକାଶିତ କରିବାରେ ସକ୍ଷମ ହୋଇପାରୁଛି । ଏନେଇ ନିକଟରେ ହୋଇଥିବା ଏକ ଗବେଷଣାରୁ ତଥ୍ୟ ମିଳିଥିବା ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ICMR) ଘୋଷଣା କରିଛି ।

ହୋଇଥିବା ଅନୁଧ୍ୟାନରୁ ଏହା ସ୍ପଷ୍ଟ ଜଣାପଡିଛି ଯେ, ସଂକ୍ରମିତ ବ୍ୟକ୍ତି କୋଭ୍ୟାକ୍ସିନର ଗୋଟିଏ ଡୋଜ ଟିକା ନେବା ପରେ ସେମାନଙ୍କ ଶରୀରରେ ସ୍ବାଭାବିକ ଠାରୁ ଅଧିକ ପରିମାଣର ଆଣ୍ଟିବଡି ବିକଶିତ ହୋଇଥିବା ଦେଖିବାକୁ ମିଳୁଛି । ଯାହାର ପରିମାଣ ଅଣସଂକ୍ରମିତଙ୍କ ଦୁଇ ଡୋଜ ଟୀକାର ଆଣ୍ଟିବଡି ସହ ସମାନ ହେବ । ତଥ୍ୟ ସମ୍ପର୍କରେ ICMR ବୈଜ୍ଞାନିକ ତଥା ସଂସ୍ଥାର ଗଣମାଧ୍ୟମ ସଂଯୋଜକ ଲୋକେଶ ବର୍ମା ଏହି ସୂଚନା ଦେଇଛନ୍ତି ।

ଏହି ପାଇଲଟ୍ ଅଧ୍ୟୟନରେ SARS-CoV-2 ସଂକ୍ରମିତ ହୋଇ କୋଭ୍ୟାକ୍ସିନର ପ୍ରଥମ ଡୋଜ ନେଇଥିବା ବ୍ୟକ୍ତିବିଶେଷଙ୍କ ଆଣ୍ଟିବଡି ପରିମାଣକୁ ସଂକ୍ରମିତ ନ ହୋଇ ୨ୟ ଡୋଜ ଟିକା ଗ୍ରହଣ କରିଥିବା ବ୍ୟକ୍ତିଙ୍କ ପ୍ରତିରୋଧକ ଶକ୍ତି ସହ ତୁଳନା କରାଯାଇଥିଲା । ଫେବୃଆରୀରୁ ମେ‘ 2021 ମଧ୍ୟରେ ଚେନ୍ନାଇର ଟୀକାକରଣ କେନ୍ଦ୍ରରେ BBV152 ଟିକା ଗ୍ରହଣ କରିଥିବା ସ୍ବାସ୍ଥ୍ୟକର୍ମୀ ତଥା ଫ୍ରଣ୍ଟଲାଇନ କର୍ମଚାରୀଙ୍କ ଠାରୁ ଏହି ରକ୍ତ ନମୁନା ସଂଗ୍ରହ କରାଯାଇ ଅନୁଧ୍ୟାନ ଆରମ୍ଭ କରାଯାଇଥିଲା । ଏହି ଅଧ୍ୟୟନକୁ ICMR-NIRT କମିଟି ଅନୁମୋଦନ କରିଛି । ତେବେ ଏପରି ସୂଚନା ମିଳିବା ପରେ ସାମାନ୍ୟ ଆଶ୍ବସ୍ତି ମିଳିଥିବା କୁହାଯାଉଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.