ଲକ୍ଷ୍ନୌ : ନୂଆଦିଲ୍ଲୀ-ଲକ୍ଷ୍ନୌ ଶତାବ୍ଦୀ ଟ୍ରେନ ନମ୍ବର 2004ର ବ୍ରେକ ଓ୍ବାନରେ ଶନିବାର ସକାଳ ସମୟରେ ଗାଜିଆବାଦ ରେଳ ଷ୍ଟେସନ ଠାରେ ନିଆଁ ଲାଗି ଯାଇଛି । ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଉତ୍ତର ରେଳବାଇ ଦ୍ବାରା ଏହାର ସମ୍ପୂର୍ଣ୍ଣ ଯାଞ୍ଚ ପାଇଁ ତିନୋଟି ଟିମ ଗଠନ କରାଯାଇଛି ।
ଉତ୍ତର ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଦୀପକ କୁମାର କହିଛନ୍ତି ଯେ, ଦିଲ୍ଲୀ ଆରପିଏଫଙ୍କ ନେତୃତ୍ବରେ ସମ୍ପୂର୍ଣ୍ଣ ଘଟଣାର ଯାଞ୍ଚ ପାଇଁ 3ଟି ଟିମ ଗଠନ କରାଯାଇଥିଲା । ନୂଆଦିଲ୍ଲୀ ରେଲଓ୍ବେ ଷ୍ଟେସନସ୍ଥିତ ପାର୍ସଲ କାର୍ଯ୍ୟାଳୟର ଅନୁସନ୍ଧାନ କରିବା ପାଇଁ ଏକ ଟିମ ଗଠନ କରାଯାଇଥିଲା ଏବଂ ଗାଜିଆବାଦ ରେଲଓ୍ବେ ଷ୍ଚେସନ ଯେଉଁଠାରେ ଘଟଣା ଘଟିଥିଲା ସେଠାରେ ଯାଞ୍ଚ ପାଇଁ ଦ୍ବିତୀୟ ଟିମକୁ ଲଗାଯାଇଥିଲା ।
ତୃତୀୟ ଟିମକୁ ପ୍ରମାଣ ସଂଗ୍ରହ ଏବଂ ସିସିଟିଭି ଯାଞ୍ଚର ଦାୟିତ୍ବ ଦିଆଯାଇଥିଲା । ଅନୁସନ୍ଧାନ ବେଳେ ଜଣାପଡିଥିଲା ଯେ, ଦହନଶୀଳ ସାମଗ୍ରୀ, ବ୍ଲୁଟୁଥ୍ ବ୍ୟାଟେରୀ ସହିତ ଅନେକ ସାମଗ୍ରୀ ବ୍ରେକ୍ ୱାନରେ ରଖାଯାଇଥିଲା ।
ଅନୁସନ୍ଧାନ ବେଳେ ଆହୁରି ଜଣାପଡିଛି ଯେ, ଏକ ଲୋଡିଂ କମ୍ପାନୀର ମ୍ୟାନେଜର ଜ୍ଞାନେନ୍ଦ୍ର ପାଣ୍ଡେ ଏହି ଜିନିଷଗୁଡ଼ିକର ପରିଚୟ ଲୁଚାଇ ଟ୍ରେନରେ ଲୋଡ୍ କରିଛନ୍ତି । ଏହା ପରେ ଜ୍ଞାନେନ୍ଦ୍ର ପାଣ୍ଡେଙ୍କୁ ଗିରଫ କରାଯାଇଛି ଏବଂ ଆଇନଗତ ବିଭାଗ ଅଧୀନରେ ମାମଲା ଦାୟର କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ