ETV Bharat / bharat

ସୁପାରୀ କିଲର ବିଜ୍ଞାପନ ଦେଇ ଯୁବକ ଗିରଫ

ପଶ୍ଚିମବଙ୍ଗରେ ଜଣେ ବ୍ୟକ୍ତି ସୁପାରୀ କିଲର ବିଜ୍ଞାପନ ପତ୍ର ଦେଇ ରିରଫ ହୋଇଛନ୍ତି ।ଏହି ବିଜ୍ଞାପନରେ ସୁପାରୀ କିଲକରର ଫଟୋ ଥିବା ବେଳେ ଯୋଗାଯୋଗ ପାଇଁ ଫୋନ୍ ନମ୍ବର ଥିବା ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ....

ସୁପାରୀ କିଲର ବିଜ୍ଞାପନ ଦେଇ ଯୁବକ ଗିରଫ
ସୁପାରୀ କିଲର ବିଜ୍ଞାପନ ଦେଇ ଯୁବକ ଗିରଫ
author img

By ETV Bharat Odisha Team

Published : Sep 6, 2023, 8:58 PM IST

କୋଲକତା: ପଶ୍ଚିମବଙ୍ଗରେ ଜଣେ ବ୍ୟକ୍ତି ସୁପାରୀ କିଲର ବିଜ୍ଞାପନ ପତ୍ର ଦେଇ ରିରଫ ହୋଇଛନ୍ତି । ଗତ ସେପ୍ଟେମ୍ବର ମାସରେ ପଶ୍ଚିମବଙ୍ଗ ଧର୍ମତାଲା ଅଞ୍ଚଳରେ ଏକ ଅଭାବନୀୟ ବିଜ୍ଞାପନ ଦେଖିବାକୁ ମିଳିଥିଲା । ଏହି ବିଜ୍ଞାପନରେ ହତ୍ୟା କରିବା ପାଇଁ ସୁପାରୀ କିଲର ସହ ଯୋଗାଯୋଗ କରିବା ପାଇଁ କୁହାଯାଇଥିଲା ଯାହା ସମସ୍ତଙ୍କୁ ଚକିତ କରିଥିଲା । ଏହି ବିଜ୍ଞାପନରେ ସୁପାରୀ କିଲରର ଫଟୋ ଥିବା ବେଳେ ଯୋଗାଯୋଗ ପାଇଁ ଫୋନ୍ ନମ୍ବର ଥିବା ଦେଖିବାକୁ ମିଳିଥିଲା ।

ବିଜ୍ଞାପନ ପତ୍ରରେ ହାପ୍‌ ମର୍ଡର୍ ଏବଂ ମର୍ଡର ପାଇଁ ଯୋଗାଯୋଗ କରିବା ପାଇଁ କୁହାଯାଇଥିଲା । ଯାହା ସାରା ଅଞ୍ଚଳରେ ଚର୍ଚ୍ଚାରେ ବିଷୟ ପାଲଟିଥିଲା । ପୋଲିସ ଏହି ଘଟଣା ସମ୍ପୃକ୍ତ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ପାଖରୁ ବହୁ ମାରଣା ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ପୋଲିସ ସୂଚନା ଦେଇଛି ।

ପଶ୍ଚିମବଙ୍ଗ ଧର୍ମତାଲା ଅଞ୍ଚଳରେ ଏକ ସୁପାରୀ କିଲର ବିଜ୍ଞାପନ ପତ୍ର ସବୁ ଜାଗାରେ ଦେଖିବାକୁ ମିଳିଥିଲା । ଏଥିରେ ହାପ୍‌ ମର୍ଡର ଏବଂ ମର୍ଡର କରିବା ପାଇଁ ବିଜ୍ଞାପନ ଦିଆଯାଇଥିଲା । ପୋଲିସ ଏହି ଘଟଣାରେ ଏକ ସ୍ବତନ୍ତ୍ର କମିଟି ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ଗତ ସୋମବାର ଦିନ ସବ୍-ଇନ୍ସପେକ୍ଟର ରଞ୍ଜିତ ଚକ୍ରବର୍ତ୍ତୀଙ୍କ ନେତୃତ୍ବରେ ଧରମତାଲା ଗାଁରେ ଚଢାଉ କରି ମୋର୍ସେଲିମ୍ ମୋଲା ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା । ସର୍ଚ୍ଚ ଅପରେସନ ବେଳେ ମୋଲାଙ୍କ ଘରରୁ ଦୁଇ ରାଉଣ୍ଡ ଗୁଳି ସହ ଦେଶୀ ବନ୍ଧୁକ ଜବତ କରାଯାଇଥିଲା । ମଙ୍ଗଳବାର ଅପରାହ୍ନରେ ଅଭିଯୁକ୍ତକୁ ଆଲିପୋର କୋର୍ଟରେ ହାଜର କରାଯାଇଥିଲା । ଏହା ପରେ ପୋଲିସ 7 ଦିନ ରିମାଣ୍ଡରେ ଆଣି ଆଧିକ ତଦନ୍ତ କରୁଥିବା ଜଣା ପଡ଼ିଛି ।

ଏହା ମଧ୍ୟ ପଢନ୍ତୁ ....ବିଜେପି ନେତାଙ୍କ ଜଘନ୍ୟ କାଣ୍ଡ: ନାବାଳିକାକୁ ଦୁଷ୍କର୍ମ କଲେ, ବିରୋଧ କରିବାରୁ ବାପାର ଜୀବନ ନେଲେ

ପୋଲିସ ସୂଚନା ଅନୁସାରେ ଗତ ବର୍ଷ ଅଗଷ୍ଟ ମାସରେ ଅଭଯୁକ୍ତ ମୋର୍ସେଲିମ୍ ମୋଲା ବେଆଇନ୍ ଅସ୍ତ୍ରଶସ୍ତ୍ର କାରବାରରେ ମଧ୍ୟ ରିରଫ ହୋଇଥିବା ଜଣାପଡ଼ିଛି । ଏଥି ସହିତ ଅଭଯୁକ୍ତର ମାମୁଁ କିଛି ବର୍ଷ ପୂର୍ବରୁ ଗୋପାଳପୁର ଗ୍ରାମପଞ୍ଚାୟତ ଅଞ୍ଚଳରେ ଜଣେ ପଞ୍ଚାୟତ ସଦସ୍ୟଙ୍କ ସମେତ ତିନି ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତର ମାମୁଁ ରଫିକ ସର୍ଦ୍ଦାର ଏହି ହତ୍ୟାକାଣ୍ଡ ଭିଆଇଥିଲା । ଯେଉଁଥିରେ ସମ୍ପୃକ୍ତ ଥିଲା ମୋର୍ସେଲିମ୍ ମୋଲା । ତଦନ୍ତ ପରେ ପୋଲିସ ମୋଲାକୁ ମଧ୍ୟ ଗିରଫ କରିଥିଲା । ତେବେ ସେହି ସମୟରେ ସେ ନାବାଳକ ଥିବାରୁ ସହଜରେ ଜାମିନ ପାଇ ଯାଇଥିଲା । ଏହାପରେ ସେ ସ୍ଥାନୀୟ ଲୋକଙ୍କୁ ଭୟବୀତ କରୁଥିବା ଅଭିଯୋଗ ହୋଇଛି । ପୋଲିସ ତଦନ୍ତ ବେଳେ ଅଭିଯୁକ୍ତ ମୋର୍ସେଲିମ୍ ମୋଲା ସୁପାରୀ କିଲର ବିଜ୍ଞାପନ ପତ୍ର ବଣ୍ଟନ କରିଥିବା ସ୍ୱୀକାର କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.