ନୂଆଦିଲ୍ଲୀ: ଭାରତରେ ଆରମ୍ଭ ହୋଇଥିବା ଟିକାକରଣର ପ୍ରଥମ ଦିନରେ 2,07,229 ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି । ଯାହା ପ୍ରଥମ ଦିନରେ ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସରେ ହୋଇଥିବା ଟିକାକରଣ ଠାରୁ ଅଧିକ ବୋଲି କହିଛି ସ୍ବାସ୍ଥ୍ୟମନ୍ତ୍ରଣାଳୟ ।ଏହି ବିଶ୍ବର ସର୍ବବୃହତ ଟିକାକରଣ କୁହାଯାଉଥିବା ବେଳେ ଏଥିରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ 3 କୋଟି ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରିବାର ପ୍ରକ୍ରିୟା ଆରମ୍ଭ କରିଛି ଭାରତ । ସେହିପରି ଆଜି ଟୀକାକରଣର ଦ୍ବିତୀୟ ଦିନରେ ଦେଶରେ ମୋଟ 553 ଟିକା ଗ୍ରହଣ କେନ୍ଦ୍ରରେ ମୋଟ 17,072 ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯାଇଛି ।
ଗତକାଲି ଏବଂ ଆଜି ଟିକା ଗ୍ରହଣ ପରବର୍ତ୍ତୀ ସମସ୍ୟା ବାବଦରେ ମୋଟ 447 ମାମଲା ସାମ୍ନାକୁ ଆସିଛି । ଏପରି ସମସ୍ୟା ଦେଖାଯାଇଥିବା ସ୍ଥଳେ ଉକ୍ତ ବ୍ୟକ୍ତି ମାନଙ୍କୁ ହସ୍ପିଟାଲରେ ରଖାଯାଇ ନିରୀକ୍ଷଣରେ କରାଯାଉଛି । ଆଜି ଟିକାକରଣର ଦ୍ବିତୀୟ ଦିନରେ ଦେଶରେ ମାତ୍ର 6 ଟି ରାଜ୍ୟ ଟିକାକରଣ ଅଭିଯାନ କରିଛନ୍ତି ।
ଏହି 6 ରାଜ୍ୟର ମୋଟ 553 କେନ୍ଦ୍ରରେ ଆଜି ମୋଟ 17,ହଜାର 72 ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି । ଗତକାଲି ଓ ଆଜର ସଂଖ୍ୟାକୁ ମିଶାଇ ସମୁଦାୟ 2 ଲକ୍ଷ 24 ହଜାର 301 ଆଗଧାଡିର କୋଭିଡ ଯୋଦ୍ଧାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଟୀକାକରଣ କରାଯାଇଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡାକ୍ତର ମନୋହର ଅଗ୍ନିନୀ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ