ଶ୍ରୀନଗର: ନୂଆବର୍ଷରେ ଦେବା ଦେବୀଙ୍କୁ ଦର୍ଶନ କରି ସୁଖ ଶାନ୍ତି ମନାଷିଥାନ୍ତି ଲୋକେ । ଏଥିପାଇଁ ପ୍ରତିବର୍ଷ ନବବର୍ଷର ପ୍ରଥମ ଦିନରେ ମନ୍ଦିରଗୁଡିକରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥାଏ । ହେଲେ ଚଳିତ ବର୍ଷ କୋରୋନା ମହାମାରୀ କାରଣରୁ ଅନେକ ଲୋକେ ସାମାଜିକ ଦୂରତା ନିୟମକୁ ମାନୁଛନ୍ତି । ତଥାପି ନୂଆବର୍ଷର ପ୍ରଥମ ଦିନ ଅର୍ଥାତ ଶୁକ୍ରବାର ଜମ୍ମୁ ଓ କାଶ୍ମୀରର ବୈଷ୍ଣୋ ଦେବୀ ମନ୍ଦିରରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି ।
ମା' ବେଷ୍ଣୋ ଦେବୀଙ୍କ ମନ୍ଦିରରେ ନୂଆବର୍ଷର ପ୍ରଥମ ଦିନରେ 15 ହଜାର ଭକ୍ତଙ୍କ ଭିଡ ଜମିଥିଲା । ସେହିପରି ବେସ୍ କ୍ୟାମ୍ପ କ୍ୟାଟ୍ରା ଠାରେ ଭକ୍ତମାନଙ୍କ ଦ୍ୱାରା ପ୍ରସାଦ ଭଣ୍ଡାରର ଆୟୋଜନ କରାଯାଇଥିଲା । ଏଠାରେ ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଭକ୍ତମାନେ ଦିନସାରା ପ୍ରସାଦ ସେବନର ସୁଯୋଗ ପାଇଥିଲେ । ହରିୟାଣାର ଭକ୍ତମାନଙ୍କ ଦ୍ୱାରା ଏହି ବିଶାଳ ପ୍ରସାଦ ଭଣ୍ଡାର ଆୟୋଜନ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ