ETV Bharat / bharat

ଖାତାକୁ ଆସିଲା PM-KISANର ୧୦ମ କିସ୍ତି, ରାସାୟନିକ ଦ୍ରବ୍ୟ ବ୍ୟବହାର ନକରିବାକୁ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

author img

By

Published : Jan 1, 2022, 5:41 PM IST

PM-KISANର ୧୦ମ କିସ୍ତି ରିଲିଜ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚାଷୀଙ୍କୁ ଦେଲେ ରାସାୟନିକ ଦ୍ରବ୍ୟ ମୁକ୍ତ କୃଷି ପ୍ରଣାଳୀର ପରାମର୍ଶ । ଅଧିକ ପଢନ୍ତୁ

ଖାତାକୁ ଆସିଲା PM-KISAN ର ୧୦ମ କିସ୍ତି, ରାସାୟନିକ ଦ୍ରବ୍ୟ ବ୍ୟବହାର ନକରିବାକୁ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ: ପୃଥିବୀକୁ ସୁରକ୍ଷିତ ରଖିବା ପାଇଁ ହେଲେ ଚାଷରେ ରାସାୟନିକ ଦ୍ରବ୍ୟର ବ୍ୟବହାର ରୋକିବା ସହ ଜୈବିକ କୃଷିକୁ ଆପଣାଇବାକୁ ପଡିବ ବୋଲି ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି (ଶନିବାର) ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN)ର ୧୦ମ କିସ୍ତି ରିଲିଜ କରିବା ଅବସରରେ ଏପରି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପୃଥିବୀକୁ ସୁରକ୍ଷିତ ଗ୍ରହ ଭାବେ ରଖିବାକୁ ହେଲେ ଚାଷକାମରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ପଡିବ । ଅଧିକ ଉତ୍ପାଦନ ପାଇଁ ଚାଷରେ ବ୍ୟବହାର କରାଯାଉଥିବା ରାସାୟନିକ ସାମଗ୍ରୀ ପରିବର୍ତ୍ତେ ଜୈବିକ ପ୍ରଣାଳୀରେ ଚାଷ କାର୍ଯ୍ୟ କରାଯିବାର ଆବଶ୍ୟକତା ରହିଛି । ତେଣୁ ଭାରତ ସରକାର ଗତବର୍ଷରୁ ଜୈବିକ କୃଷିକୁ ପ୍ରତ୍ସାହିତ କରିବା ପାଇଁ ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏବେ ଆମେ ଏକ ନୂତନ ବର୍ଷରେ ପ୍ରବେଶ କରିଛୁ, ତେଣୁ ଆମେ ନିଜେ ଏହି ନୂଆ ଆହ୍ବାନର ଏକ ଅଂଶ ହେବା ଆବଶ୍ୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଆଜି ନୂଆବର୍ଷ ଅବସରରେ ଦେଶର କୃଷକଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମାନ ନିଧିର ୧୦ମ କିସ୍ତି ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ୧.୮ ଲକ୍ଷ କୋଟି ଟଙ୍କାର ପ୍ରତ୍ସାହନ ରାଶି କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । PMO ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ଦଶମ କିସ୍ତିରେ ହିତାଧିକାରୀଙ୍କୁ 20,000 କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯିବ । 10 କୋଟିରୁ ଅଧିକ ହିତାଧିକାରୀ କୃଷକ ପରିବାରକୁ ଏହି ରାଶିର ଲାଭ ଉଠାଇ ପାରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ସେହିପରି ପ୍ରାୟ ୧୪ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଇକ୍ୟୁଟି ଗ୍ରାଣ୍ଟ ମଧ୍ୟ ମଧ୍ୟ ରିଲିଜ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିରେ ପ୍ରାୟ ୩୫୧ ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନରେ ସାମିଲ ଥିବା ୧ କୋଟି ୨୪ ଲକ୍ଷ କୃଷକ ମଧ୍ୟ ଉପକୃତ ହେବା ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ନୂଆବର୍ଷରେ ମିଳିବ PM-KISAN ଦଶମ କିସ୍ତି

PM-KISAN ଯୋଜନା ଅଧୀନରେ, ଯୋଗ୍ୟ ହିତାଧିକାରୀ କୃଷକ ପରିବାରକୁ ବାର୍ଷିକ 6,000 ଟଙ୍କା ଆର୍ଥିକ ସୁବିଧା ପ୍ରଦାନ କରାଯାଇଛି । ଯାହା ପ୍ରତ୍ୟେକ ଚାରି ମାସର ବ୍ୟବଧାନରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ 2,000 ଟଙ୍କା ଟ୍ରାନ୍ସଫର କରାଯିବାର ପ୍ରାବଧାନ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୋଜନାରେ 1.6 ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି କୃଷକ ପରିବାରକୁ ହସ୍ତାନ୍ତର କରାଯାଇ ସାରିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.