କୋଲକାତା: ରାଲି ବେଳେ ଚିହିକି ଉଠିଲେ ସାଂସଦ ନୁସରତ ଜାହାଁ। ପଶ୍ଚିମବଙ୍ଗରେ ରୋଡ ଶୋ’ କରୁଥିବାବେଳେ ହଠାତ ଚିଡିଗଲେ ସାଂସଦ । ଘଣ୍ଟାଏରୁ ଅଧିକ ସମୟ ଧରି ପ୍ରଚାର କରିବାରୁ ସେ ରାଗି ଯାଇଛନ୍ତି । ଯାହାର ଏକ ଭିଡିଓ ବିଜେପି ସେୟାର କରିଛି ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ପାଣିପାଗ ସରଗରମ ରହିଛି । ଜୋରସୋରରେ ଚାଲିଛି ପ୍ରଚାରପ୍ରସାର । ଟିଏମସ ସାଂସଦ ନୁସରତ ଜାହାଁ ମଧ୍ୟ ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । ଭୋଟ ହାତେଇବାକୁ ସେ ପ୍ରଚାର କରୁଛନ୍ତି । ପଶ୍ଚିମବଙ୍ଗରେ ଏକ ରୋଡ ଶୋ’ କରୁଥିବାବେଳେ ନୁସରତଙ୍କ ଏକ ଭିଡିଓକୁ ସେୟାର କରିଛି ବିଜେପି ।
25 ସେକେଣ୍ଡର ଏହି ଭିଡିଓରେ ନୃସରତଙ୍କ ଜଣେ ବ୍ୟକ୍ତି ବାରମ୍ବାର ରୋଡ’କୁ ଯିବାକୁ ଅନୁରୋଧ କରୁଛନ୍ତି । ଏହାକୁ ପ୍ରତ୍ୟାଖ୍ୟାନ କରିବାକୁ ନୁସରତ ହଠାତ ଚିଡି ଯାଇଥିଲେ । ଘଣ୍ଟାଏରୁ ଅଧିକ ସମୟ ସେ ପ୍ରଚାର କରିପାରିବେ ନାହିଁ ବୋଲି କହିଥିଲେ । ଏପରିକି ସେ କେବେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ମଧ୍ୟ ଘଣ୍ଟାଏରୁ ଅଧିକ ସମୟ ପ୍ରଚାର କରିନଥିବା କହିଛନ୍ତି । ଏହା ପରେ ଉକ୍ତ ବ୍ୟକ୍ତି ଜଣକ ମେନ ରୋଡ ମାତ୍ର ଅଧା କିଲୋ ମିଟର ବାଟ କହିଥିଲେ । ଯାହାକୁ ସାଂସଦ ମନା କରି ଗାଡିରୁ ଓହ୍ଲାଇ ଯାଇଥିଲେ । ଭିଡିଓଟି କେବେ ଓ କେଉଁ ତାରିଖରେ ତାହା ସ୍ପଷ୍ଟ ହୋଇପାରିନାହିଁ । ନନ୍ଦିଗ୍ରାମରୁ ଉଭୟ ବିଜେପି ଓ ଟିଏମସି ନିଜର ଦଳୀୟ ପ୍ରଚାର ପାଇଁ ଷ୍ଟାର ପ୍ରଚାରଙ୍କୁ ଓହ୍ଲାଇଛନ୍ତି । ନନ୍ଦିଗ୍ରାମରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପି ପକ୍ଷରୁ ଶୁଭେନ୍ଦୁ ଅଧିକାରୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏକ ହାଇଭୋଲଟେଜ ଲଢେଇ ଦେଖିବାକୁ ମିଳିଛି ।