ETV Bharat / bharat

ଓମିକ୍ରନ ବିରୋଧରେ ଆସୁଛି ଅସ୍ତ୍ର, ଟିକା ପ୍ରସ୍ତୁତ କରୁଛି ଫାଇଜର - ମାର୍ଚ୍ଚରେ ଆସିବ ଓମିକ୍ରନ ଟିକା

ଓମିକ୍ରନକୁ ମାତ ଦେବା ପାଇଁ ଆସୁଛି ଅସ୍ତ୍ର ପ୍ରସ୍ତୁତ କରୁଛି ଫାଇଜର । ମାର୍ଚ୍ଚ ସୁଦ୍ଧା ଓମିକ୍ରନ ଟିକା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଫାଇଜର (Omicron Vaccine To Be Ready In March) । ଅଧିକ ପଢନ୍ତୁ

ଓମିକ୍ରନ ବିରୋଧରେ ଆସୁଛି ଅସ୍ତ୍ର
ଓମିକ୍ରନ ବିରୋଧରେ ଆସୁଛି ଅସ୍ତ୍ର
author img

By

Published : Jan 11, 2022, 2:06 PM IST

ନୂଆଦିଲ୍ଲୀ: ଦେଶରେ ମାଡୁଛି ନୂଆ ଭାରିଏଣ୍ଟ ଓମିକ୍ରନ ଭୂତାଣୁ। ଦିନକୁ ଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଏହାକୁ ମାତ ଦେବା ପାଇଁ ଆସୁଛି ଅସ୍ତ୍ର ପ୍ରସ୍ତୁତ କରୁଛି ଫାଇଜର । ମାର୍ଚ୍ଚ ସୁଦ୍ଧା ଓମିକ୍ରନ ଟିକା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଫାଇଜର (Omicron Vaccine To Be Ready In March) ।

ଓମିକ୍ରନ ବିରୋଧରେ ଟିକା ପ୍ରସ୍ତୁତ କାର୍ଯ୍ୟ ଆରମ୍ଭ କରି ଦେଇଛି ଫାଇଜର । ଫାଇଜର କମ୍ପାନୀ ସିଇଓ ଆଲବର୍ଟ ବୁର୍ଲା କହିଛନ୍ତି ଯେ ସରକାରଙ୍କ ଆଗ୍ରହ ହେତୁ ଫାଇଜର ଏହି ଟିକା ପ୍ରସ୍ତୁତ କରୁଛି । କୋଭିଡ ସଂକ୍ରମଣର ବୃଦ୍ଧି ହେତୁ ବହୁ ସଂଖ୍ୟାରେ ଓମିକ୍ରନ୍ ମାମଲା ଚିହ୍ନଟ ହେବା ମଧ୍ୟ ଚିନ୍ତା ବଢାଉଛି । ଏହି ଭ୍ୟାକ୍ସିନ ମାର୍ଚ୍ଚ ସୁଦ୍ଧା ପ୍ରସ୍ତୁତ ହୋଇଯିବ ।

ସେ ଆହୁରି କହିଛନ୍ତି ଏହା ଦରକାର ପଡିବ କି ନାହିଁ ମୁଁ ଜାଣିନାହିଁ । ଏହା କିପରି ଓ କେବେ ବ୍ୟବହାର ହେବ ତାହା ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ଦୁଇଟି କୋରୋନା ଟିକା ଓ ବୁଷ୍ଟର ଡୋଜ କୋରୋନା ଠୁ ସୁରକ୍ଷା ପ୍ରଦାନ କରିଛି । ଓମିକ୍ରନ୍ ଭାରିଏଣ୍ଟ ଉପରେ ସିଧାସଳଖ ଧ୍ୟାନ ଦିଆଯାଇଥିବା ଟିକା ମଧ୍ୟ ଏକ ସଂକ୍ରମଣର ସଫଳ ସଂକ୍ରମଣରୁ ରକ୍ଷା କରିବ । ଓମିକ୍ରନ ଅତ୍ୟଧିକ ସଂକ୍ରାମକ ବୋଲି ପ୍ରମାଣିତ ହୋଇଛି କିନ୍ତୁ ଏହା ମଧ୍ୟ କମ ଲକ୍ଷଣହୀନ ରୋଗରେ ପରିଣତ ହୋଇଛି ।

ପ୍ରକାଶ ଥାଉ କି, ଦେଶରେ ମହାମାରୀ କୋରୋନା ବିରୋଧରେ ୨୦୨୧ ଜାନୁଆରୀ ୧୬ରୁ ଟୀକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ପରେ ପିଲାଙ୍କୁ ଚଳିତ ବର୍ଷ ଜାନୁଆରୀ ୩ରୁ ଟୀକାକରଣ ଆରମ୍ଭ ହୋଇଛି । ଜାନୁଆରୀ ୧୦ରୁ ଆଗଧାଡିର ସ୍ବାସ୍ଥ୍ୟକର୍ମୀ ଓ ବରିଷ୍ଠ ନାଗରିକଙ୍କୁ ବୁଷ୍ଟର ଡୋଜ ଟୀକାକରଣ ହୋଇଛି । ଆଜି ସୁଦ୍ଧା ଦେଶରେ ୧୫୨ କୋଟି ୮୯ ଲକ୍ଷ ଟୀକାକରଣ ଶେଷ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.