ETV Bharat / bharat

ଭାରତରେ ଡେଲଟା ଭ୍ୟାରିଏଣ୍ଟକୁ ରିପ୍ଲେସ କଲାଣି Omicron !

author img

By

Published : Dec 31, 2021, 5:45 PM IST

ବର୍ତ୍ତମାନ ଦେଶରେ ବାର ଶହ ପାରକରିଛି ଏହି କୋରୋନାର ଓମିକ୍ରନ ଭ୍ୟାରିଏଣ୍ଟ ସଂକ୍ରମଣ । ଏହି ଭାଇରସର ସଂକ୍ରମଣ ବୃଦ୍ଧିକୁ ଦେଖି ଡେଲଟା, ଓମିକ୍ରନ ରିପ୍ଲେସ କରୁଥିବା ଆକଳନ କରିଛନ୍ତି ବିଶେଷଜ୍ଞମାନେ । ଅଧିକ ପଢନ୍ତୁ

ଭାରତରେ ଡେଲଟାର ରୂପ ଧାରଣ କରିଲାଣି ଓମିକ୍ରନ !

ନୂଆଦିଲ୍ଲୀ: କୋରୋନାର ଭାଇରସର ନୂତନ ଭ୍ୟାରିଏଣ୍ଟ ଓମିକ୍ରନ (Covid19 New Variant Omicron) କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଦେଶରେ ବାର ଶହ ପାରକରିଛି ଏହି କୋରୋନାର ଓମିକ୍ରନ ଭାରିଆଣ୍ଟ ସଂକ୍ରମଣ । ଓମିକ୍ରନର ସଂକ୍ରମଣ ବୃଦ୍ଧିକୁ ଦେଖି ଡେଲଟା ଏହା ରିପ୍ଲେସ କରୁଥିବା ଆକଳନ କରିଛନ୍ତି ବିଶେଷଜ୍ଞମାନେ । ଏନେଇ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପ୍ରକାଶ ପାଇଛି ।

ଭାରତରେ କୋରୋନା ସଂକ୍ରମଣ କ୍ରମାଗତ ଭାବରେ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ଓମିକ୍ରନର ସଂକ୍ରମଣ ସଂଖ୍ୟା ୧୨୭୦ରେ ପହଞ୍ଚିଲାଣି । ୨୩ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନର ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଏହା ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି । ଗତ ଏକ ସପ୍ତାହ ମଧ୍ୟର ଦେଶରେ ଏହା ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇଛି । ସଂକ୍ରମଣ ବୃଦ୍ଧିକୁ ଦେଖି ଦେଶର ବିଶେଷଜ୍ଞମାନେ, ଓମିକ୍ରନ ଭ୍ୟାରିଏଣ୍ଟ ଡେଲଟା ଭ୍ଯାରିଏଣ୍ଟକୁ ପରିବର୍ତ୍ତିତ ହୋଇଥିବା ଆଶଙ୍କା କରୁଛନ୍ତି । ତେବେ ଏହା ଯଦି ଡେଲଟା ଭ୍ୟାରିଏଣ୍ଟ ଭଳି ଦ୍ରୁତ ସଂକ୍ରମଣ ରୂପ ଧାରଣ କରେ, ତେବେ ତାହା ଆଗକୁ ଭାରତରେ ଦ୍ବିତୀୟ ପର୍ଯ୍ୟାୟରେ କୋରୋନା ଲହରୀ ଭଳି ପ୍ରଭାବ ପକାଇବା ଆଶଙ୍କା କରାଯାଉଛି।

ଆଫ୍ରିକା ଏବଂ ୟୁରୋପୀୟ ରାଷ୍ଟ୍ରଗୁଡିକରେ ଓମିକ୍ରନ ବିସ୍ଫୋରଣ ଘଟିଥିବାବେଳେ ଭାରତ ମଧ୍ୟ ସଙ୍କଟ ଆଡକୁ ମୁହାଁଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଓମିକ୍ରନ ମାମଲା 1270ରେ ପହଞ୍ଚିଛି । ସେଥିମଧ୍ୟରୁ ମହାରାଷ୍ଟ୍ରରୁ ସର୍ବାଧିକ 450ଟି ମାମଲା ରହିଥିବାବେଳେ ଦିଲ୍ଲୀରୁ 320, କେରଳ 109, ଗୁଜୁରାଟ 97, ରାଜସ୍ଥାନ 69, ତେଲେଙ୍ଗାନା 62, ତାମିଲନାଡୁ 46, କର୍ଣ୍ଣାଟକ 34, ଆନ୍ଧ୍ରପ୍ରଦେଶ 16, ଓଡିଶା 14, ପଶ୍ଚିମବଙ୍ଗରୁ 11, ମଧ୍ୟପ୍ରଦେଶରୁ 9, ଉତ୍ତରାଖଣ୍ଡରୁ 4, ଚଣ୍ଡୀଗଡରୁ 3, ଜାମ୍ମୁ-କାଶ୍ମୀରରୁ 3, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରୁ 2, ଉତ୍ତରପ୍ରଦେଶରୁ 2, ଗୋଆରୁ 1, ହିମାଚଳ ପ୍ରଦେଶ 1, ଲଦାଖ 1, ମଣିପୁର 1 ଏବଂ ପଞ୍ଜାବରେ ଗୋଟିଏ ମାମଲା ରହିଛି । ତେବେ ଦେଶରେ ବର୍ତ୍ତମାନ ଓମିକ୍ରନରେ ଦୁଇ ଜଣ ମୃତ୍ୟୁ ହୋଇଥିବା ଜଣାପଡିଛି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.