ମୁମ୍ବାଇ: ମହାରାଷ୍ଟ୍ରରେ ଚିନ୍ତା ବଢାଉଛି କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ(new variant omicron) । ମଙ୍ଗଳବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ(Union Health Ministry data), ଭାରତର 21 ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଓମିକ୍ରନ୍ ଭାରିଏଣ୍ଟର ଏଯାବତ 653 ଟି ମାମଲା ରିପୋର୍ଟ ହୋଇଛି। ସେମାନଙ୍କ ମଧ୍ୟରୁ 186 ଜଣ ସୁସ୍ଥ(recovery) ହୋଇସାରିଛନ୍ତି ।
ତେବେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ହାରାଷ୍ଟ୍ରରେ ସର୍ବାଧିକ 167 ଟି ମାମଲା ରିପୋର୍ଟ ହୋଇଛି । ପରେ ଦିଲ୍ଲୀ 165, କେରଳ 57, ତେଲେଙ୍ଗାନା 55, ଗୁଜୁରାଟ 49, ରାଜସ୍ଥାନ 46, ତାମିଲନାଡୁରେ ୩୪, କର୍ଣ୍ଣାଟକରେ ୩୧, ମଧ୍ୟପ୍ରଦେଶରେ ୯, ଓଡିଶାରେ ୮, ଆନ୍ଧ୍ର ପ୍ରଦେଶରେ ୬, ପଶ୍ଚିମବଙ୍ଗରେ ୬, ହରିୟାଣାରେ ୪, ଉତ୍ତରାଖଣ୍ଡରେ ୪, ଚଣ୍ଡିଗଡରେ ୩, ଜମ୍ମୁ-କାଶ୍ମୀରରେ ୩, ଉତ୍ତର ପ୍ରଦେଶରେ ୨, ଗୋଆରୁ ୧, ହିମାଚଳ ପ୍ରଦେଶରୁ ୧, ଲଦାଖରୁ ୧ ଏବଂ ମଣିପୁରରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି ଗୋଟିଏ ଦିନରେ 6,358 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 କୋଟି 47 ଲକ୍ଷ 99 ହଜାର 691କୁ ବୃଦ୍ଧି ପାଇଛି । ଏହାସହ ଗତ 24 ଘଣ୍ଟା ମଧ୍ୟରେ ୬,୪୫୦ ଜଣ ସୁସ୍ଥ(recovery) ହୋଇ ଦେଶରେ ସୁସ୍ଥହାର ୯୮.୪୦ ପ୍ରତିଶତରେ ପହଞ୍ଚିଛି ।
ଏପଟେ ଦେଶରେ ଓମିକ୍ରନ ସଂକ୍ରମଣ ଲଗାତାର ବଢ଼ି ଚାଲିଥିବାରୁ ରାଜ୍ୟ ସରକାର କଟକଣା ବଢ଼ାଇଛନ୍ତି । ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ଆସାମ, ମଧ୍ୟପ୍ରଦେଶ ସମେତ ୮ ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ପ୍ରତିଦିନ କୋଭିଡ ସଂକ୍ରମଣ ବଢ଼ି ଚାଲିଥିବାରୁ ସରକାର ଏ ନେଇ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ