ETV Bharat / bharat

New Covid Variant: ହାଇଦ୍ରାବାଦରେ ଓମିକ୍ରନର ପ୍ରଥମ ସବ ଭାରିଏଣ୍ଟ BA.୪ ଚିହ୍ନଟ

author img

By

Published : May 20, 2022, 8:58 PM IST

ପୁଣି ଚିନ୍ତା ବଢାଇଲା କୋରୋନାର ନୂଆ ଭାରିଏଣ୍ଟ । ହାଇଦ୍ରାବାଦରେ ଓମିକ୍ରନର ପ୍ରଥମ ସବ ଭାରିଏଣ୍ଟ BA.୪ ଚିହ୍ନଟ ହୋଇଛି । ଏହି ଭାରିଏଣ୍ଟ ଦ୍ରୁତ ଗତିରେ ସଂକ୍ରମଣ କରିଥାଏ ବୋଲି କହିଛି WHO । ଅଧିକ ପଢନ୍ତୁ

New Covid Variant: ହାଇଦ୍ରାବାଦରେ ଓମିକ୍ରନର ପ୍ରଥମ ସବ ଭାରିଏଣ୍ଟ BA.୪ ଚିହ୍ନଟ
New Covid Variant: ହାଇଦ୍ରାବାଦରେ ଓମିକ୍ରନର ପ୍ରଥମ ସବ ଭାରିଏଣ୍ଟ BA.୪ ଚିହ୍ନଟ

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ନୂଆ କୋଭିଡ଼ ଭାରିଏଣ୍ଟ BA.୪ ଚିହ୍ନଟ ହୋଇଛି । ହାଇଦ୍ରାବାଦ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜଣେ ଆଫ୍ରିକାନ ନାଗରିକଙ୍କ ଶରୀରରେ ଏହି ଭାଇରସ ମିଳିଛି । ଏହି ଭାଇରସ କ୍ଷିପ୍ର ଗତିରେ ସଂକ୍ରମଣ କରୁଥିବା ବେଳେ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଓମିକ୍ରନର ଏହି ନୂଆ ଭାରିଏଣ୍ଟ ଚିହ୍ନଟ କରାଯାଇଥିଲା । ତେବେ ଦେଶରେ ଏହି ନୂଆ ଭାରିଏଣ୍ଟ ଚିହ୍ନଟ ହେବା ପରେ ସଂକ୍ରମଣକୁ ନେଇ ଚିନ୍ତା ବଢିଛି ।

ଏ ନେଇ କୋଭିଡ-୧୯ ଜିନୋମିକ ସର୍ଭିଲାନ୍ସ ପୋଗ୍ରାମ ମାଧ୍ୟମରେ ଜଣାପଡ଼ିଛି । INSACOG ର ବୈଜ୍ଞାନିକମାନେ ଏ ନେଇ ସୂଚନା ଦେଇଥିଲେ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବିଶେଷଜ୍ଞଙ୍କ ଅନୁସାରେ BA.୪ ଓ BA.୫ ହେଉଛି ଦ୍ରୁତ ଗତିରେ ସଂକ୍ରମିତ କରୁଥିବା ଓମିକ୍ରନର ସବ ଭାରିଏଣ୍ଟ । ଗତ ଜାନୁଆରୀ ମାସରେ ଦକ୍ଷିଣ ଆଫ୍ରିକାରେ ଏହାର ପ୍ରଥମ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା । ଏହି ଭାରିଏଣ୍ଟ ୟୁରୋପୀୟ ଦେଶ ସମେତ ଆମେରିକାରେ ମଧ୍ୟ ବ୍ୟାପିବାରେ ଲାଗିଛି । ଏହାସହ ଜର୍ମାନୀ, ଡେନମାର୍କ ଓ ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ଏହି ଭାରିଏଣ୍ଟକୁ ଚିହ୍ନଟ କରାଯାଇଛି ।

ରିପୋର୍ଟ ଅନୁସାରେ ଯେଉଁ ବ୍ୟକ୍ତି କୋଭିଡ଼ କଟକଣା ମାନୁନାହାଁନ୍ତି କିମ୍ବା ଟୀକାକରଣ ପ୍ରକ୍ରିୟାକୀ ସମ୍ପୂର୍ଣ୍ଣ କରିନାହାନ୍ତି, ସେମାନଙ୍କ ପକ୍ଷେ ଏହା ଘାତକ । ଏହି ଭାରିଏଣ୍ଟ ଦ୍ବାରା କୋଭିଡ଼ ମାମଲାରେ ମଧ୍ୟ ବୃଦ୍ଧି ଘଟିଛି । ଏହାସହିତ BA.୪ ଭାରିଏଣ୍ଟ ଯୋଗୁଁ ହସ୍ପିଟାଲରେ ମଧ୍ୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହି ଭାରିଏଣ୍ଟ ଦ୍ବାରା ଜଣେ ବ୍ୟକ୍ତି ସଂକ୍ରମିତ ହେବା ପରେ ଥଣ୍ଡା ଭଳି ଲକ୍ଷଣ ଦେଖାଦିଏ । ଏହାସହ ଗନ୍ଧ ସ୍ବାଦ ବାରିନପାରିବା, ଶରୀର ପୀଡ଼ା, କଫ, ଭୋକ ନ ଲାଗିବା ଭଳି ଲକ୍ଷଣ ମଧ୍ୟ ଦେଖାଦିଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.