ହାଇଦ୍ରାବାଦ: ଭାରତରେ ପ୍ରବେଶ କଲା ଓମିକ୍ରନର ଉପପ୍ରଜାତି BA.4 । ହାଇଦ୍ରାବାଦରେ ଚିହ୍ନଟ ହେଲା ପ୍ରଥମ ଆକ୍ରାନ୍ତ । ମେ ୯ ତାରିଖରେ ସଂକ୍ରମିତ ବ୍ୟକ୍ତିଙ୍କ ନିକଟରେ BA.4 ର ଲକ୍ଷଣ ଦେଖା ଦେବା ପରେ ଗତକାଲି ସେ ପଜିଟିଭ ଥିବା ଇଣ୍ଡୋନେସିଆର INSACOG ଏହି ରିପୋର୍ଟ ପ୍ରକାଶ କରିଛି । ଆକ୍ରାନ୍ତ ଜଣଙ୍କ ଜଣେ ଡାକ୍ତର ହୋଇଥିବା ବେଳେ ସେ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରିଥିଲେ ।
ମେଡିକାଲ ରିସର୍ଚ୍ଚ କାଉନସିଲ୍ ଅଫ୍ ଇଣ୍ଡିଆର ଜଣେ ବୈଜ୍ଞାନିକ କହିଛନ୍ତି ଯେ, ଏହି ଉପପ୍ରଜାତି ମାମଲା ଦେଶର ଅଧିକ ସ୍ଥାନରେ ଚିହ୍ନଟ ହେବାର ସମ୍ଭାବନା ରହିଛି । ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ଓ ଅନ୍ୟ ଦେଶରେ ଏହି ଉପପ୍ରଜାତିର ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ତେବେ ଟିକା ନେଇ ଥିବା ବ୍ୟକ୍ତି ମଧ୍ୟ ଏଥିରେ ସଂକ୍ରମିତ ହେଉଛନ୍ତି । ଏନେଇ ବିଶ୍ବସ୍ବାସ୍ଥ୍ୟ ସଂଗଠନର ପ୍ରଯୁକ୍ତିବିଦ୍ୟା ବିଭାଗର ମୁଖ୍ୟ ମାରିଆ ଭାନ୍ କରଖୋଭ କହିଛନ୍ତି ଯେ, ‘ଏହି ପ୍ରକାର ଭାରିଆଣ୍ଟ ଅଧିକ ବିପଦଜନକ ନୁହେଁ, କିନ୍ତୁ ଏହା ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ଖୁବଶୀଘ୍ର ବ୍ୟାପିଥାଏ ।’ ତେବେ ଭାରତରେ ଟୀକାକରଣ ଜାରି ରହିଥିବା ବେଳେ ଏହାର ପ୍ରଭାବ କମ ରହିବା ନେଇ ବିଶେଷଜ୍ଞ ମତ ରଖିଛନ୍ତି ।