ETV Bharat / bharat

Grand Alliance Against BJP: ସାମିଲ ହେବନି ନ୍ୟାସନାଲ କନଫରେନ୍ସ, ବିଷ ଓଗାଳିଲେ ଓମାର - ଓମାର ଅବଦୁଲ୍ଲା

କାଶ୍ମୀରବାସୀଙ୍କ ସହ କେହି ଛିଡା ହୋଇନାହାନ୍ତି । ବିଜେପି ବିରୋଧୀ ମହାମେଣ୍ଟରେ ଏନସି ସାମିଲ ହେଲେ କୌଣସି ଲାଭ ନାହିଁ କହିଲେ ଓମାର । 23 ରେ ପାଟନାରେ ଏକଠି ହେଉଛନ୍ତି ବିରୋଧୀ । ଅଧିକ ପଢନ୍ତୁ

ବିଜେପି ବିରୋଧୀ ମହାମେଣ୍ଟରେ ସାମିଲ ହେବନି ନ୍ୟାସନାଲ କନଫରେନ୍ସ, ବିଷ ଓଗାଳିଲେ ଓମାର

author img

By

Published : Jun 10, 2023, 10:50 PM IST

ଶ୍ରୀନଗର: 2024 ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ବିରୋଧୀ ଯେଉଁ ମହାମେଣ୍ଟ ଗଠନ ପ୍ରକ୍ରିୟା ଜାରି ରଖିଛନ୍ତି ସେଥିରେ ସାମିଲ ହେବନି ଫାରୁକ ଅବଦୁଲ୍ଲାଙ୍କ ନେତୃତ୍ବାଧୀନ ଦଳ ନ୍ୟାସନାଲ କନଫରେନ୍ସ । ଆଜି (ଶନିବାର) ଦଳର ଉପାଧ୍ୟକ୍ଷ ତଥା ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଅସନ୍ତୋଷପୂର୍ଣ୍ଣ ବିସ୍ଫୋରକ ବୟାନ ଏହି ସଙ୍କେତକୁ ସ୍ପଷ୍ଟ କରିଛି । ସେମାନେ କେବେ ହେଲେ କାଶ୍ମୀର ଲୋକଙ୍କ ସହ ନଥାନ୍ତି । କେବଳ ଦରକାର ପଡିଲେ ଆମକୁ ଖୋଜନ୍ତି ବୋଲି କହି ବିରୋଧୀ ଦଳଙ୍କ ବିରୋଧରେ ବିଷ ଓଗାଳିଛନ୍ତି ଓମାର ।

ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଓମାର କହିଛନ୍ତି, ଏହି ମହାମେଣ୍ଟ ତାଙ୍କ ଦଳ ନ୍ୟାସନାଲ କନଫରେନ୍ସ କିମ୍ବା କାଶ୍ମୀରବାସୀଙ୍କ ପାଇଁ ଲାଭଦାୟକ ହେବାନାହିଁ ।ସେମାନେ କେବେ କାଶ୍ମୀରବାସୀଙ୍କ ସ୍ବାର୍ଥ ପାଇଁ ମୁଁହ ଖୋଲିନାହାନ୍ତି । ଓମାର କହିଛନ୍ତି ‘‘ ଯେତେବେଳେ ସେମାନେ (ବିରୋଧୀ) କେବଳ ଆମର ଆବଶ୍ୟକତା ଅନୁଭବ କରନ୍ତି, ସେତେବେଳେ ଆମ ଦ୍ବାରା ଠକ୍‌ ଠକ୍‌ କରନ୍ତି । ଏବେ କେଜ୍ରିଓ୍ବାଲ ସମସ୍ୟାରେ ଅଛନ୍ତି, ଆମ ସହଯୋଗ ଚାହୁଁଛନ୍ତି । ଯେତେବେଳେ 2019 ରେ କାଶ୍ମୀରରୁ ଧାରା 370 ପ୍ରତ୍ୟାହାର କରାଗଲା ସେମାନେ କେଉଁଠାରେ ଥିଲେ ।’’

ସେହିପରି ସେ ନିର୍ଦ୍ଦିଷ୍ଟ କେତେକ ଦଳ ସର୍ବଦା କାଶ୍ମୀରବାସୀଙ୍କ ସହ ରହିଥାନ୍ତି ବୋଲି ମଧ୍ୟ କହି ପ୍ରଶଂସା କରିଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ନେତୃତ୍ବାଧୀନ ଡିଏମକେ, ମମତା ବାନାର୍ଜୀ ନେତୃତ୍ବାଧୀନ ଟିଏମସି ଓ ଅନ୍ୟ ଦୁଇ ବାମ ଦଳ ସର୍ବଦା କାଶ୍ମୀର ଲୋକଙ୍କ ପାଇଁ ସମର୍ଥନ ଦେଇ ଆସିଛନ୍ତି । ଅନ୍ୟମାନେ କେବଳ ଆବଶ୍ୟକତା ଅନୁଭବ କଲେ ତାଙ୍କ ନିକଟରେ ପହଞ୍ଚନ୍ତି ବୋଲି ଓମାର କହିଛନ୍ତି । ଏହି ବିସ୍ଫୋରକ ବୟାନ ସହ ନ୍ୟାସନାଲ କନଫରେନ୍ସ ଗଠନ ହେବାକୁ ଯାଉଥିବା ବିଜେପି ବିରୋଧୀ ମହାମେଣ୍ଟରେ ସାମିଲ ହେବ ନାହିଁ ବୋଲି ସେ ସ୍ପଷ୍ଟ ସଙ୍କେତ ଦେଇଛନ୍ତି ।

23 ତାରିଖରେ ପାଟନାରେ ବିରୋଧୀ ମେଳିର ପ୍ରଥମ ଔପଚାରିକ ବୈଠକ ହେବାକୁ ଯାଉଛି । ଏଥିରେ ପ୍ରାୟ 15 ଟି ବିରୋଧୀ ଦଳ ଅଶଂଗ୍ରହଣ କରୁଛନ୍ତି । ହେଲେ ବିଆରଏସ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ସାମିଲ ହେବା ନେଇ କୌଣସି ସଙ୍କେତ ମିଳିନଥିବା ବେଳେ ଏବେ ଫାରୁକ ଅବଦୁଲ୍ଲାଙ୍କ ନ୍ୟାସନାଲ କନଫରେନ୍ସ ମଧ୍ୟ ଏହି ମହାମେଣ୍ଟରେ ସାମିଲ ହେବ ନାହିଁ । ନୀତିଶ କୁମାରଙ୍କ ଘନ ଘନ ଗସ୍ତ ଓ ବିରୋଧୀଙ୍କ ସହ ଆଲୋଚନା ପରେ ପ୍ରଥମ ଥର ପାଟନାରେ ବିରୋଧୀ ଏକାଠି ହେବାକୁ ଯାଉଛନ୍ତି । ଏହି କାର୍ଯ୍ୟକ୍ରମରେ କିଛି ଆନୁଷ୍ଠାନିକ ଘୋଷଣା କରାଯାଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.