ETV Bharat / bharat

63 ବର୍ଷରେ ମହିଳାଙ୍କ ସାଇକେଲ ଯାତ୍ରା, ହାରିଛି ବୟସ ଆଉ ଦୁର୍ଘଟଣା - ମହିଳାଙ୍କ ସାଇକେଲ ଯାତ୍ରା

ବୟସ ତାଙ୍କୁ କେବେ ହରାଇ ପାରିନାହିଁ । 63 ବର୍ଷ ବୟସରେ ସେ ସାଇକେଲ ଯାତ୍ରାରେ ବାହାରିଥିଲେ ( old woman cycle tour continue after accident ) । କନ୍ୟାକୁମାରୀରୁ କାଶ୍ମୀର ସାଇକେଲ ଯାତ୍ରାରେ ଯିବା ସମୟରେ ଦୁର୍ଘଟଣା ଶିକାର ହୋଇଥିଲେ ତଥାପି ହାରି ନାହାନ୍ତି ତାଙ୍କର ଏହି ଯାତ୍ରାକୁ ଜାରି ରଖିଛନ୍ତି ମହିଳା ଜଣକ । ଅଧିକ ପଢନ୍ଚୁ

old woman cycle tour
old woman cycle tour
author img

By

Published : Dec 30, 2022, 1:44 PM IST

ବେଙ୍ଗାଲୁରୁ: କିଛି ଅନନ୍ୟ କରିବାକୁ ହେଲେ ଦୃଢ ଇଚ୍ଛାଶକ୍ତି ଦରକାର । କୌଣସି ପରିସ୍ଥିତ ହରାଇ ପାରେ ନାହିଁ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ 63 ବର୍ଷୀୟ ମହିଳା । କନ୍ୟାକୁମାରୀରୁ କାଶ୍ମୀର ସାଇକେଲ ଯାତ୍ରାରେ ବାହାରିଥିବା ଏହି ମହିଳା ଜଣକ ହେଲେ କମଳେଶ ରାଣା ( old woman cycle tour continue after accident ) । ସାଇକେଲ ଯାତ୍ରାରେ ବାହାରିବା ପରେ ଦୁର୍ଘଟଣାର ଶିକାର ହୋଇଥିଲା ହେଲେ କେବେ ହାରି ନଥିଲେ । ଚିକିତ୍ସା ପରେ ପୁଣି ତାଙ୍କ ସାଇକେଲ ଯାତ୍ରା ଜାରି ରଖିଛନ୍ତି ମହିଳା ଜଣକ । ବୟସ ଓ ଦୁର୍ଘଟଣାକୁ ପରାସ୍ତ କରି ଲକ୍ଷ୍ୟ ପଥରେ ଆଗେଇ ଚାଲିଛନ୍ତି କମଳେଶ ରାଣା ।

ସାଧାରଣତଃ 60 ବର୍ଷ ହୋଇଗଲେ ଅନେକ ଲୋକ ଘରେ ସମୟ ଅତିବାହିତ କରନ୍ତି । ବୟସ ଅଧିକ ହେବାରୁ କିଛି କାର୍ଯ୍ୟ କରିପାରନ୍ତି ନାହିଁ । ହେଲେ ହରିୟାଣାରେ 63 ବର୍ଷୀୟ କମଳେଶ ରାଣାଙ୍କ କ୍ଷେତ୍ରରେ କିଛି ଅଲଗା ଘଟିଛି । 2005 ମସିହାରୁ ଯୋଗ ଓ ଆଥଲେଟରେ ସଫଳତା ହାସଲ କରିଛନ୍ତି । ମାଲେସିଆରେ ଏସିଆନ ମାଷ୍ଟର ଆଥଲେଟ ମିଟରେ ରୌପ୍ୟ ପଦକ ଜିତିଥିଲେ । ମଧୁମେହ ରୋଗରେ ଆକ୍ରାନ୍ତ ପରେ ବି ସେ ସର୍ବଦା ସକ୍ରିୟ । 2019ରୁ ସେ ମଧୁମେହ ନିୟନ୍ତ୍ରଣ କରିବାକୁ ସାଇକେଲ ଯାତ୍ରା ଆରମ୍ଭ କରିଥିଲେ। ସାଇକେଲ ଚଳାଇବା ଦ୍ବାରା ମଧୁମେହ ନିୟନ୍ତ୍ରଣକୁ ଆସିଥିଲା ଅନୁଭବ କରିଥିଲେ ।

ସେପ୍ଟେମ୍ବର 26 କାଶ୍ମୀରରୁ କନ୍ୟାକୁମାରୀ ସାଇକେଲ ଯାତ୍ରା ଆରମ୍ଭ କରିଥିଲେ । ସାଇକେଲ ଦ୍ବାରା ନିଜକୁ ଫିଟ ରଖିବା ବାର୍ତ୍ତା ନେଇ ଏହି ଯାତ୍ରା ଆରମ୍ଭ କରିଥିଲେ । 4 ହଜାର 500କିମି ଯାତ୍ରା କରିବାକୁ ଲକ୍ଷ୍ୟ ରଖିଥିଲେ କମଳେଶ । ବର୍ତ୍ତମାନ ସେ ମାଙ୍ଗାଲୋରରେ ପହଞ୍ଚିଛନ୍ତି । ସେ 3, 600 କିମି ଯାତ୍ରା ଶେଷ କରିଛନ୍ତି । କମଳେଶ ଯେବେ ସାଇକେଲ ଯାତ୍ରା ଆରମ୍ଭ କରିଥିଲେ ସେବେ ଉତ୍ତରପ୍ରଦେଶର ବିକାଶ ଜୈ ସାଇକେଲ ଯାତ୍ରା ଆରମ୍ଭ କରିିଥିଲେ । ଜଳବାୟୁ ପରିବର୍ତ୍ତନ ବାର୍ତ୍ତା ନେଇ ବିକାଶ ଜୈ ସାଇକେଲ ଯାତ୍ରା କରିଥିଲେ । 30 କିିମି ଯାତ୍ରା ପରେ ଉଭୟଙ୍କର ସାକ୍ଷାତ ହୋଇଥିଲା । ଉଭୟ ମୁମ୍ବାଇ ମଧ୍ୟ ଯାତ୍ରା କରିଥିଲେ ।

ମାଙ୍ଗାଲୋରରେ ଦୁର୍ଘଟଣାର ଶିକାର....

ମାଙ୍ଗାଲୋରରେ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ କମଳେଶ ରାଣା । ଡିସେମ୍ବର 20 ତାରିଖରେ ଏକ ବେସରକାରୀ ବସ ତାଙ୍କ ସାଇକେଲକୁ ଧକ୍କା ଦେଇଥିଲା । ଏହାପରେ ସେ ଚିକିତ୍ସିତ ହୋଇଥିଲେ । କମଲେଶଙ୍କ ହାତରେ ଗଭୀର ଆହତ ଲାଗିଥିଲା । କିଛି ଦିନ ପରେ ସେ ସୁସ୍ଥ ହୋଇଥିଲେ । କିଛି ଦିନ ବିଶ୍ରାମ ନେବା ପରେ ପୁଣି ସାଇକେଲ ଯାତ୍ରାରେ ବାହାରିଛନ୍ତି କମଳେଶ ।

ସାଇକେଲ ଯାତ୍ରା ନେଇ କମଳେଶ କହିଛନ୍ତି, ମୁଁ ସଚେତନତା ସୃଷ୍ଟି ପାଇଁ ଏହି ସାଇକେଲ ଯାତ୍ରା କରୁଛି । ମୋ ସହ ଯେବେ ଦୁର୍ଘଟଣା ହେଲେ ମୋ ପରିବାର ମୋତେ ବିଶ୍ରାମ ନେବାକୁ କହିଥିଲେ ମାତ୍ର ମୁଁ ସୁସ୍ଥ ହେବାପରେ ପୁଣି ସାଇକେଲ ଯାତ୍ରାରେ ବାହାରିଛି ।'' ବାସ୍ତବରେ ବାର୍ଦ୍ଧକ୍ୟ ବୟସରେ କମଳେଶଙ୍କ ଏହି ଜୋସ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.