ETV Bharat / bharat

ଜୀବନଠୁ ସମ୍ପତ୍ତି ହେଲା ମୂଲ୍ୟବାନ, ଦସ୍ତଖତ ପାଇଁ ICUରୁ ଆସିଲେ ରୋଗୀ

author img

By

Published : Oct 2, 2022, 7:53 AM IST

କର୍ଣ୍ଣାଟକ ବେଲଗାଭୀ ଅଞ୍ଚଳରେ ଏକ ଅମାନବୀୟ ଘଟଣା ସାମନାକୁ ଆସିଛି । ସମ୍ପତ୍ତି କାଗଜପତ୍ରରେ ଦସ୍ତଖତ ପାଇଁ ଆଇସିୟୁରୁ ବୃଦ୍ଧାଙ୍କୁ ଅଣାଯାଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ଜୀବନଠାରୁ ସମ୍ପତ୍ତି ହେଲା ମୂଲ୍ୟବାନ, ଦସ୍ତଖତ ପାଇଁ ICUରୁ ଆସିଲେ ରୋଗୀ

ବେଙ୍ଗାଲୁରୁ: ମଣିଷ ଜୀବନ ଠାରୁ ସମ୍ପତ୍ତି ହେଲା ମୂଲ୍ୟବାନ । ଦସ୍ତଖତର ଆବଶ୍ୟକ ହେବା ପୂର୍ବରୁ ଆଇସିୟୁ (ICU)ରୁ ବେଡ଼ରୁ ରୋଗାକ୍ରାନ୍ତ ୮୦ ବର୍ଷର ବୃଦ୍ଧାଙ୍କୁ ଅଣାଯାଇଛି (Old woman brought from ICU to sign property deed) । ବୃଦ୍ଧା ଜଣକ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟକୁ ଆସି ଦସ୍ତଖତ କରିଛନ୍ତି । ଶୁକ୍ରବାର ବେଲଗାଭୀ ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି ।

ବେଲଗାଭୀ ଅଞ୍ଚଳର ହିରେବାଗେୱାଡି ଅଧିବାସୀ ମହାଦେବୀ (୮୦)ଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ । ତେବେ ତାଙ୍କ ନାମରେ ୨ ଏକର ୩୫ ଗୁଣ୍ଠ ଜମି ରହିଛି । କାଳେ ତାଙ୍କର ମୃତ୍ୟୁ ଘଟିବ ଏହା ପୂର୍ବରୁ ବୃଦ୍ଧାଙ୍କ ସନ୍ତାନ ହୋସମାନି (୫୪) ଓ ରବିନ୍ଦ୍ର ହୋସମାନି (୫୧) ସମ୍ପତ୍ତିକୁ ସନ୍ତାନଙ୍କ ନାମରେ କରିବା ପାଇଁ ସବ୍‌-ରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ । ଏହାପରେ ବୃଦ୍ଧାଙ୍କୁ ହସ୍ପିଟାଲରୁ ବେଡ଼ରୁ ଅଣାଯାଇ ଏହି ଦସ୍ତଖତ କରାଯାଇଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର, ଆଶା ଗର୍ଭବତୀ

ମହାଦେବୀ ସମ୍ପତ୍ତି ବଣ୍ଟନ ସହ ଜଡିତ ଦସ୍ତାବିଜରେ ଦସ୍ତଖତ କରିବା ପାଇଁ ବେଲାଗାଭୀର ସବ୍-ରେଜିଷ୍ଟ୍ରାର ଅଫିସରେ ପହଞ୍ଚିବା କଥା । ମାତ୍ର ବୃଦ୍ଧ ମହିଳା ଅସୁସ୍ଥ ଥିବାରୁ ଆଇସିୟୁରେ ଥିବାରୁ ପରିବାର ଉପ-ପଞ୍ଜୀକରଣ ଅଧିକାରୀଙ୍କୁ ଡାକ୍ତରଖାନାକୁ ଆସିବାକୁ ଅନୁରୋଧ କରିଥିଲେ । କର୍ମଚାରୀମାନେ ବ୍ୟକ୍ତିଗତ ଆବେଦନ (private application) ନକରିବାରୁ ଦସ୍ତଖତ ନେବାକୁ ଡାକ୍ତରଖାନା ଯାଇ ନଥିଲେ ।

ଏହି ବ୍ୟକ୍ତିଗତ ଆବେଦନ ଲାଗି ୧୦୦୦ ଟଙ୍କା ଭରିବାକୁ ପଡ଼ିଥାଏ । ଏହାପରେ ଜଣେ ଷ୍ଟାଫଙ୍କୁ ପଠାଯାଏ । ମାତ୍ର ବୃଦ୍ଧା ଜଣକ ଏହି ଆବେଦନ ହୋଇନଥିବା କାରଣରୁ ଅଫିସକୁ ଆସିବା ପ୍ରସଙ୍ଗରେ ଜାଣିନଥିବା କହିଛନ୍ତି ସବ ରେଜିଷ୍ଟ୍ରାର ସଚିନ ମନ୍ଦେଦା । ମାତ୍ର ଏହି ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଘୋର ନିନ୍ଦା କରାଯାଇଛି । ଏହା ଏକ ଅମାନବୀୟ କାର୍ଯ୍ୟ ବୋଲି ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.