ବେଙ୍ଗାଲୁରୁ: ଆଜିର ଯୁବପିଢି ସାମାନ୍ୟ ଅସୁସ୍ଥ ହେଲେ ନିଜ ମନୋବଳ ଭାଙ୍ଗି ଦେଇଥିବାବେଳେ ଏଠାରେ ୧୦୨ ବର୍ଷରେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବୃଦ୍ଧ । କର୍ଣ୍ଣାଟକ ବେଙ୍ଗାଲୁରୁ ଟ୍ରଷ୍ଟ ୱେଲ ହସ୍ପିଟାଲରେ ସେ ପାରାଲିସିସରେ ଆକ୍ରାନ୍ତ ହେବାପରେ ଚିକିତ୍ସିତ ହୋଇ ସୁସ୍ଥ ମଧ୍ୟ ହୋଇଛନ୍ତି ।
ବୃଦ୍ଧ ଜଣକ ପାରିଲିସିସରେ ଆକ୍ରାନ୍ତ ହେବା ପରେ ତାଙ୍କ ଡାହାଣ ହାତର ନିୟନ୍ତ୍ରଣ ହରାଇଥିଲେ । ଏହାପରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ତାଙ୍କୁ ଟ୍ରଷ୍ଟୱେଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଏବଂ କର୍ମଚାରୀଙ୍କ ତୁରନ୍ତ ଚିକିତ୍ସାର ଫଳ ସ୍ବରୂପ ଏହି ରୋଗୀ ଡାକ୍ତରଖାନାରେ ପ୍ରବେଶ କରିବାର ଅଧ ଘଣ୍ଟା ମଧ୍ୟରେ ୫୦ ପ୍ରତିଶତ ହାତକୁ ଚଳପ୍ରଚଳ କରାଇ ପାରିଥିଲେ । ଏହାସହିତ ୧ ଘଣ୍ଟା ମଧ୍ୟରେ ୯୦ ପ୍ରତିଶତ ହାତ କାର୍ଯ୍ୟ କରିଥିଲା । ଏହାପରେ ବୃଦ୍ଧଙ୍କ ମନୋବଳକୁ ଡାକ୍ତରଙ୍କ ସମେତ ସମସ୍ତେ ପ୍ରଶଂସା କରିଛନ୍ତି ।
ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖକୁ ବିଶ୍ବ ଷ୍ଟ୍ରୋକ ଦିବସ ପାଳନ କରୁଥିବାବେଳେ, ଲୋକଙ୍କୁ ଏ ନେଇ ସଚେତନ କରାଯାଉଛି । ଏହି ଥିମର ମୂଳ ଉଦ୍ଦେଶ୍ୟ ହେଉଛି ଯଦି ଶୀଘ୍ର ବେଗରେ ଉପଯୁକ୍ତ ଚିକିତ୍ସା ଦିଆଯାଏ ତେବେ ଷ୍ଟ୍ରୋକ୍ ପୀଡିତମାନଙ୍କୁ ବିପଦରୁ ରକ୍ଷା କରାଯାଇପାରିବ ।