ETV Bharat / bharat

ଦିଲ୍ଲୀରେ ଗଡିବନି OLA-UBER ବାଇକ ଟାକ୍ସି: ହାଇକୋର୍ଟଙ୍କ ନିର୍ଦ୍ଦେଶରେ ରୋକ ଲଗାଇଲେ ସୁପ୍ରିମକୋର୍ଟ - ଦିଲ୍ଲୀରେ ଓଲା ଓବେର ମନା

ଦିଲ୍ଲୀରେ ଗଡିବନି OLA-UBER କିମ୍ବା ରାପିଡୋ ବାଇକ୍‌-ଟାକ୍ସି । ଦିଲ୍ଲୀ ହାଇକୋର୍ଟଙ୍କ ପୂର୍ବ ରାୟରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ଚୂଡାନ୍ତ ପଲିସି ସ୍ଥିର କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଦିଲ୍ଲୀରେ ଗଡିବନି OLA-UBER: ହାଇକୋର୍ଟଙ୍କ ନିର୍ଦ୍ଦେଶରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

author img

By

Published : Jun 12, 2023, 6:16 PM IST

Updated : Jun 12, 2023, 7:07 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗଡିବନି ଓଲା, ଉବରର ଦୁଇଚକିଆ ଗାଡି (ବାଇକ୍‌-ଟାକ୍ସି) । ସର୍ବୋଚ୍ଚ କୋର୍ଟ ଆଜି ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ପ୍ରଦାନ କରିଥିବା ରାୟରେ ରୋକ ଲଗାଇଛନ୍ତି । ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଏହାକୁ ଅନୁମତି ପ୍ରଦାନ କରିଥିଲେ । ସୁପ୍ରିମକୋର୍ଟଙ୍କ ଆଜି ରାୟ ପରେ ଦିଲ୍ଲୀରେ ଏବେ ଏହି ସବୁ ଅନଲାଇନ ବୁକିଂ ମାଧ୍ୟମରେ ଟ୍ରାଭେଲ ସେବା ଯୋଗାଉଥିବା ସଂସ୍ଥାର ବ୍ୟବସାୟ ବନ୍ଦ ରହିବ । ଏହା ସହ ଏ ସମ୍ପର୍କରେ ତୁରନ୍ତ ଏକ ନିୟମ ପ୍ରସ୍ତୁତ କରିବା ପାଇଁ ମଧ୍ୟ ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

  • Supreme Court puts on hold the Delhi High Court order staying a notice of city government to bike-taxi aggregators Rapido and Uber and allowing them to operate without aggregator licenses till the final policy has been notified. pic.twitter.com/8jBElM1CQk

    — ANI (@ANI) June 12, 2023 " class="align-text-top noRightClick twitterSection" data=" ">

26 ମେ’ ରେ ଅନଲାଇନ ଟ୍ରାଭେଲ ସେବା ପ୍ରଦାନକାରୀ ସଂସ୍ଥା ‘ଉବର’ ଦିଲ୍ଲୀ ସରକାରଙ୍କ ଦ୍ବାରା ଜାରି ନିୟମ ବିରୋଧରେ ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିଲା । ଦିଲ୍ଲୀ ସରକାର 2 ଚକିଆ ଯାନକୁ ପରିବହନ ଶ୍ରେଣୀରୁ ବାଦ ଦେଇଥିଲେ । ଏହାର ପଞ୍ଜୀକରଣ ପରିବହନ ଯାନ ଭାବେ ନକରିବା ପାଇଁ ଦିଲ୍ଲୀ ସରକାର ଆଣିଥିବା ନିୟମ ମାମଲା କୋର୍ଟରେ ପହଞ୍ଚିଥିଲା । ହୋଇକୋର୍ଟ ଦିଲ୍ଲୀ ସରକାରଙ୍କୁ ଏସମ୍ପର୍କରେ ଚୂଡାନ୍ତ ନୀତି ନିର୍ଦ୍ଧାରଣ କରିବା ପାଇଁ ସମୟ ସହ ଅନୁମତି ଦେଇଥିଲେ । ଚୂଡାନ୍ତ ନିୟମ ଲାଗୁ ନକରିବା ପୂର୍ବରୁ ଅନଲାଇନ ବାଇକ୍‌-ଟାକ୍ସି ଚାଳିବା ପରେ କୌଣସି କଟକଣା ଜାରି କରିବା ପାଇଁ କୋର୍ଟ ମନା ମଧ୍ୟ କରିଥିଲେ ।

ଦିଲ୍ଲୀ ସରକାର ଓଲା, ଉବର ଓ ରାପିଡୋର ବାଇକ ସେବା ଉପରେ ରୋକ ଲଗାଇଦେବା ଫଳରେ ଏଥିରେ କାର୍ଯ୍ୟରତ ହଜାର ଡ୍ରାଇଭର ଓ ବାଇକ ମାଲିକ ବେକାର ହେବା ପରି ସ୍ଥିତି ସୃଷ୍ଟି ହୋଇଥିଲା । ତେବେ ବାଇକ କମର୍ସିଆଲ ପଞ୍ଜୀକରଣ ନୁହେଁ ବରଂ ବ୍ୟକ୍ତିଗତ ପଞ୍ଜିକରଣରେ ରହିଥିବା ବେଳେ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା କାରଣରୁ ଏହି ନିୟମ ଲାଗୁ କରିଥିଲା ଦିଲ୍ଲୀ ପରିବହନ ବିଭାଗ । ହେଲେ ନୂଆ ତଥ ଚୂଡାନ୍ତ ପଲିସି ନଆସିବା ଯାଏଁ, ଏହାର ଚଳାଚଳ ଜାରି ରଖିବାକୁ ଦିଲ୍ଲୀ ହାଇକୋର୍ଟ କହିଥିଲେ ।

ହେଲେ ଆଜି ସର୍ବୋଚ୍ଚ କୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟ ଉପରେ ରୋକ ଲଗାଇଦେବା ସହ ସରକାର ଚୂଡାନ୍ତ ନୀତି ପ୍ରସ୍ତୁତ ନକରିବା ଯାଏଁ ରାଜଧାନୀରେ କୌଣସି ଅନଲାଇନ ଟ୍ରାଭେଲ ସେବା ପ୍ରଦାନକାରୀ ସଂସ୍ଥାର ବାଇକ ସେବା ବନ୍ଦ ରହିବ । ତେବେ ଏହା କେବଳ ଅନଲାଇନ ଡ୍ରାଇଭରଙ୍କୁ ନୁହେଁ ବରଂ ଦିଲ୍ଲୀବାସୀଙ୍କୁ ମଧ୍ୟ ସମସ୍ୟାରେ ପକାଇବ । ତେବେ ଦିଲ୍ଲୀ ସରକାର କେବେ ସୁଦ୍ଧା ଏହି ପ୍ରସଙ୍ଗରେ ନୂଆ ପିଲିସି ଆଣୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 12, 2023, 7:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.