ETV Bharat / bharat

ଅଶ୍ବିନୀଙ୍କ ନିର୍ଦ୍ଦେଶ: ଏଣିକି 2ଟି ସିଫ୍ଟରେ କାମ କରିବେ କର୍ମଚାରୀ

ଦାୟିତ୍ବ ଗ୍ରହଣର କିଛି ଘଣ୍ଟା ପରେ ଅଶ୍ବିନୀ ତାଙ୍କ କାର୍ଯ୍ୟାଳୟରେ ଥିବା ଅଧିକାରୀ ଏବଂ କର୍ମଚାରୀଙ୍କୁ ଦୁଇଟି ସିଫ୍ଟରେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

2ଟି ସିପ୍ଟରେ କାମ କରିବେ ନୂତନ ରେଳ ମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ

author img

By

Published : Jul 9, 2021, 7:52 AM IST

Updated : Jul 9, 2021, 9:25 AM IST

ନୂଆଦିଲ୍ଲୀ: ମୋଦିଙ୍କ କ୍ୟାବିନେଟ ସମ୍ପ୍ରସାରଣରେ ଓଡ଼ିଶାର ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବଙ୍କୁ କେନ୍ଦ୍ରରେ ମିଳିଛି ରେଳ ବିଭାଗ ଦାୟିତ୍ବ । ଗତକାଲି ରେଳ ବିଭାଗ ମନ୍ତ୍ରୀ ଭାବେ ସେ ଦାୟିତ୍ବ ଗ୍ରହଣ କରିଛନ୍ତି । ଦାୟିତ୍ବ ଗ୍ରହଣର କିଛି ଘଣ୍ଟା ପରେ ଅଶ୍ବିନୀ ତାଙ୍କ କାର୍ଯ୍ୟାଳୟରେ ଥିବା ଅଧିକାରୀ ଏବଂ କର୍ମଚାରୀଙ୍କୁ ଦୁଇଟି ସିଫ୍ଟରେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଥମ ସିଫ୍ଟ 7ଟାରୁ ଆରମ୍ଭ ବୋଇ ଅପରାହ୍ନ 4ଟା, ଦ୍ବିତୀୟ ସିଫ୍ଟ ଅପରାହ୍ନ 3ଟାରୁ ଆରମ୍ଭ ହୋଇ ରାତି 12ଟା ମଧ୍ୟରେ ଶେଷ ହେବ ବୋଲି ଗୁରୁବାର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ରେଳ ମନ୍ତ୍ରଣାଳୟର ADG PR, ଡିଜେ ନରେନଙ୍କ ଅନୁଯାୟୀ, କେବଳ ଏମଆର ସେଲ ପାଇଁ ଏହି ନିର୍ଦ୍ଦେଶ ଦିଆଯାଇଛି ଏବଂ ବ୍ୟକ୍ତିଗତ କିମ୍ବା ରେଳ କର୍ମଚାରୀଙ୍କୁ ନୁହେଁ । ରେଳ ମନ୍ତ୍ରୀ ନିର୍ଦ୍ଦେଶ ଅନୁସାରେ, କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଦୁଇଟି ସିଫ୍ଟରେ କାର୍ଯ୍ୟ କରିବେ ।

ଏହା କେବଳ MR ସେଲରେ ଥିବା ଅଧିକାରୀଙ୍କ ପାଇଁ, ଯାହା ନୋଟରେ ଲେଖା ହେଇଛି । ତେବେ ଗତକାଲି ଦାୟିତ୍ବ ନେବା ପରେ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ରେଳବାଇକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ଦୃଷ୍ଟିଭଙ୍ଗୀ ରହିଛି । ଭାରତୀୟ ରେଳବାଇ ହେଉଛି ସାଧାରଣ ଲୋକଙ୍କ ଜୀବନ ରେଖା । ସମସ୍ତ ଲୋକ ଯେଭଳି ଆହୁରି ଉନ୍ନତ ସେବା ପାଇପାରିବେ ସେଥି ପ୍ରତି କାମ କରିବି । ରେଳବାଇକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଥିବା ଦୃଷ୍ଟିଭଙ୍ଗୀ ଓ ମିଶନକୁ ନେଇ ସେ ସଫଳତାର ସହିତ କାମ କରିବେ ବୋଲି କହିଛନ୍ତି । ଏହାସହିତ ଅଶ୍ବିନୀଙ୍କୁ ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ମନ୍ତ୍ରଣାଳୟର ଦାୟିତ୍ବ ମଧ୍ୟ ମିଳିଛି ।

@ANI

Last Updated : Jul 9, 2021, 9:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.