ଭୁବନେଶ୍ବର: ରାଜ୍ୟ ପାଇଁ ଗୌରବ ଆଣିଲେ ଓଡିଆ ଛାତ୍ର । ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ ପ୍ରବେଶିକା ପରୀକ୍ଷାରେ ସମଗ୍ର ଦେଶରେ ପ୍ରଥମ ହୋଇଛନ୍ତି ଓଡିଶାର ରୋନିତ ରଞ୍ଜନ ନାୟକ ।
ଭଦ୍ରକ ଜିଲ୍ଲା ଜଗନ୍ନାଥପୁର ବଛଡା ଗାଁର ରୋନିତ ମହାରାଷ୍ଟ୍ରର କୋହ୍ଲାପୁର ସ୍ଥିତ ସଶସ୍ତ୍ର ବାହିନୀ ପ୍ରସ୍ତୁତି ପ୍ରତିଷ୍ଠାନ (AFPI) ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ ।
ରୋନିତଙ୍କ ବାପା ରଶ୍ମୀ ରଞ୍ଜନ ନାୟକ ଗୋଆର ଆଇଏନଏସ ହଂସରେ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ରୋନିତ ତାଙ୍କର ସଫଳତାର ଶ୍ରେୟ ପ୍ରଭୁ ଜଗନ୍ନାଥ, ତାଙ୍କ ପିତାମାତା ଏବଂ ଏଏଫପିଆଇ ଶିକ୍ଷକମାନଙ୍କୁ ଦେଇଛନ୍ତି ।
ଲିଖିତ ପରୀକ୍ଷା କେନ୍ଦ୍ର ଜନସେବା ଆୟୋଗ ପକ୍ଷରୁ 6 ସେପ୍ଟେମ୍ବର 2020 ରେ ଅନୁଷ୍ଠିତ ହୋଇଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟର ସେବା ଚୟନ ବୋର୍ଡ ପକ୍ଷରୁ ପରେ ଏହି ସାକ୍ଷାତକାର କରାଯାଇଥିଲା। 6 ମାର୍ଚ୍ଚ 2021ରେ ଫଳାଫଳ ଘୋଷଣା କରାଯାଇଥିଲା ।