ETV Bharat / bharat

Parliament Winter Session: ଓଡିଶା ରେଳ ପ୍ରକଳ୍ପର ଅଗ୍ରଗତି ନେଇ ସୂଚନା ଦେଲେ ରେଳମନ୍ତ୍ରୀ - ସଂସଦରେ ଓଡିଶା ରେଳ ପ୍ରକଳ୍ପ

ଶୁକ୍ରବାର ସଂସଦର ଶୀତଅଧିବେଶନରେ ଓଡିଶାର ରେଳ ପ୍ରକଳ୍ପ ଗୁଡିକୁ ନେଇ ସଂସଦରେ ବକ୍ତବ୍ୟ ରଖିଛନ୍ତି ରେଳମନ୍ତ୍ରୀ । ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ରେଳମନ୍ତ୍ରୀ କହିଛନ୍ତି ଯେ ଓଡିଶା, ପଶ୍ଚିମବଙ୍ଗ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡିକରେ ରେଳ ପ୍ରକଳ୍ପ ଗୁଡିକ ଅଗ୍ରଗତି କରିଛି । ଅଧିକ ପଢନ୍ତୁି

railway minister ashwini Vaishnaw i
ଓଡିଶାର ରେଳ ପ୍ରକଳ୍ପ ଗୁଡିକ ଆଗେଇ ଚାଲିଛି : ରେଳମନ୍ତ୍ରୀ
author img

By

Published : Dec 3, 2021, 8:42 PM IST

ନୂଆଦିଲ୍ଲୀ : ଓଡିଶାରେ ରେଳବାଇ ପ୍ରକଳ୍ପ ଗୁଡିକ ଅଗ୍ରଗତି ବେଶ ଭଲ ଭାବରେ ଚାଲିଛି । ଶୁକ୍ରବାର ସଂସଦର ଶୀତଅଧିବେଶନରେ (Parliament Winter session) ଏ ଭଳି କହିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ (Railway Minister Ashwini Vaishnaw)।

ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ରେଳମନ୍ତ୍ରୀ କହିଛନ୍ତି ଯେ ଓଡିଶା, ପଶ୍ଚିମବଙ୍ଗ ଓ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଗୁଡିକରେ ରେଳ ପ୍ରକଳ୍ପ ଗୁଡିକ ଅଗ୍ରଗତି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବଦୋୟ ଭିଜନରେ ଅନୁସାରେ ଏହି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଗୁଡିକ କରାଯାଇଛି।

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡିଶାକୁ ରେଳ ବଜେଟକୁ ନେଇ ତଥ୍ୟ ରଖିଛନ୍ତି । ୟୁପିଏ ସରକାର ମୋଦି ସରକାର ମଧ୍ୟରେ ବଜେଟକୁ ତୁଳନା କରିଛନ୍ତି । ୨୦୦୯ ରୁ ୨୦୧୪ ମଧ୍ୟରେ ୟୁପିଏ ସରକାରରେ ଓଡିଶାକୁ କେବଳ ୮୩୮ କୋଟି ଟଙ୍କା ଦିଆଯାଇଥିଲା । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ରେଳ ବଜେଟରେ ଓଡିଶାକୁ ପ୍ରାଧାନ୍ୟ ଦିଆଯାଇଛି । ୨୦୧୪ ରୁ ୨୦୧୯ ମଧ୍ୟରେ ଓଡିଶାକୁ ୪୧୨୬ କୋଟି ଟଙ୍କା ଦିଆଯାଇଛି ।

ଏହା ସହ ଓଡିଶା- ଝାଡଖଣ୍ଡ ମଧ୍ୟରେ ହେବାକୁ ଥିବା ଚକୁଳିଆ ଓ ବୁଢାମାରା ୫୨ କିମି ରେଳ ପ୍ରକଳ୍ପକୁ ନେଇ ରେଳମନ୍ତ୍ରୀ କହିଛନ୍ତି ଯେ ଏହି ବହୁଗୁରୁତ୍ବପୂର୍ଣ୍ଣ ରେଳପଥ କାର୍ଯ୍ୟ ଚାଲିଛି। ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି ସମସ୍ୟା ରହିଛି ବୋଲି କହିଛନ୍ତି । ଏହି ରେଳପଥ ଓଡିଶାର ୧୭ କିମି ଯାଉଛି ।

ସେହିପରି ଦୀର୍ଘ ଦିନରୁ ଅଟକିଥିବା ଖୋର୍ଦ୍ଧା ବଲାଙ୍ଗୀର ରେଳପଥକୁ ମଧ୍ୟ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଏହି ପ୍ରକଳ୍ପରେ ମଧ୍ୟ ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି ସମସ୍ୟା ରହିଛି । ଏ ବିଷୟରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । ଯେଉଁଠାରେ ଜମି ଅଧିଗ୍ରହଣ ସମସ୍ୟା ରହିଛି ସେଠାରେ କାର୍ଯ୍ୟ ଅଗ୍ରଗତି କରୁଛି। ନିକଟରେ ଅନୁଗୋଳର ତାଳଚେର ରେଳ ପ୍ରଶ୍ପରେ ଟନେଲ କାର୍ଯ୍ୟ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବକା ସାଥ ସବକା ବିକାଶ ଭିଜନ ଅନୁସାରେ କାର୍ଯ୍ୟ ଚାଲିଛି ବୋଲି କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.