ETV Bharat / bharat

ବିବାହ ପ୍ରତିଶ୍ରୁତି ଦେଇ ଟଙ୍କା ଲୁଟ୍‌ କଲେ ମହିଳା, ପୋଲିସର ଦ୍ବାରସ୍ତ ହେଲେ ଓଡ଼ିଆ ଇଞ୍ଜିନିୟର - ବିବାହର ପ୍ରତିଶୃତି ଦେଇ ଓଡ଼ିଶା ଇଞ୍ଜିନିୟରଙ୍କୁ ୧୦ ଲକ୍ଷ ଠକିଲେ ଦିଲ୍ଲୀ ମହିଳା

ଯୁବକଙ୍କୁ ବିବାହ ପ୍ରତିଶୃତି ଦେଇ ୧୦ଲକ୍ଷ ଟଙ୍କା ଲୁଟି ନେଲେ ମହିଳା । ଏବେ ବିବାହ କରିବାକୁ କହିବାରୁ ମନା କରିବା ସହ ଦୁଷ୍କର୍ମ ମାମଲା ରୁଜୁ କରିବାକୁ ଧମକ ଦେଉଛନ୍ତି ମହିଳା ଜଣକ । ଅଧିକ ପଢ଼ନ୍ତୁ

ବିବାହ ପ୍ରତିଶ୍ରୁତି ଦେଇ ଟଙ୍କା ଲୁଟ୍‌ କଲେ ମହିଳା, ପୋଲିସର ଦ୍ବାରସ୍ତ ହେଲେ ଓଡ଼ିଆ ଇଞ୍ଜିନିୟର

author img

By

Published : Jul 31, 2022, 7:39 PM IST

ଜୟପୁର: ଯୁବକଙ୍କୁ ବିବାହର ପ୍ରତିଶୃତି ଦେଇ ଟଙ୍କା ଲୁଟି ନେଲେ ମହିଳା । ବିବାହ କରିବାକୁ ମନା କରିବା ସହ ଦୁଷ୍କର୍ମ ମାମଲା ରୁଜୁ କରିବାକୁ ଧମକ ଦେଉଛନ୍ତି ମହିଳା ଜଣକ । ଏଭଳି ଏକ ସାଙ୍ଘାତିକ ଘଟଣା ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି । ଓଡ଼ିଶାର ଜଣେ ଇଞ୍ଜିନିୟର ଏଭଳି ଏକ ହନିଟ୍ରାପ୍‌ର ଶିକାର ହୋଇଛନ୍ତି ।

ପଣ୍ଡିତ ରବୀନ୍ଦ୍ର କୁମାର ନାମକ ଯୁବକ ଦିଲ୍ଲୀରେ ରହୁଥିବା ସୁଜାତା ନାମକ ମହିଳାଙ୍କ ଠାରୁ ବିବାହ ପ୍ରତିଶୃତି ପାଇଥିଲେ । ପଣ୍ଡିତ ରବୀନ୍ଦ୍ର କୁମାର ରାଜସ୍ଥାନର ଦୌସା ଜିଲ୍ଲାରେ ଜଣେ ଇଞ୍ଜିନିୟର ଭାବରେ କାର୍ଯ୍ୟ କରନ୍ତି । ସେ ବର୍ତ୍ତମାନ ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସ୍‌ କରିଡରରେ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୧ରେ ତାଙ୍କ ପତ୍ନୀଙ୍କ ଦେହାନ୍ତ ଯୋଗୁଁ ତାଙ୍କ ଦେଢ଼ ବର୍ଷର ଛୁଆର ଲାଳନ ପାଳନ ପାଇଁ ଆଉ ଥରେ ବିବାହ କରିବାକୁ ମନସ୍ଥ କରିଥିଲେ । ଶାଦି ଡଟ୍‌ କମ୍‌ ନାମକ ୱେବ୍‌ସାଇଟରୁ ଜଣେ ବିଧବା ମହିଳାଙ୍କ ସହ ତାଙ୍କ ପରିଚୟ ହୋଇଥିଲା ।

ଏହାପରେ ଦୁହେଁ ଦେଖା ହେବାକୁ ଲାଗିଲେ । ରବୀନ୍ଦ୍ର ବିବାହ କଥା କହୁଥିବା ବେଳେ ସୁଜାତା କିଛିଦିନ ଅପେକ୍ଷା କରିବାକୁ କହୁଥିଲେ । ବିଭିନ୍ନ ସମୟରେ ଅନେକ ବାହାନା କରି ସୁଜାତା ରବୀନ୍ଦ୍ରଙ୍କ ଠାରୁ ୧୦ ଲକ୍ଷ ଟଙ୍କା ନେଇଥିଲେ । ତେବେ ବିଧବା କୋଟାରେ ସୁଜାତା ଚାକିରି କରିବାକୁ ଚାହୁଁଥିବାରୁ ବାହା ହେବାକୁ ଚାହୁଁନଥିବା ଜାଣିବାକୁ ପାଇଥିଲେ ରବୀନ୍ଦ୍ର ।

ଏହାପରେ ପୁନଃ ବିବାହ କଥା କହିବାରୁ ରବୀନ୍ଦ୍ରଙ୍କ ଉପରେ ଦୁଷ୍କର୍ମ ମାମଲା ରୁଜୁ କରିବାକୁ ଧମକ ଦେଇଥିଲେ ସୁଜାତା । ଏହାସହ ତାଙ୍କ ଅଫିସ୍‌ରେ ପହଞ୍ଚି ଦୁର୍ବ୍ୟବହାର କରିଥିଲେ । ଏଥିରେ ଅତିଷ୍ଟ ହୋଇ ରବୀନ୍ଦ୍ର ସ୍ଥାନୀୟ କୋତବାଲୀ ଥାନାରେ ସୁଜାତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଏହାପରେ ମହିଳାଙ୍କ ବିରୋଧରେ ଯାଞ୍ଚ ଆରମ୍ଭ ହୋଇଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.