ETV Bharat / bharat

କୋଟିଆ ବିବାଦ; ଓଡିଶାକୁ 4 ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ - Kotia News

kotia issue
କୋକୋଟିଆ ବିବାଦ; ଓଡିଶାକୁ 4 ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟଟିଆ ବିବାଦ
author img

By

Published : Feb 19, 2021, 11:51 AM IST

Updated : Feb 19, 2021, 6:57 PM IST

11:46 February 19

କୋଟିଆ ବିବାଦ, ଓଡିଶାକୁ 4 ସପ୍ତାହ ସମୟ ଦେଲେ ସର୍ବୋଚ୍ଚ ଅଦାଲତ

କୋଟିଆ ବିବାଦ; ଓଡିଶାକୁ 4 ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଟିଆ ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଆନ୍ଧ୍ର ପ୍ରଦେଶର ସତ୍ୟପାଠର ପ୍ରତି ଜବାବ ରଖିବାକୁ ଓଡିଶାକୁ 4 ସପ୍ତାହ ସମୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।  

ଆନ୍ଧ୍ରପ୍ରଦେଶ ଅଦାଲତ ଅବମାନନା କରିଥିବା ଅଭିଯୋଗରେ ସୁପ୍ରିମକୋର୍ଟ ଯାଇଥିଲା ଓଡିଶା । ଯାହାର ଶୁଣାଣି କରି ଆନ୍ଧ୍ରକୁ ଜବାବ ଦାଖଲ କରିବାକୁ କହିଥିଲେ ସୁପ୍ରିମକୋର୍ଟ । ତେବେ ଆନ୍ଧ୍ର ଜବାବ ଦାଖଲ କରିଥିବାବେଳେ ଆଜି ଏହାର ଶୁଣାଣି କରି ଓଡିଶାକୁ ପ୍ରତିଜବାବ ଦେବାକୁ 4 ସପ୍ତାହ ସମୟ ଦେଇଛନ୍ତି ନ୍ୟାୟାଳୟ ।  

ଆନ୍ଧ୍ରପ୍ରଦେଶ ପକ୍ଷରୁ ପୂର୍ବରୁ ବିଜୟନଗରମ ଜିଲ୍ଲାପାଳ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । ଏଥିରେ ସମ୍ପୃକ୍ତ ତିନୋଟି ଗାଁ ଗଞ୍ଜୟବଦ୍ରା, ପଟ୍ଟୁଚେନ୍ନୁରୁ ଏବଂ ପଗୁଲ୍ଲୁଚେନ୍ନୁରୁ ଆନ୍ଧ୍ରପ୍ରଦେଶର ଆରାକୁ ସଂସଦୀୟ ନିର୍ବାଚନମଣ୍ଡଳୀ ଏବଂ ସାଲୁରୁ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ରହିଛି ବୋଲି ଦର୍ଶାଇଥିଲେ ।  

ସେ ଆହୁରି ମଧ୍ୟ କହିଥିଲେ ଯେ, 1952 ମସିହାରୁ ଆନ୍ଧ୍ରପ୍ରଦେଶ ଗାଁରେ ଲୋକସଭା ଓ ବିଧାନସଭା ନିର୍ବାଚନ ଚାଲିଆସୁଥିବାବେଳେ 2006 ଏବଂ 2013 ମସିହାରେ ଏହି ଗାଁଗୁଡିକରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯାହା ଉପରେ ପ୍ରତିଜବାବ ରଖିବାକୁ ସୁପ୍ରିକୋର୍ଟ ଓଡିଶାକୁ 4 ସପ୍ତାହ ସମୟ ଦେଇଛନ୍ତି । 

Last Updated : Feb 19, 2021, 6:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.