ETV Bharat / bharat

ଅଯୋଧ୍ୟାରେ ଉନ୍ମୋଚିତ ହେଲା 22 ଭାଷାରେ ଲିଖିତ ନାମଫଳକ, ଶୀର୍ଷରେ ସ୍ଥାନ ପାଇଛି ଓଡ଼ିଆ - Odia language placed in top

Odia language placed in top among 22 languages in Ayodhya: ଉନ୍ମୋଚିତ ହୋଇଥିବା ନାମ ଫଳକରେ 22ଟି ଭାଷାରେ ଲେଖାଯାଇଛି । ଯାହା ମଧ୍ୟରେ ଓଡ଼ିଆ ଭାଷାକୁ ସବୁଠାରୁ ଉପରେ ସ୍ଥାନ ଦିଆଯାଇଛି । ଅଧିକ ପଢ଼ନ୍ତୁ

ଶୀର୍ଷରେ ସ୍ଥାନ ପାଇଛି ଓଡ଼ିଆ ଭାଷା
ଶୀର୍ଷରେ ସ୍ଥାନ ପାଇଛି ଓଡ଼ିଆ ଭାଷା
author img

By ETV Bharat Odisha Team

Published : Jan 13, 2024, 7:41 PM IST

ଲକ୍ଷ୍ନୌ: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ଉଦଘାଟନୀ ମହୋତ୍ସବରୁ ନେଇ ଉତ୍ସବମୁଖର ସମଗ୍ର ଦେଶ । ଜାନୁଆରୀ 22ରେ ମନ୍ଦିର ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ରାମ ମନ୍ଦିର ଖୋଲିବା ପରେ ଦେଶ ବିଦେଶରୁ ଅନେକ ଭକ୍ତଙ୍କର ସମାଗମ ହେବ । ସେନେଇ ପୂର୍ବରୁ ଶ୍ରୀରାମ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ରର ଟ୍ରଷ୍ଟ ଉପୁଜି ଥିବା ଭାଷାଗତ ସମସ୍ୟାର ସମାଧାନ ପାଇଁ ଭାଷା ବିଶେଷଜ୍ଞ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଉନ୍ମୋଚିତ ହୋଇଥିବା ନାମ ଫଳକରେ 22ଟି ଭାଷାରେ ଲେଖାଥିବା ଦେଖାଯାଇଛି । ଯାହା ମଧ୍ୟରେ ଓଡ଼ିଆ ଭାଷାକୁ ସବୁଠାରୁ ଉପରେ ସ୍ଥାନ ଦିଆଯାଇଛି ।

ତେବେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ପରେ ଦେଶ ତଥା ବିଦେଶରୁ ଅନେକ ଭକ୍ତଙ୍କ ସମାଗମ ହେବ । ଦେଶର ବିଭିନ୍ନ ସ୍ଥାନରୁ ବିଶେଷ କରି ଦକ୍ଷିଣ ଓ ଦକ୍ଷିଣପୂର୍ବ ଭାଗରୁ ଅଧିକ ଭକ୍ତଙ୍କ ସମାଗମ ଅଯୋଧ୍ୟାକୁ ହୋଇଥାଏ । ତେବେ ଏହା ଫଳରେ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ ଏହା ଏକ ସୁବିଧା ଜନକ ବ୍ୟବସ୍ଥା କୁହାଯାଇହେବ । ତେବେ ସେହି ନାମ ଫଳକରେ ଓଡ଼ିଆ ସମେତ ଭାରତୀୟ ଭାଷା ମଧ୍ୟରେ ହିନ୍ଦୀ, ଉର୍ଦ୍ଦୁ, ଅହମିଆ, କନ୍ନଡ଼, କାଶ୍ମୀରି, କୋଙ୍କଣୀ, ଗୁଜୁରାଟୀ, ଡୋଗରୀ, ତାମିଲ, ତେଲୁଗୁ, ନେପାଳୀ, ପଞ୍ଜବୀ, ବଙ୍ଗାଳୀ, ବୋଦୋ, ମଣିପୁରୀ, ମରାଠୀ, ମାଲାୟାଲମ, ମୌଥେଳୀ, ସାନ୍ତାଳି, ସଂସ୍କୃତ ଏବଂ ସିନ୍ଦି ଭାଷା ଆଦି ସ୍ଥାନ ପାଇଛି । ସେହିଭଳି ବିଦେଶୀ ଭାଷା ମଧ୍ୟରେ ଆରବିକ, ଚାଇନିଜ, ଫ୍ରେଞ୍ଚ, ଇଂରାଜୀ, ରୁଷୀୟ ଏବଂ ସ୍ପାନିଶ ଭାଷାକୁ ମଧ୍ୟ ସ୍ଥାନ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ... ଅଯୋଧ୍ୟା ଜଗିଛନ୍ତି ହନୁମାନଗଢୀ ! ରାମଙ୍କ ଦର୍ଶନ ପୂର୍ବରୁ ଏଠାକୁ ଆସନ୍ତି ଶ୍ରଦ୍ଧାଳୁ

ଓଡ଼ିଆ ଭାଷାକୁ ଷଷ୍ଠ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦିଆଯାଇଛି । ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ । ଏହି ସମ୍ମିଳନୀ ଆୟୋଜନ କରାଯିବା ନିମନ୍ତେ ଗତ ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଓଡ଼ିଆ ଭାଷାର ସର୍ବ ପ୍ରାଚୀନତା ଓ ନିରନ୍ତରତା ସମ୍ପର୍କରେ ବିଭିନ୍ନ ପର୍ଯ୍ୟାୟ ଭିତ୍ତିକ ଆଲୋଚନା କରାଯିବ । ଏଥିରେ ଓଡ଼ିଆ ଭାଷାର ଉତ୍ପତ୍ତି, କ୍ରମବିକାଶ ଓ ଲୋକପ୍ରିୟତା ଉପରେ ସାରଗର୍ଭକ ଆଲୋଚନାମାନ ଅନୁଷ୍ଠିତ ହେବ । ଏଥି ସହ ବିଶେଷଜ୍ଞ ମାନେ ଏହି ତିନି ଦିନରେ ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ରୂପରେଖ ଉପରେ ତଥ୍ୟ ଭିତ୍ତିକ ଉପସ୍ଥାପନ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.