ETV Bharat / bharat

ନର୍ସଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ! ହସ୍ପିଟାଲରୁ ଝୁଲନ୍ତା ମୃତଦେହ ଉଦ୍ଧାର - ଉନ୍ନାଓ ଦୁଷ୍କର୍ମ

ଉତ୍ତରପ୍ରଦେଶ ଉନ୍ନାଓରେ ନର୍ସଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ହସ୍ପିଟାଲରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

ନର୍ସଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ! ହସ୍ପିଟାଲରୁ ଝୁଲନ୍ତା ମୃତଦେହ ଉଦ୍ଧାର

author img

By

Published : May 1, 2022, 9:30 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଉନ୍ନାଓରେ ଜଣେ ନର୍ସଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଚାକିରିରେ ଯୋଗ ଦେବାର ମାତ୍ର ଗୋଟିଏ ଦିନ ପରେ ନର୍ସଙ୍କୁ ହତ୍ୟା କରାଯିବା ଅଭିଯୋଗ ହୋଇଛି । ହସ୍ପିଟାଲ ମଧ୍ୟରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ତାଙ୍କୁ ଗଣଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ମୃତଦେହକୁ ଝୁଲାଇ ଦିଆଯାଇଥିବା ସେମାନେ କହିଛନ୍ତି । ପୀଡିତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ପୋଲିସ ୩ ଜଣଙ୍କ ବିରୁଦ୍ଧରେ ଏତଲା ଦାୟର କରିଛି । ଶନିବାର ସକାଳେ ଏହି ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ଉନ୍ନାଓ ଜିଲ୍ଲାର ଏକ ଘରୋଇ ହସ୍ପିଟାଲରୁ ନର୍ସଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ଉନ୍ନାଓ ଏଏସ୍‌ପି(Additional Superintendent of Police) କହିଛନ୍ତି, ''ଏହି ଘଟଣା ସମ୍ପର୍କରେ ଅଭିଯୋଗ ପରେ ତିନି ଜଣଙ୍କ ନାଁରେ ଏତଲା ଦାୟର ହୋଇଛି । ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ବର୍ତ୍ତମାନ ନର୍ସଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ତଦନ୍ତ ଆରମ୍ଭ ହୋଇଛି ।'' ଏହି ଘଟଣା ସମଗ୍ର ଅଞ୍ଚଳରେ ଏବେ ଆଲୋଡନ ସୃଷ୍ଟି କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.