ଥିରୁଅନନ୍ତପୁରମ: ରାମ ମନ୍ଦିର ନିର୍ମାଣ ପାଇଁ 7 ଲକ୍ଷ ଟଙ୍କା ଦାନ କଲା କେରଳର ଏକ ସାମାଜିକ ସଂଗଠନ ନାୟାର ସର୍ଭିସ ସୋସାଇଟି (ଏନଏସଏସ) 7 ଲକ୍ଷ ଟଙ୍କା ଦାନ କରିଛି। ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏନଏସଏସର ସାଧାରଣ ସମ୍ପାଦକ ଜି ସୁକୁମାରନ ନାୟାର । ସେ କହିଛନ୍ତି ଯେ ଏହି ଟଙ୍କା କାହାରି ଦାବି ନୁହେଁ ଏବଂ ସେମାନେ ସ୍ବେଚ୍ଛାକୃତ ଭାବରେ ରାମ ମନ୍ଦିର ନିର୍ମାଣ ପାଇଁ ଏହି ଅର୍ଥରାଶି ପ୍ରଦାନ କରିଥିବା ସେ କହିଛନ୍ତି ।
ସାବରିମାଳାରେ ମହିଳା ଭକ୍ତଙ୍କ ପ୍ରବେଶ ଉପରେ ଲାଗିଥିବା କଟକଣାବେଳେ ମଧ୍ୟ ଏହି ସଂଗଠନ ସାମ୍ନାକୁ ଆସିଥିବା ଦେଖାଦେଇଥିଲା । ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରାଯାଇଥିବା ଅର୍ଥ ସମାନ ବିଶ୍ୱାସ ସହ ପ୍ରଦାନ କରାଯାଇଥିବା ସେ ସୂଚନା ଦେଇଛନ୍ତି । ଏହାକୁ ରାଜନୀତିକ ଦୃଷ୍ଟିକୋଣରୁ ବିଚୈର କରାନଯିବା ପାଇଁ ସେ ନିବେଦନ ମଧ୍ୟ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ