ETV Bharat / bharat

ମେଘାଳୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କୋନରାଡ ସାଙ୍ଗମା

କ୍ରମାଗତ ଦ୍ବିତୀୟ ଥର ପାଇଁ ମେଘାଳୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଏନପିପି ମୁଖ୍ୟ କୋନରାଡ ସାଙ୍ଗମା । ଅଧିକ ପଢନ୍ତୁ

author img

By

Published : Mar 7, 2023, 12:10 PM IST

Updated : Mar 7, 2023, 12:47 PM IST

Conrad Sangma takes oath as CM of Meghalaya
ଶପଥ ନେଲେ କୋନରାଡ ସାଙ୍ଗମା

ସିଲଙ୍ଗ: ମେଘାଳୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି କୋନରାଡ ସାଙ୍ଗମା । ଲଗାତାର ଦ୍ବିତୀୟ ଥର ରାଜ୍ୟରେ ସରକାର ଗଠନ କରିଛନ୍ତି ଏନପିପି ମୁଖ୍ୟ କୋନରାଡ ସାଙ୍ଗମା । ମୁଖ୍ୟମନ୍ତ୍ରୀ ଭାବେ କୋନରାଡ ସାଙ୍ଗମାଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଫାଗୁ ଚୌହାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଛନ୍ତି ।

  • Shillong | National People's Party chief Conrad Sangma takes oath as the Chief Minister of Meghalaya for the second consecutive term. pic.twitter.com/2mVjHVxuLJ

    — ANI (@ANI) March 7, 2023 " class="align-text-top noRightClick twitterSection" data=" ">

ପିପୁଲ୍ସ ଡେମୋକ୍ରାଟିକ ଫଣ୍ଟ (ପିଡିଏଫ) ଏବଂ ୟୁନାଇଟେଡ ଡେମୋକ୍ରାଟିକ ପାର୍ଟି (ୟୁଡିପି) କୋନରାଡ ସାଙ୍ଗମାଙ୍କୁ ସମର୍ଥନ କରିଥିଲେ । ସାଙ୍ଗମାଙ୍କୁ ମୋଟ 45 ବିଧାୟକଙ୍କ ସମର୍ଥନ ରହିଥିଲା । ମେଘାଳୟରେ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ୟୁଡିପି 11ଟି ଆସନ ଜିତିଥିବା ବେଳେ ପିଡିଏଫ ଓ ବିଜେପି 2ଟି ଲେଖାଏଁ ଆସନ ଜିତିଥିଲା । ଏଚଏସପିଡିଜିର 2 ବିଧାୟକଙ୍କ ଦୁଇ ସ୍ବାଧୀନ ବିଧାୟକ ସାଙ୍ଗମାଙ୍କୁ ସମର୍ଥନ କରିଥିଲେ । ଏନପିପି 26ଟି ଆସନରେ ବିଜୟୀ ହୋଇଥିଲା । ଫଳରେ ଦ୍ବିତୀୟ ଥର ପାଇଁ ମେଘାଳୟରେ ସରକାର ଗଠନ କରିଛନ୍ତି କୋନରାଡ ସାଙ୍ଗମା । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସାଙ୍ଗମା କହିଛନ୍ତି, ''ଆଗାମୀ 5 ବର୍ଷ ପାଇ ରାଜ୍ୟର ଅଗ୍ରଗତି ପାଇଁ କାର୍ଯ୍ୟ କରିବୁ । ଯୁବଗୋଷ୍ଠୀ ଓ ନିଯୁକ୍ତି ଉପରେ ଅଧିକ ଗୁରୁତ୍ବ ଦେବୁ। ତୃଣମୂଳ ସ୍ତରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ଦିଗରେ ଗୁରୁତ୍ବ ଦେବୁ ।''

ଏହା ବି ପଢନ୍ତୁ...Jan Aushadhi Diwas: ନିଃସନ୍ଦେହରେ ଜେନେରିକ୍ ମେଡିସନ୍ ସେବନ କରନ୍ତୁ, ସୁସ୍ଥ ରୁହନ୍ତୁ

ନାଗାଲାଣ୍ଡ ଓ ତ୍ରିପୁରା ବିଜେପି ଦଖଲରେ ରହିଥିବାବେଳେ ମେଘାଳୟରେ ମୋଦି ମ୍ୟାଜିକ ଫିକା ପଡିଥିଲା । ସତ ହୋଇଥିଲା ଏକ୍‌ଜିଟ ପୋଲ ଆକଳନ । ମେଘାଳୟରେ ଝୁଲା ସରକାର ଗଠନ ହୋଇଛି । ମେଘାଳୟ ଶାସନ କ୍ଷମତା ଦଖଲ ପାଇଁ 31ଟି ଆସନ ଦରକାର ଥିଲା । ମାତ୍ର ଏହି ସଂଖ୍ୟା କୌଣସି ଦଳ ହାସଲ କରି ନଥିଲେ । ମେଘାଳୟବାସୀ କାହାକୁ ପୂର୍ଣ୍ଣ ସମର୍ଥନ କରି ନଥିଲେ । ଏନପିପି ଅଧିକ ଆସନ ଜିତିଥିଲେ ସୁଦ୍ଧା ତାହା ସରକାର ଗଠନ କରିବାକୁ ଯଥେଷ୍ଟ ନଥିଲା । କୋନରାଜ ସାଙ୍ଗମାଙ୍କୁ ୟୁଡିପି ଓ ପିଡିଏଫ ସମର୍ଥନ ମିଳିବା ପରେ ରାଜ୍ୟରେ ଦ୍ବିତୀୟ ଥର ପାଇଁ ସରକାର ଗଠନ କରିଛନ୍ତି ସାଙ୍ଗମା । ପ୍ରିଷ୍ଟୋନ ଟାଇସଙ୍ଗ ଓ ସ୍ନିଆଭାଲଙ୍ଗ ଧର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏନପିପି ନେତୃତ୍ବାଧୀନ ମେଘାଳୟ ସରକାରରେ ଆବୁ ତାହିର ମଣ୍ଡଳ, କିରମେନ ଶୈଲ୍ଲା, ଶାକଲିଆର ୱାରଜରି, ମାର୍କ୍ୟୁସ ଏନ ମାରାକ ଏବଂ ରକ୍କାମ ଏ ସଙ୍ଗମା ମନ୍ତ୍ରୀ ଭାବେ ଦାୟିତ୍ବ ନେଇଛନ୍ତି । ଆଜି ନାଗାଲାଣ୍ଡ ଏନଡିପିପି ନେଫିୟୁ ରିଓ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

ଏହା ବି ପଢନ୍ତୁ...Taj Mahal Free Entry: ମହିଳା ଦିବସ ଦିନ ତାଜମହଲରେ ଫ୍ରି ଏଣ୍ଟ୍ରି

ପ୍ରକାଶଥାଉ କି, ଫେବୃଆରୀ 27 ତାରିଖରେ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମେଘାଳୟରେ 59 ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ରାଜ୍ୟରେ 76ପ୍ରତିଶତ ଭୋଟ ଗ୍ରହଣ ହୋଇଥିଲା । ମାର୍ଚ୍ଚ 2 ତାରିଖରେ ଜନାଦେଶ ପ୍ରକାଶ ପାଇଥିଲା ।

Last Updated : Mar 7, 2023, 12:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.