ETV Bharat / bharat

Indian missile misfired: ଭାରତ ସପକ୍ଷରେ ସମର୍ଥନ କଲା ଆମେରିକା

ଭାରତର ମିସାଇଲ ମିସଫାୟାର ହୋଇ ପାକିସ୍ତାନରେ ପଡିବା ଘଟଣାରେ ଭାରତକୁ ଆମେରିକାର ସମର୍ଥନ । ଏପରି ଅଘଟଣ ଯାନ୍ତ୍ରିକ ତ୍ରୁଟିବଶତଃ ହୋଇଛି । ଅନ୍ୟ କିଛି କାରଣ ନଥିବା କହିଲା ଓ୍ବାଶିଂଟନ । ଅଧିକ ପଢନ୍ତୁ

author img

By

Published : Mar 15, 2022, 7:43 PM IST

Indian missile misfired: ଆମେରିକା କହିଲା ତ୍ରୁଟିବଶତଃ, ଅନ୍ୟ କୌଣସି କାରଣ ନାହିଁ

ନୂଆଦିଲ୍ଲୀ: ତ୍ରୁଟିବଶତଃ ଭାରତୀୟ କ୍ଷେପଣାସ୍ତ୍ର ପାକିସ୍ତାନରେ ପଡିବା ଘଟଣାରେ ଭାରତକୁ ସମର୍ଥନ କରିଛି ଆମେରିକା । ଆମେରିକା କହିଛି ଯେ ନିକଟରେ ଏପରି ଅଘଟଣ ଭାରତ ପକ୍ଷରୁ କେବଳ ଏକ ତ୍ରୁଟି ମାତ୍ର ଆଉ କିଛି ନୁହେଁ । ଏହା ଦୁର୍ଘଟଣାବଶଃ ଘଟିଛି ତେଣୁ ଏଥିରେ କିଛି ଅନ୍ୟ ପ୍ରସଙ୍ଗ ନଥିବା ଆମେରିକା କହିଛି ।

ଗତାକାଲି (ସୋମବାର) ଦୈନିକ ସାମ୍ବାଦିକ ସମ୍ମିଳନୀରେ ଆମେରିକା ବୈଦେଶିକ ବିଭାଗ ମୁଖପାତ୍ର ନେଡ ପ୍ରାଇସ ଗଣମାଧ୍ୟମକୁ କହିଛନ୍ତି, ସେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ନିକଟରୁ ଅବଗତ ହୋଇଛନ୍ତି । ଏହା ଏକ ଯାନ୍ତ୍ରିକ ତ୍ରୁଟିବଶତଃ ଘଟିଛି ଏବଂ ଭାରତ ଏସମ୍ପର୍କରେ ସ୍ପଷ୍ଟ କରିସାରି ଥିବାବେଳେ ତଦନ୍ତ ମଧ୍ୟ ଆରମ୍ଭ କରିଛି ।

ଗତକାଲି ଏହି ପ୍ରସଙ୍ଗରେ ଚୀନ ମଧ୍ୟ ତାର ଆଭିମୁଖ୍ୟ ସାମ୍ନାକୁ ଆଣିଥିଲା । ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜିଆନ୍ ପାକିସ୍ତାନ ଏବଂ ଭାରତ ଉଭୟ ପରସ୍ପର ସହଯୋଗରେ ମିଳିତ ତଦନ୍ତ କରିବାର ଆବଶ୍ୟକତା ଥିବା କହିଥିଲେ । ଅନ୍ୟପଟେ ଭାରତୀୟ ବୈଦେଶିକ ମନ୍ତ୍ରାଣାଳୟ ଘଟଣା ସମ୍ପୂର୍ଣ୍ଣ ଦୁର୍ଘଟଣାବଶତଃ ଓ ଯାନ୍ତ୍ରିକ ତ୍ରୁଟି କାରଣରୁ ହୋଇଥିବା ପାକିସ୍ତାନକୁ ଅବଗତ କରିସାରିଛି । ଉଭୟ ଦେଶ ନିଜ ଆଡୁ ତଦନ୍ତ ମଧ୍ୟ ଜାରି ରଖିଛନ୍ତି । ତେବେ ପାକିସ୍ତାନରେ ମିସାଇଲ ପଡିବା ନେଇ ଆଜି ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିବୃତ୍ତି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.