ETV Bharat / bharat

ବାଣ ବିକ୍ରି ବ୍ୟାନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

author img

By

Published : Nov 11, 2020, 1:24 PM IST

ବାଣ ଫୁଟାଇବା ବ୍ୟାନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି ସର୍ବୋଚ୍ଚ ଅଦାଲତ । କୋରୋନା ମହାମାରୀ ସମୟରେ ଜୀବନଠୁ ଆଉ କିଛି ବଡ ନୁହେଁ ବୋଲି କହିଛନ୍ତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ । ଅଧିକ ପଢନ୍ତୁ...

ବାଣ ବିକ୍ରି ବ୍ୟାନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ
ବାଣ ବିକ୍ରି ବ୍ୟାନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: ବାଣ ଫୁଟାଇବା ବ୍ୟାନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି ସର୍ବୋଚ୍ଚ ଅଦାଲତ । ଜଷ୍ଟିସ ଡି.ୱାଇଚନ୍ଦ୍ରଚୁଡ ଓ ଇନ୍ଦ୍ରାଣୀ ବାନାର୍ଜୀଙ୍କ ଖଣ୍ଡପୀଠରେ ମାମଲାର ଶୁଣାଇ ହୋଇଥିଲା । କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଜଣେ ବ୍ୟକ୍ତି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ।

ତେବେ ସର୍ବୋଚ୍ଚ ନ୍ୟାୟାଳୟ ଆବେଦନକୁ ଖାରଜ କରିଦେଇଛନ୍ତି । ଏବଂ ହାଇକୋର୍ଟଙ୍କ ରାୟକୁ ବଳବତ୍ତର ରଖିଛନ୍ତି । ଖଣ୍ଡପୀଠ କହିଛନ୍ତି, ପର୍ବପର୍ବାଣୀ ଆମେ ସମ୍ବେଦନଶୀଳ, କିନ୍ତୁ ଜୀବନ ଠୁ ବଡ ନୁହେଁ । ଜୀବନରକ୍ଷା ପାଇଁ ସମସ୍ତ ପ୍ରୟାସ କରିବା ଆବଶ୍ୟକ । ପର୍ବପର୍ବାଣୀକୁ ନେଇ ଆମେ ସମସ୍ତେ ସଚେତନ । କିନ୍ତୁ ବର୍ତ୍ତମାନ ଆମେ ମହାମାରୀ ଦେଇ ଗତି କରୁଛେ । ସମସ୍ତେ ଏହାକୁ ସହଯୋଗ କରିବା ଉଚିତ୍‌ ବୋଲି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ କହିଛନ୍ତି ।

ଏହାସହ ସେ ଆହୁରି କହିଛନ୍ତି କି, ବର୍ତ୍ତମାନ ସମୟରେ ଆମ ପାଇଁ ମାନବ ଜୀବନ ଗୁରୁତ୍ବପୂର୍ଣ୍ଣ । ତେଣୁ କୋଲକାତା ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହା ବଳବତ୍ତର ରଖିବାକୁ ବାଧ୍ୟ ।ଏହି ସମୟରେ ସମସ୍ତେ ଏକାଠି ଲଢିବା ଉଚିତ ।

ପ୍ରକାଶ ଯେ, ଗତ ସପ୍ତାହରେ କୋଲକାତା ହାଇକୋର୍ଟ ବାଣ ବିକ୍ରି ଓ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଯାହାକୁ ଚ୍ୟାଲେଞ୍ଜ କରି ଜଣେ ବ୍ୟକ୍ତି ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.