ETV Bharat / bharat

ନରେନ୍ଦ୍ର ମୋଦିଙ୍କୁ ନେଇ ଭୟଭୀତ ନୁହଁ, ପ୍ରତିବାଦ ଜାରି ରଖିବୁ: ରାହୁଲ

ମୋଦି ଓ ଶାହଙ୍କ ଉପରେ ବର୍ଷିଲେ ରାହୁଲ । କହିଲେ ମୁଁ ମୋଦିଙ୍କୁ ଡରିନି, ଅଗଣତାନ୍ତ୍ରିକ କାର୍ଯ୍ୟକାଳପ ବିରୋଧରେ ପ୍ରତିବାଦ ଜାରି ରଖିବୁ । ସେମାନେ କିଛି ବି କରନ୍ତୁ, ଆମକୁ ଡରାଇ ପାରିବେ ନାହିଁ । ଅଧିକ ପଢନ୍ତୁ

ନରେନ୍ଦ୍ର ମୋଦିଙ୍କୁ ଡରୁନୁ, ପ୍ରତିବାଦ ଜାରି ରଖିବୁ: ରାହୁଲ

author img

By

Published : Aug 4, 2022, 8:18 PM IST

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଛନ୍ଦି ହୋଇଥିବା ଗାନ୍ଧୀ ପରିବାରକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ ପରିସରରେ ରଖିଛି । ପୁଅ ରାହୁଲଙ୍କୁ ଜେରା ପରେ ମା’ ତଥା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ଜେରା ପ୍ରକ୍ରିୟା ମଧ୍ୟରେ ରହିଛନ୍ତି । ତେବେ ଏହି ପ୍ରସଙ୍ଗରେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ବର୍ଷିଛନ୍ତି ସାଂସଦ ତଥା ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସେ ଏପରି କାର୍ଯ୍ୟାନୁଷ୍ଠାନରେ ଭୟଭୀତ ନୁହନ୍ତି, ଏବଂ ଆଗକୁ ମଧ୍ୟ ପ୍ରତିବାଦ ଜାରି ରଖିବା ନେଇ କହିଛନ୍ତି ।

ନରେନ୍ଦ୍ର ମୋଦିଙ୍କୁ ନେଇ ଭୟଭୀତ ନୁହଁ, ପ୍ରତିବାଦ ଜାରି ରଖିବୁ: ରାହୁଲ

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାହୁଲ କହିଛନ୍ତି,‘‘ ସେମାନେ ମୋଦିଜୀଙ୍କୁ ଭୟ କରନ୍ତି ନାହିଁ । ନ୍ୟାସନାଲ ହେରାଲ୍ଡ ମାମଲା କେବଳ ଭୟଭୀତ କରିବାର ଏକ ପ୍ରୟାସ ମାତ୍ର । ସେମାନେ ଭାବନ୍ତି ଏପରି ଚାପ ପ୍ରୟୋଗ କରି ଆମକୁ ଚୁପ କରିଦେବେ । ନରେନ୍ଦ୍ର ମୋଦିଜୀ ଏବଂ ଅମିତ ଶାହ ଜୀ ଯାହା କରୁଛନ୍ତି, ତାହା ଦେଶରେ ଗଣତନ୍ତ୍ର ବିରୋଧୀ । ଏହା ବିରୋଧରେ ଆମେ ଚୁପ୍‌ ରହିବୁ ନାହିଁ । ସେମାନେ କିଛି ବି କରିପାରନ୍ତି, କିନ୍ତୁ ଆମକୁ ଭୟଭୀତ କରି ପାରିବେ ନାହିଁ ।’’ ଏପରି ପ୍ରତିକ୍ରିୟା ରଖିବା ସମୟରେ ରାହୁଲ ବେସ କ୍ରୋଧିତ ମଧ୍ୟ ନଜର ଆସିଥିଲେ ।

ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ଓ ପୁଅ ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ତଦନ୍ତ ପରିସରଭୁକ୍ତ କରିଛି ତଦନ୍ତକାରୀ ସଂସ୍ଥା । ସେହିପରି ଗତକାଲି ଏହି ମାମଲାରେ ଦିଲ୍ଲୀ ସ୍ଥିତ ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟକୁ ମଧ୍ୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ସିଲ କରାଯାଇଛି । କଂଗ୍ରେସ ମଧ୍ୟ ପ୍ରଥମ ଦିନରୁ ଏହି କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ଉଦ୍ଦେଶ୍ୟମୂଳକ ଅଭିଯୋଗ କରି ଦେଶବ୍ୟାପୀ ଆନ୍ଦୋଳନ କରିଆସିଛି । ଗୃହରେ ମଧ୍ୟ ଦଳୀୟ ସାଂସଦମାନେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନ ବିରୋଧରେ ହଙ୍ଗାମା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.