ETV Bharat / bharat

Bihar: ନର୍ଥ-ଇଷ୍ଟ ସୁପରଫାଷ୍ଟ ଏକ୍ସପ୍ରେସର ଏକାଧିକ ବଗି ଲାଇନଚ୍ୟୁତ

author img

By ETV Bharat Odisha Team

Published : Oct 11, 2023, 10:58 PM IST

Updated : Oct 11, 2023, 11:09 PM IST

ବିହାର ବକ୍ସରରେ ଲାଇନଚ୍ୟୁତ ହେଲା ନର୍ଥ-ଇଷ୍ଟ ସୁପରଫାଷ୍ଟ ଏକ୍ସପ୍ରେସର ଏକାଧିକ ବଗି । ଉଦ୍ଧାର କାର୍ଯ୍ୟ ଜାରି । ଅଧିକ ପଢନ୍ତୁ

Bihar : ନର୍ଥ-ଇଷ୍ଟ ସୁପରଫାଷ୍ଟ ଏକ୍ସପ୍ରେସର ଏକାଧିକ ବଗି ଲାଇନଚ୍ୟୁତ

ପାଟନା: ବିହାର ବକ୍ସରରେ ଟ୍ରେନ୍ ଦୁର୍ଘଟଣା । ଉତ୍ତର-ପୂର୍ବ ସୁପରଫାଷ୍ଟ ଏକ୍ସପ୍ରେସ (ଟ୍ରେନ ନମ୍ବର-2506 )ର 6ଟି ବଗି ଲାଇନଚ୍ୟୁତ ହୋଇଥିବାର ସୂଚନା ମିଳିଛି । ଆଜି ବିଳମ୍ବିତ ସଂଧ୍ୟାରେ ଏହି ଦୁର୍ଘଟଣା ଘଟିଛି । ମୃତାହତ ନେଇ କୌଣସି ସୂଚନା ସ୍ପଷ୍ଟ ହୋଇନି । ରେଳବାଇ ବୈଷୟିକ ଟିମ ଘଟଣାସ୍ଥଳରେ ପହଞ୍ଚିଛି । ଦୁର୍ଘଟଣା ରଘୁନାଥପୁର ରେଳ ଷ୍ଟେସନରେ ନିକଟରେ ଘଟିଛି । ଟ୍ରେନଟି ନୂଆଦିଲ୍ଲୀରୁ ଆସାମର କାମାକ୍ଷା ଯାଉଥିଲା ।

ଏହା ମଧ୍ୟ ପଢନ୍ତୁ: Bahanaga Train Tragedy: ଅଚିହ୍ନା ମୃତକଙ୍କ ଅନ୍ତିମ ସଂସ୍କାର, 128 ଦିନ ପରେ ଜଳିଲା 28 ମୃତଦେହ

  • Bihar | 3 coaches of North East Superfast train derailed at Raghunathpur railway station in Buxar district. More details awaited: Railway official pic.twitter.com/0CDccaaU3a

    — ANI (@ANI) October 11, 2023 " class="align-text-top noRightClick twitterSection" data=" ">

ଦୁର୍ଘଟଣା ପାଟନା ରେଳ ଡିଭିଜନର ରଘୁନାଥପୁର ଷ୍ଟେସନରେ ନିକଟରେ ଘଟିଛି । ଜିଲ୍ଲା ପ୍ରଶାସନ ଏବଂ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଟ୍ରେନଟି ବକ୍ସର୍ ଜଙ୍କସନ ଛାଡିବା ପରେ ରାଜଧାନୀ ପାଟନା ଅଭିମୁଖେ ଯାତ୍ରା କରିଥିଲା । ରଘୁନାଥପୁର ରେଳ ଷ୍ଟେସନ ନିକଟରେ ଏହାର ଏକାଧିକ ବଗି ଲାଇନଚ୍ୟୁତ ହୋଇଛି । ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଅନ୍ଧାରରେ ଉଦ୍ଧାର ଅପରେସନ ଜାରି ରହିଛି ।

ବାଲେଶ୍ବର ରେଳ ଦୁର୍ଘଟଣାରେ 294 ଜଣଙ୍କ ମୃତ୍ୟୁ ହେବା ପରେ ଏକାଧିକ ଛୋଟ ଧରଣର ରେଳ ଦୁର୍ଘଟଣା ମଧ୍ୟ କ୍ରମାଗତ ସାମ୍ନାକୁ ଆସିବାରେ ଲାଗିଛି । ନିକଟରେ ହାଇଦ୍ରାବାଦ-ହାଓ୍ବଡା ଫାଲକନୁମା ଏକ୍ସପ୍ରେସର ଏକାଧିକ ବଗି ଜଳିଯାଇଥିଲା । ସେହିପରି 11 ତାରିଖରେ ବ୍ରହ୍ମପୁର ରେଳ ଷ୍ଟେସନରେ ଦେଶର ସର୍ବାଧିକ ଦୂରତା ଅତିକ୍ରମ କରୁଥିବା ଦ୍ରିବୁଗଡ-କନ୍ୟାକୁମାରୀ ବିବେକ ଏକ୍ସପ୍ରେସରେ ମଧ୍ୟ ଧୂଆଁ ଦେଖିବାକୁ ମିଳିଥିଲା । ଟ୍ରେନର ଗୋଟିଏ ବଗି ନିକଟରେ ବହୁ ଜୋରରେ ଧୂଆଁ ଦେଖିବା ପରେ ଟ୍ରେନର ଚେନକୁ ଟାଣି ଭୟଭୀତ ହୋଇପଡିଥିବା ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ପଡିଥିଲେ ।

ଏହା ମଧ୍ୟ ପଢନ୍ତୁ:-ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ଧୂଆଁ, ଓହ୍ଲାଇଗଲେ ଯାତ୍ରୀ

ସେହି ବ୍ରହ୍ମପୁର ଷ୍ଟେସନର ଗତ ମାସ (ଜୁନ) 6ରେ ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଥିଲା । ଟ୍ରେନର B-5 ବଗିରେ କୌଣସି କାରଣରୁ ନିଆଁ ଲାଗି ଧୂଆଁ ବାହାରିବା ପରେ ଯାତ୍ରୀମାନେ ଭୟରେ ଯାତ୍ରା କରିବାକୁ ମନା କରିଥିଲେ । ସଟ୍‌ସର୍କିଟ ଯୋଗୁଁ ଟ୍ରେନର ବଗିରେ ନିଆଁ ଲାଗିଥିଲା ଓ ପରବର୍ତ୍ତୀ ସମୟରେ ମରାମତି ସରିବା ପରେ ଏହା ପୁଣି ଯାତ୍ରୀ ଆରମ୍ଭ କରିଥିଲା । ଏବେ ପୁଣି ବିହାରରେ ରେଳ ଦୁର୍ଘଟଣା ଘଟିଛି । କ୍ଷୟକ୍ଷତି ନେଇ ସୂଚନା ସ୍ପଷ୍ଟ ହୋଇନଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 11, 2023, 11:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.