ETV Bharat / bharat

PM Modi On North-East Result: ‘ଫଳାଫଳ ଗଣତନ୍ତ୍ର ପ୍ରତି ବିଶ୍ବାସର ପ୍ରତିଫଳନ, ଉତ୍ତର ପୂର୍ବ ନା ଦିଲ୍ଲୀରୁ ନା ଦିଲ୍‌ରୁ ଦୂର’

ଉତ୍ତର-ପୂର୍ବ ଫଳାଫଳ ଗଣତନ୍ତ୍ର ପ୍ରତି ବିଶ୍ବାସର ପ୍ରତୀକ । ଉତ୍ତର-ପୂର୍ବ ନା ଦିଲ୍ଲୀରୁ ନା ଦିଲ୍‌ରୁ ଦୂରରେ ବୋଲି କହିଲେ ପ୍ରଧାନମନ୍ତ୍ରୀ । ସଫଳତା ପାଇଁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଦେଲେ ଧନ୍ୟବାଦ । ଅଧିକ ପଢନ୍ତୁ

author img

By

Published : Mar 2, 2023, 9:37 PM IST

pm modi on North-east result: ଫଳାଫଳ ଗଣତନ୍ତ୍ର ପ୍ରତି ବିଶ୍ବାସକୁ ପ୍ରତିଫଳିତ କରୁଛି

ନୂଆଦିଲ୍ଲୀ: ଆଜି ତିନି ଉତ୍ତର-ପୂର୍ବ ରଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ବିଧାନସଭା ନିର୍ବାଚନର ଜନାଦେଶ ପ୍ରକାଶ ପାଇଛି । ଦୁଇଟି ରାଜ୍ୟରେ ବିଜେପିର ପ୍ରଦର୍ଶନ ଅତ୍ୟନ୍ତ ଭଲ ରହିଛି । ତ୍ରିପୁରା ଓ ନାଗାଲାଣ୍ଡରେ ଦଳ ଅନ୍ୟ ସହଯୋଗୀ ଦଳ ସହ ସରକାର ଗଠନ କରିବ । ସେହିପରି ମେଘାଳୟରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିନଥିଲେ ସୁଦ୍ଧା ଶାସକ ମେଣ୍ଟରେ ସହଯୋଗୀ ଭାବେ ରହିବାକୁ ଯାଉଛି । ଅପରାହ୍ନ ସୁଦ୍ଧା ଫଳାଫଳ ସ୍ପଷ୍ଟ ହୋଇସାରିଥିବା ବେଳେ ସଂଧ୍ୟାରେ ଦିଲ୍ଲୀ ସ୍ଥିତ ଭାରତୀୟ ଜନତା ପାର୍ଟିର ମୁଖ୍ୟାଳୟରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ ମଧ୍ୟ କରିଛନ୍ତି । ଏହି ନିର୍ବାଚନର ଫଳାଫଳ ଉତ୍ତର-ପୂର୍ବ ଲୋକଙ୍କର ଗଣତନ୍ତ୍ର ପ୍ରତି ଥିବା ବିଶ୍ବାସକୁୁ ଦର୍ଶାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

  • I express my gratitude to women of Northeast. It is for the first time a woman candidate has won elections & reached Vidhan Sabha (Nagaland): PM Modi at BJP headquarters, Delhi pic.twitter.com/2uNApGCNGZ

    — ANI (@ANI) March 2, 2023 " class="align-text-top noRightClick twitterSection" data=" ">

ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ତିନୋଟି ଉତ୍ତର-ପୂର୍ବ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ଭଲ ପ୍ରଦର୍ଶନ ରହିଛି । ତ୍ରିପୁରାରେ ବିଜେପି ସରକାର ଗଠନ କରିବାକୁ ଯାଉଛି । ସେହିପରି ସହଯୋଗୀ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍ ପ୍ରଗତିଶୀଳ ପାର୍ଟି ସହିତ ଭାରତୀୟ ଜନତା ପାର୍ଟି ନାଗାଲାଣ୍ଡରେ ମଧ୍ୟ ସରକାର ଗଠନ କରିବାକୁ ଯାଉଛି । ମେଘାଳୟରେ ମଧ୍ୟ ବିଜେପି ନ୍ୟାସନାଲ ପିପୁଲ୍ସ ପାର୍ଟି ସହିତ ସରକାର ଗଠନ କରିବ । ଏହି ଫଳାଫଳ ଲୋକଙ୍କର ଗଣତନ୍ତ୍ର ପ୍ରତି ଥିବା ବିଶ୍ବାସକୁ ଦର୍ଶାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

  • Today whenever I could watch TV, I saw results of Northeast all over...This is not a result of less distance between hearts but a reflection of a new ideology. Now Northeast is not far from Delhi or from hearts: PM Modi at BJP headquarters, Delh pic.twitter.com/idGG8nNCA4

ପ୍ରଧାନମନ୍ତ୍ରୀ କହିଥିଲେ, ‘‘ଏହି ଫଳାଫଳ ଆଜି ସ୍ପଷ୍ଟ କରିଛି, ଉତ୍ତର-ପୂର୍ବ ନା ଦିଲ୍ଲୀ ଠାରୁ ଦୂରରେ ଅଛି, ନା ହୃଦୟରୁ । ସେମାନେ ଆଜି ଅନୁଭବ କରୁଥିବେ ସେମାନେ ଏବେ ଅବହେଳିତ ନୁହନ୍ତି ବରଂ ବିଜେପି ଶାସନରେ ସେମାନେ ସମାନ ଗୁରୁତ୍ବର ଅଧିକାରୀ । ସେମାନଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିଥିବାରୁ ଆମେ ଖୁସି ।’’ ସେ ତିନି ରାଜ୍ୟବାସୀଙ୍କ ଧନ୍ୟବାଦ ଦେବା ପାଇଁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ପ୍ରତୀକାତ୍ମକ ଭାବେ ମୋବାଇଲ ଫ୍ଲାସ ଲାଇଟ ଅନ କରିବାକୁ କହିଥିଲେ ।

ପ୍ରତ୍ୟେକ ନିର୍ବାଚନ ଫଳାଫଳ ପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସଫଳତାର ଶ୍ରେୟ ଦେଉଥିବା ପ୍ରଧାନମନ୍ତ୍ରୀ ଚଳିତ ସଫଳତାକୁ ମଧ୍ୟ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସର୍ଗୀକୃତ କରିଛନ୍ତି । କାର୍ଯ୍ୟକର୍ତ୍ତାଙ୍କ କଠିନ ପରିଶ୍ରମ ଫଳରେ ଦଳ ଏହି ସଫଳତା ପାଇଛି ବୋଲ ମୋଦି କହିଥିଲେ । ଏହି ମିଶନରେ ଦଳୀୟ କାର୍ଯ୍ୟକର୍ତ୍ତା ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ତଥାପି ଆଗକୁ ବଢିଛନ୍ତି । ଫଳାଫଳ ସ୍ପଷ୍ଟ ହେବା ପରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ପ୍ରଧାନମନ୍ତ୍ରୀ ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଉପସ୍ଥିତ ଦଳୀୟ କାର୍ଯ୍ୟକର୍ତ୍ତା ଓ ସାଧାରଣ ଲୋକଙ୍କୁ ସମ୍ବୋଧିତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.