ETV Bharat / bharat

ଏ ବର୍ଷ ଦେଶରେ ସ୍ବାଭାବିକ ରହିବ ମୌସୁମୀ ବର୍ଷା: IMD

author img

By

Published : Apr 11, 2023, 9:30 PM IST

ଚାଷୀଙ୍କ ପାଇଁ ଖୁସି ଖବର । ଏବର୍ଷ ଦେଶରେ ମୌସୁମୀ ବର୍ଷା ସ୍ବାଭାବିକ ହେବା ନେଇ ଭାରତୀୟ ପାଣିପାଗ କେନ୍ଦ୍ର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

normal monsoon expected this year
ଦେଶରେ ସ୍ବାଭାବିକ ରହିବ ମୌସୁମୀ ବର୍ଷା

ନୂଆଦିଲ୍ଲୀ: ସବୁଥର ପରି ଏଥର ମଧ୍ୟ ସ୍ବାଭାବିକ ହେବ ମୌସୁମୀ ବର୍ଷା । ମୌସୁମୀର ଦ୍ବିତୀୟାର୍ଦ୍ଧରେ ଏଲ-ଲିନୋ ପ୍ରଭାବ ରହିପାରେ । ପ୍ରଭାବ ଥିଲେ ବି ମୌସୁମୀ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ଚଳିତ ବର୍ଷ ମୌସୁମୀ ବର୍ଷାର ପରିଣାମ ୯୬ ପ୍ରତିଶତ ହେବା ନେଇ ପୂର୍ବାନୁମାନ କରାଯାଇଛି । ଏନେଇ ଭାରତୀୟ ପାଣିପାଗ କେନ୍ଦ୍ର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।

ଏବର୍ଷ ସାରା ଦେଶରେ ସ୍ବାଭାବିକ ରହିବ ମୌସୁମୀ ବର୍ଷା । ଭାରତୀୟ ପାଣିପାଗ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି । ମୌସୁମୀ ବେଳେ ଏଲ-ଲିନୋ ପ୍ରଭାବ ସୃଷ୍ଟି ହେବାର ଆଶଙ୍କା ରହିଛି । ଦ୍ବିତୀୟାର୍ଦ୍ଧରେ ଏହାର ପ୍ରଭାବ ଅନୁଭବ କରାଯାଇପାରେ । ସବୁ ଏଲ-ଲିନୋ ବର୍ଷ ଖରାପ ମୌସୁମୀ ହୋଇନଥାଏ । ୧୯୫୧-୨୦୨୨ର ତଥ୍ୟ ଦେଖାଯାଏ, ଏହି ବର୍ଷ ଗୁଡ଼ିକରେ ୪୦ ପ୍ରତିଶତ ସ୍ବାଭାବିକ ଏବଂ ତା ଠାରୁ ଅଧିକ ହୋଇଥିବା ରେକର୍ଡ ହୋଇଛି । ତେବେ ମୌସୁମୀ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ।

ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଭାବରେ ସ୍ବାଭାବିକ ବର୍ଷା ହେବାର ସମ୍ଭାବନା ରହିଛି । ମୌସୁମୀ ସମୟ ଜୁନରୁ ସେପ୍ଟେମ୍ବର ମଧ୍ୟରେ ୯୬ ପ୍ରତିଶତ ବର୍ଷା ହେବ । ଯାହା ସ୍ବାଭାବିକ ବୋଲି କୁହାଯାଇପାରିବ । ଦୀର୍ଘ ଅବଧି ହାରାହାରି ବର୍ଷାର ପରିମାଣ ପ୍ରାୟ ୮୭ ସେମି ରହିବ । ଫଳରେ ଚାଷୀ କାର୍ଯ୍ୟ ମଧ୍ୟ ଭଲ ହେବ । ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ୨୦୧୯ରୁ ଲଗାତାର ଚାରି ବର୍ଷ ଧରି ମୌସୁମୀ ସମୟରେ ଭାରତରେ ସ୍ବାଭାବିକ ଏବଂ ତା ଠାରୁ ଅଧିକ ବର୍ଷା ହୋଇଛି । ଏ ବର୍ଷ ଦେଶର ଅଧିକାଂଶ ଅଞ୍ଚଳରେ ସାମାନ୍ୟ କିମ୍ବା ତାଠାରୁ ଅଧିକ ବର୍ଷା ହେବାର ଅନୁମାନ କରାଯାଉଛି । କିନ୍ତୁ ଦେଶର ପଶ୍ଚିମ-କେନ୍ଦ୍ର ଏବଂ ଉତ୍ତର -ପଶ୍ଚିମ ଭାଗରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଓଡ଼ିଶାରେ ସ୍ବାଭାବିକ କିମ୍ବା ତା ଠାରୁ ଅଧିକ ପରିମାର ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆଇଏମଡି ତଥ୍ୟ ଅନୁଯାୟ, ୨୦୧୯ରେ ମୌସୁମୀ ସମୟରେ ଭାରତରେ ୯୭୧.୮ ମିମି, ୨୦୨୨ରେ ୯୬୧.୪ ମିମି,୨୦୨୧ରେ ୮୭୪.୫ ମିମି,ଏବଂ ୨୦୨୨ରେ ୯୨୪.୮ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ୨୦୧୮ରେ ଦେଶରେ ୮୦୪.୧ ମିମି ବର୍ଷା ରେକର୍ଡ ହୋଇଥିଲା । ୨୦୧୭ରେ ୮୪୫.୯ ମିମି,୨୦୧୬ରେ ୮୬୪.୪ ମିମି ଏବଂ ୨୦୧୫ରେ ୭୬୫.୮ ମିମି ବର୍ଷା ରେକର୍ଡ ହୋଇଥିଲା । ଭାରତର ୫୨ ପ୍ରତିଶତ କୃଷି କ୍ଷେତ୍ର ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ । ଦେଶର ମୋଟ ଖାଦ୍ୟ ଶସ୍ୟର ୪୦ ପ୍ରତିଶତ ଏହି ଅନୁକୂଳ ପାଗରେ ଉତ୍ପାଦିତ ହୁଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.