ETV Bharat / bharat

ମହାକୁମ୍ଭ COVID-19 ପରୀକ୍ଷଣ ଦୁର୍ନୀତି ଅଭିଯୁକ୍ତଙ୍କ ବିରୋଧରେ ଜାରି ହେଲା NBW - କୋରୋନା ଭାଇରସ ଖବର

ଉତ୍ତରାଖଣ୍ଡର ହରିଦ୍ବାର ମହାକୁମ୍ଭ କୋଭିଡ ପରୀକ୍ଷା ଦୁର୍ନୀତିର ଅଭିଯୁକ୍ତଙ୍କ ବିରୋଧରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା । ଅଧିକ ପଢନ୍ତୁ...

Non-bailable warrant issued against accused of Mahakumbh COVID-19 testing scam in Haridwar
ମହାକୁମ୍ଭ COVID-19 ପରୀକ୍ଷଣ ଦୁର୍ନୀତି ଅଭିଯୁକ୍ତଙ୍କ ବିରୋଧରେ ଜାରୀ ହେଲା NBW
author img

By

Published : Aug 29, 2021, 6:53 PM IST

ହରିଦ୍ବାର: ଉତ୍ତରାଖଣ୍ଡର ହରିଦ୍ବାର ମହାକୁମ୍ଭ COVID-19 ପରୀକ୍ଷା ଦୁର୍ନୀତିର ଅଭିଯୁକ୍ତଙ୍କ ବିରୋଧରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା । ଏନେଇ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସଆଇଟି) ୱାରେଣ୍ଟ ଜାରି କରିଛି । ରବିବାର ଦିନ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସର ସ୍ବତନ୍ତ୍ର ଟିମ ଦିଲ୍ଲୀ ଏବଂ ହରିୟାଣା ଅଭିମୁଖେ ବାହାରିଛି ।

ଅଭିଯୁକ୍ତ ମଲ୍ଲିକା ପନ୍ତ, ଶରତ ପନ୍ତ ମ୍ୟାକ୍ସ କର୍ପୋରେଟ ସର୍ଭିସ ଦିଲ୍ଲୀ ଏବଂ ହିସାରର ନାଲୱା ଲ୍ୟାବ ଡ. ନାଭତେଜ ନାଲୱା ବିରୋଧରେ ମହାକୁମ୍ଭରେ ନକଲି କୋଭିଡ ପରୀକ୍ଷଣ ମାମଲା ରୁଜୁ କରାଯାଇଛି । ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଜାମିନ ବିହୀନ ପରୱାନା ଜାରି କରାଯାଇଛି। ସୂଚନାଥାଉକି ଜୁନ 17 ରେ ଉତ୍ତରାଖଣ୍ଡ ସରକାର ହରିଦ୍ବାର ଜିଲ୍ଲା ପ୍ରଶାସନକୁ ମହାକୁମ୍ଭ ସମୟରେ COVID ପରୀକ୍ଷା ଦୁର୍ନୀତିରେ ସଂପୃକ୍ତ ସଂସ୍ଥା ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲା।

ହରିଦ୍ବାର ମହାକୁମ୍ଭ ସମୟରେ ବ୍ୟାପକ ନକଲି COVID-19 ପରୀକ୍ଷା ରିପୋର୍ଟ ପ୍ରଦାନ କରାଯାଇଥିଲା । ଯାହା ଫଳରେ କୋରୋନା ସଂକ୍ରମଣ ବୃଦ୍ଧି ପାଇଥିଲା। କୁମ୍ଭମେଳା ସମୟରେ କରାଯାଇଥିବା 1 ଲକ୍ଷ COVID-19 ରିପୋର୍ଟ ନକଲି ଥିବା ଜଣାପଡିଛି । କୁମ୍ଭମେଳା ଚଳିତ ବର୍ଷ ଏପ୍ରିଲ 1 ରୁ 30 ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହା ପରେ ସାରା ଦେଶରେ କୋରୋନା ମାହମାରୀର ଦ୍ବିତୀୟ ପ୍ରକୋପ ଦେଖାଦେଇଥିଲା । ସାରା ଦେଶେର ବହୁ ଲୋକେ କୋରୋନା ଭାଇରସର ଶିକାର ହୋଇଥିଲେ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.