ETV Bharat / bharat

Padma Awards 2022: ଜାଣନ୍ତୁ ନାମାଙ୍କନ ଦାଖଲ ଶେଷ ତାରିଖ ? - ପଦ୍ମ ପୁରସ୍କାର

15 ସେପ୍ଟମ୍ବର 2021 ପର୍ଯ୍ୟନ୍ତ ଆବେଦନକାରୀ ପଦ୍ମ ପୁରସ୍କାର ପୋର୍ଟାଲ (https://padmaawards.gov.in)ରେ କରିପାରିବେ ନାମାଙ୍କନ ଦାଖଲ । ଏହାପୂର୍ବରୁ ସମସ୍ତ ଜନସାଧାରଣଙ୍କ କେନ୍ଦ୍ର ସରକାର ପ୍ରତିଷ୍ଠିତ ନାଗରିକ ସମ୍ମାନ ପାଇଁ ନାମାଙ୍କନ ଓ ସୁପାରିଶ କରିବାକୁ ଅନୁରୋଧ କରିଥିଲେ । ଅଧିକ ପଢନ୍ତୁ...

Padma Awards 2022: ଜାଣନ୍ତୁ ନାମାଙ୍କନ ଦାଖର ଶେଷ ତାରିଖ କେବେ ?

author img

By

Published : Jul 14, 2021, 9:38 PM IST

ନୂଆଦିଲ୍ଲୀ: ପ୍ରତିବର୍ଷ ଭଳି 2022 ଗଣତନ୍ତ୍ର ଦିବସରେ ଘୋଷଣା ହେବ ପଦ୍ମ ପୁରସ୍କାର । ଏନେଇ ଆରମ୍ଭ ହୋଇସାରିଛି ନାମାଙ୍କନ ଦାଖଲ ତାରିଖ । 15 ସେପ୍ଟେମ୍ବର 2021 ରହିଛି ନାମାଙ୍କନ ଦାଖଲର ଶେଷ ତାରିଖ ।

15 ସେପ୍ଟମ୍ବର 2021 ପର୍ଯ୍ୟନ୍ତ ଆବେଦନକାରୀ ପଦ୍ମ ପୁରସ୍କାର ପୋର୍ଟାଲ (https://padmaawards.gov.in)ରେ କରିପାରିବେ ନାମାଙ୍କନ ଦାଖଲ । ଏହାପୂର୍ବରୁ ସମସ୍ତ ଜନସାଧାରଣଙ୍କ କେନ୍ଦ୍ର ସରକାର ପ୍ରତିଷ୍ଠିତ ନାଗରିକ ସମ୍ମାନ ପାଇଁ ନାମାଙ୍କନ ଓ ସୁପାରିଶ କରିବାକୁ ଅନୁରୋଧ କରିଥିଲେ ।

ପଦ୍ମ ପୁରସ୍କାର ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର, ଯେଉଁଥିରେ ପଦ୍ମ ବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ ସାମିଲ ରହିଛି । ପଦ୍ମ ପୁରସ୍କାରକୁ 'ଜନତାଙ୍କ ପଦ୍ମ'ରେ ପରିବର୍ତ୍ତିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା କହିଥିଲେ ସରକାର । ଏଥିପାଇଁ ସମସ୍ତ ନାଗରିକଙ୍କୁ ନାମାଙ୍କନ ସହିତ ସୁପାରିଶ କରିବାକୁ ଅନୁରୋଧ କରାଯାଉଛି ।

ନାମାଙ୍କନ ଓ ସୁପାରିଶ ପାଇଁ ପୋର୍ଟାଲରେ ଉପଲବ୍ଧ ନିର୍ଦ୍ଧିଷ୍ଟ ସମସ୍ତ ପ୍ରାସଙ୍ଗିକ ବିବରଣୀ ସାମିଲ ହେବାର ଆବଶ୍ୟକତା ରହିଛି । ଏଥିରେ ବର୍ଣ୍ଣନାତ୍ମକ ରୂପେ ଏକ ଯୋଗ୍ୟ ବ୍ୟକ୍ତିଙ୍କ ବିଷୟରେ (ଅତିକମ୍‌ରେ 800 ଶବ୍ଦ)ରେ ତାଙ୍କର ବୈଶିଷ୍ଟ୍ୟ ଓ ଅସାଧାରଣ ଉପଲବ୍ଧି ଓ ତାଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ସେବା ସାମିଲ ହେବା ଦରକାର ।

ସମ୍ଭାବ୍ୟ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ଖୋଜିବା ପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଏକ ସ୍ବତନ୍ତ୍ର ସର୍ଚ୍ଚ କମିଟି ଗଠନ କରିବାକୁ କହି ସାରିଛନ୍ତି । ଖାସକରି ଯେଉଁମାନେ ସେମାନଙ୍କର ଅତୁଳନୀୟ ଅବଦାନ ଓ ସେବା ସତ୍ତ୍ବେ ପୁରସ୍କାର ପାଇଁ ବିବେଚିତ ହୋଇନାହାଁନ୍ତି ସେମାନଙ୍କୁ ଏହି ଟିମ ଚୟନ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.