ETV Bharat / bharat

ଦୁର୍ନୀତିର ମହଙ୍ଗା ଫଳ ଦେଖିଲା ବିଶ୍ବ, ମାଟିରେ ମିଶିଲା ଟ୍ବିନ ଟାୱାର

ମାଟିରେ ମିଶିଲା ନୋଏଡାର ବହୁଚର୍ଚ୍ଚିତ ସୁଉଚ୍ଚ ଅଟ୍ଟାଳିକା ଟ୍ବିନ ଟାୱାର । ଏକାଧିକ ନିର୍ମାଣ ସମ୍ପର୍କିତ ନିୟମ ଓ ଅନୁମୋଦନକୁ ଅଣଦେଖା କରି ସମ୍ପୂର୍ଣ୍ଣ ବେଆଇନ ଭାବେ ନୋଏଡାର ସେକ୍ଟର ୯୩A ରେ ଠିଆ ହୋଇଥିଲା ଏହି ଅଟ୍ଟାଳିକା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ମାଟିରେ ମିଶିଛି ଦେଶର ସବୁଠୁ ବଡ଼ ଅଟ୍ଟାଳିକା । ଅଧିକ ପଢନ୍ତୁ

ଦୁର୍ନୀତିର ମହଙ୍ଗା ଫଳ ଦେଖିଲା ବିଶ୍ବ, ମାଟିରେ ମିଶିଲା ଟ୍ବିନ ଟାୱାର
ଦୁର୍ନୀତିର ମହଙ୍ଗା ଫଳ ଦେଖିଲା ବିଶ୍ବ, ମାଟିରେ ମିଶିଲା ଟ୍ବିନ ଟାୱାର
author img

By

Published : Aug 28, 2022, 2:48 PM IST

Updated : Aug 28, 2022, 4:16 PM IST

ଦିଲ୍ଲୀ: ଦୀର୍ଘ ୯ ବର୍ଷର ଆଇନଗତ ଯୁଦ୍ଧ ପରେ ଶେଷରେ ମାଟିରେ ମିଶିଲା ନୋଏଡାର ବହୁଚର୍ଚ୍ଚିତ ସୁଉଚ୍ଚ ଅଟ୍ଟାଳିକା ଟ୍ବିନ ଟାୱାର(Noida Supertech Twin Towers Demolished) । ଏହି ୧୦୦ ମିଟର ଉଚ୍ଚ ବେଆଇନ ଟ୍ବିନ ଟାୱାରକୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଧରାଶାୟୀ କରାଯାଇଛି । ରବିବାର ଅପରାହ୍ନ ୨. ୩୦ରେ ମାଟିରେ ମିଶିଛି ଏହି ଟାୱାର । ଏକାଧିକ ନିର୍ମାଣ ସମ୍ପର୍କିତ ନିୟମ ଓ ଅନୁମୋଦନକୁ ଅଣଦେଖା କରି ସମ୍ପୂର୍ଣ୍ଣ ବେଆଇନ ଭାବେ ନୋଏଡାର ସେକ୍ଟର ୯୩A ରେ ଠିଆ ହୋଇଥିଲା ଏହି ଅଟ୍ଟାଳିକା ।

ଏ ନେଇ ଆଲ୍ଲାହାବାଦ ହାଇକୋର୍ଟରେ ବହୁ ଦିନ ଧରି କେସ ଚାଲିଥିଲା । ଏହାପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶେଷରେ ମାଟିରେ ମିଶିଛି ଏହି ଉଚ୍ଚ ଅଟ୍ଟାଳିକା । ରାଜଧାନୀ ଦିଲ୍ଲୀ ନିକଟ ନୋଏଡାସ୍ଥିତ ସେକ୍ଟର ୯୩ ଏ ସୁପରଟେକ୍ ଏମେରାଲ୍ଡ କୋର୍ଟ ହାଉସିଂ ସୋସାଇଟି ମଧ୍ୟରେ ୨୦୦୯ ମସିହାରୁ 'ଆପେକ୍ସ' (୩୨ ମହଲା) ଏବଂ 'ସିଆନ୍' (୨୯ ମହଲା) ଟାୱାର ନିର୍ମାଣଧୀନ ରହିଥିଲା । କୋଠା ଭାଙ୍ଗିବା ପାଇଁ ୩୭୦୦ କି.ଗ୍ରାରୁ ଅଧିକ ବିସ୍ଫୋରକ ବ୍ୟବହାର କରାଯାଇଥିଲା । ଏପର୍ଯ୍ୟନ୍ତ ଆଖପାଖ ଅଟ୍ଟାଳିକାର କୌଣସି କ୍ଷତି ହୋଇନାହିଁ ।

ପତନ ପରେ ସୁପରଟେକ୍ ଟ୍ବିନ୍ ଟାୱାରରେ ଜମା ହୋଇଥିବା ଧୂଳିର ନିୟନ୍ତ୍ରଣ ପାଇଁ ଆଣ୍ଟି-ସ୍ମଗ୍ ଗନ୍‌ ବ୍ୟବହାର କରାଯାଇଛି । ନୋଏଡା ସିଇଓ ରିତୁ ମାହେଶ୍ବରୀ କହିଛନ୍ତି, "ନିକଟସ୍ଥ ହାଉସିଂର କୌଣସି କ୍ଷତି ହୋଇନାହିଁ । କିଛି ଆବର୍ଜନା ବର୍ତ୍ତମାନ ରାସ୍ତା ଆଡକୁ ଆସିଛି । ୧ ଘଣ୍ଟା ମଧ୍ୟରେ ପରିସ୍ଥିତି ବିଷୟରେ ସୂଚନା ଦିଆଯିବ । ଏଥିସହ ନୋଏଡା ପୋଲିସ କମିଶନର କହିଛନ୍ତି, "ପୁରା ଯୋଜନା କାର୍ଯ୍ୟକାରୀ ହୋଇଛି ଏବଂ ଟାୱାର ଭାଙ୍ଗିଯାଇଛି । ସେଠାରେ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ଥିଲା, ଯେଉଁଥିପାଇଁ ସବୁକିଛି ଠିକ୍ ଚାଲିଥିଲା ​।"

ଏହା ବି ପଢନ୍ତୁ- ମାଟିରେ ମିଶିଲା ଟ୍ବିନ୍‌ ଟାୱର୍ସ, ବିସ୍ଫୋରଣ ପାଇଁ ବ୍ୟବହାର ହୋଇଥିଲା ୩୭୦୦ କେଜି ବିସ୍ଫୋରକ

ଟ୍ବିନ ବିଲ୍ଡିଂରେ ମୋଟ ୯୧୫ ଫ୍ଲାଟ ରହିଥିଲା । ଏହି ଅଟ୍ଟାଳିକାକୁ ଭାଙ୍ଗିବା ଲାଗି ରବିବାର ସକାଳୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସକାଳ ୭ଟା ୩୦ ସମୟରେ ୫୦୦୦ ପରିବାରକୁ ସୁରକ୍ଷା ସ୍ଥାନକୁ ନିଆଯାଇଥିଲା । ଅପରାହ୍ନ ୧ଟା ପର୍ଯ୍ୟନ୍ତ ଆଖପାଖ ସ୍ଥାନ ଖାଲି ହୋଇଥିଲା । ଏହାସହିତ LPG ଗ୍ୟାସ ସପ୍ଲାଏକୁ ମଧ୍ୟ ବନ୍ଦ କରାଯାଇଥିଲା । ଏହାସହିତ ଯାନବାହାନ ଓ ପୋଷା ଜୀବଜନ୍ତୁଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା ।

ଏହା ବି ପଢନ୍ତୁ- କାଉଣ୍ଟଡାଉନ ଆରମ୍ଭ, ଆଜି ମାଟିରେ ମିଶିବ ଟ୍ବିନ ଟାୱାର

ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ୫୬୦ରୁ ଅଧିକ ପୋଲିସ କର୍ମଚାରୀ, ରିଜର୍ଭ ଫୋର୍ସର ୧୦୦ ଜଣ, ୪ଟି କ୍ବିକ୍‌ ରେସପନ୍ସ ଟିମ୍ ଏବଂ ଏକ NDRF ଟିମ୍‌ ନିୟୋଜିତ ହୋଇଥିଲେ। ଟ୍ରାଫିକ ପୋଲିସ ସକ୍ରିୟ ହୋଇଥିବାବେଳେ କୌଣସି ଜରୁରୀକାଳୀନ ପରିସ୍ଥିତିରେ ଯୋଗଦେବା ପାଇଁ ସବୁଜ କରିଡର ମଧ୍ୟ ପ୍ରତିଷ୍ଠା କରାଯାଇଥିଲା । ଏୟାରସ୍ପେସ ପ୍ରାୟ ୩୦ ମିନିଟ ପାଇଁ ବନ୍ଦ ରହିଥିବାବେଳେ ବିସ୍ଫୋରଣ ପୂର୍ବରୁ ରାତି ପ୍ରାୟ ୨.୧୫ ସମୟରେ ଏକ୍ସପ୍ରେସ ୱେ ବନ୍ଦ ରହିଥିଲା ।

ସୂଚନା ଥାଉ କି, ଦୀର୍ଘ ୯ବର୍ଷ ଧରି ଚାଲିଥିବା ଏକ ଆଇନଗତ ଯୁଦ୍ଧ ପରେ ସୁପ୍ରିମକୋର୍ଟ ଏହାକୁ ଭାଙ୍ଗିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ସଂଶୋଧିତ ବିଲ୍ଡିଂ ଯୋଜନାର ଏକ ଅଂଶ ଭାବରେ ଏହି ଟାୱାରଗୁଡିକ ଅନୁମୋଦନ ହେବା ପରେ ସୁପରଟେକ୍ ଏମେରାଲ୍ଡ କୋର୍ଟ ସମାଜର ବାସିନ୍ଦାମାନେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ୨୦୧୧ ଏକ ଉଦ୍ୟାନ ନିର୍ମାଣ ହେବାକୁ ଥିବା ସ୍ଥାନରେ ଏହି ଅଟ୍ଟାଳିକା ନିର୍ମିତ ହୋଇଥିବା ସେମାନେ ଅଭିଯୋଗ ଆଣିଥିଲେ । ସେମାନେ ଆହୁରି ମଧ୍ୟ ଦାବି କରିଥିଲେ ଯେ, ଏହି ଦୁଇଟି ଟାୱାର ଓ ସୋସାଇଟି ମଧ୍ୟରେ ୧୬ ମିଟରର ଦୂରତା ରହିଛି, ଯାହାକି ବେଆଇନ ।

Last Updated : Aug 28, 2022, 4:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.