ETV Bharat / bharat

Nobel Peace Prize 2022: ବେଲାଋଷ ଆଇନଜୀବୀ, ୨ ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର

author img

By

Published : Oct 7, 2022, 3:16 PM IST

Updated : Oct 7, 2022, 5:17 PM IST

୨୦୨୨ ପାଇଁ ଘୋଷଣା ହୋଇଛି ନୋବେଲ ଶାନ୍ତି ପୁରସ୍କାର (Nobel Peace Prize 2022) । ଜଣେ ବ୍ୟକ୍ତି ଓ ୨ଟି ସଂଗଠନକୁ ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

Nobel Peace Prize 2022: ବେଲାରୁସ ଆଇନଜୀବୀ, ୨ ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର

ହାଇଦ୍ରାବାଦ: ୨୦୨୨ ପାଇଁ ଘୋଷଣା ହୋଇଛି ନୋବେଲ ଶାନ୍ତି ପୁରସ୍କାର (Nobel Peace Prize 2022) । ଜଣେ ବ୍ୟକ୍ତି ଓ ୨ଟି ସଂଗଠନକୁ ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି । ବେଲାଋଷର ମାନବଧିକାର ଅଧିବକ୍ତା ଆଲେସ୍‌ ବାଲିଆସ୍କି (Human Rights Advocate Ales Bialiatski ), ଋଷିଆର ମାନବଧିକାର ସଂଗଠନ ମେମୋରିଆଲ (Memorial) ଓ ୟୁକ୍ରେନର ମାନବଧିକାର ସଂଗଠନ ସେଣ୍ଟର ଫର୍‌ ସିଭିଲ ଲିବର୍ଟିଜ(Center for Civil Liberties)କୁ ବିଶ୍ବର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି ।

  • BREAKING NEWS:
    The Norwegian Nobel Committee has decided to award the 2022 #NobelPeacePrize to human rights advocate Ales Bialiatski from Belarus, the Russian human rights organisation Memorial and the Ukrainian human rights organisation Center for Civil Liberties. #NobelPrize pic.twitter.com/9YBdkJpDLU

    — The Nobel Prize (@NobelPrize) October 7, 2022 " class="align-text-top noRightClick twitterSection" data=" ">

ଏହି ନୋବେଲ ଶାନ୍ତି ପୁରସ୍କାର ଜିତିଥିବା ଆଇନଜୀବୀ ଓ ସଂସ୍ଥା ନିଜ ସମ୍ପ୍ରଦାୟର ସିଭିଲ ସୋସାଇଟିର ପ୍ରତିନିଧିତ୍ୱ କରନ୍ତି । ସେ ବହୁ ସମୟ ଧରି ନାଗରିକଙ୍କ ମୂଳ ଅଧିକାରକୁ ରକ୍ଷା କରିବା ସହିତ ଏହାର ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରିଆସିଛନ୍ତି । ଏମାନେ ଯୁଦ୍ଧ କ୍ଷେତ୍ରରେ ଅପରାଧ, ମାନବଧିକାର ସମ୍ବନ୍ଧୀୟ ଶୋଷଣ ଓ ବିଭିନ୍ନ ଅଧିକାରର ଅପବ୍ୟବହାର ଗୁଡ଼ିକର ପର୍ଦ୍ଦାଫାଶ କରିବା କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଏମାନେ ମିଳିତ ଭାବରେ ଶାନ୍ତି ଓ ଲୋକତନ୍ତ୍ର ଦୃଷ୍ଟିକୋଣରୁ ସମାଜର ମହତ୍ତ୍ୱକୁ ଦର୍ଶାଇଥାନ୍ତି ।

Nobel Peace Prize
ମାନବଧିକାର ସଂଗଠନ ମେମୋରିଆଲ

ନୋବେଲ ଶାନ୍ତି ପୁରସ୍କାର ବିଜେତାଙ୍କ ସମ୍ପର୍କରେ...

ଆଲେସ୍‌ ବାଲିଆସ୍କି (Ales Bialiatski) :- ବେଲାଋଷର ଲୋକତନ୍ତ୍ରକୁ ନେଇ ହେଉଥିବା ଆନ୍ଦୋଳନରେ ଏହି ଆଇନଜୀବୀ ସାମିଲ ରହିଛନ୍ତି । ଏହି ଆନ୍ଦୋଳନ ୧୯୮୦ ମସିହାରୁ ଆରମ୍ଭ ହୋଇଥିଲା । ଆଲେସ୍‌ ନିଜ ଜୀବନକୁ ଲୋକତନ୍ତ୍ରକୁ ବଜାୟ ରଖିବା ସହିତ ନିଜ ଦେଶକୁ ଶାନ୍ତିପୂର୍ଣ୍ଣ ଢଙ୍ଗରେ ବିକାଶ କରିବା ଏହାକୁ ସୁନିଶ୍ଚିତ କରିବା ଦିଗରେ କାମ କରି ଆସିଛନ୍ତି । ସେ ୧୯୯୬ ମସିହାରେ ମାନବଧିକାର ସଂଗଠନ Viasna(Spring) ସ୍ଥାପନା କରିଥିଲେ । ମାତ୍ର ଏହି ସଂସ୍ଥା ଅନେକ ଥର ତାଙ୍କ ସ୍ୱରକୁ ଚାପିବାକୁ ଚେଷ୍ଟା କରିଥିଲା ।

Nobel Peace Prize
ବେଲାଋଷର ମାନବଧିକାର ଅଧିବକ୍ତା ଆଲେସ୍‌ ବାଲିଆସ୍କି

ମାନବଧିକାର ସଂଗଠନ ମେମୋରିଆଲ(Memorial):- ଏହି ସଂଗଠନକୁ ୧୯୮୭ ମସିହାରେ ମାନବଧିକାର କର୍ମକର୍ତ୍ତାମାନେ ସ୍ଥାପନ କରିଥିଲେ । ସେ ସୁନିଶ୍ଚିତ କରିବାକୁ ଚାହୁଁଥିଲେ ଯେ, କମ୍ୟୁନିଷ୍ଟ ଶାସନର ଅତ୍ୟାଚାରର ଶିକାରମାନଙ୍କୁ କେବେ ବି ଭୁଲାଇ ଦିଆଯିବ ନାହିଁ । ନୂତନ ଅପରାଧକୁ ରୋକିବା ପାଇଁ ଅତୀତର ଅପରାଧର ସମ୍ମୁଖୀନ ହେବା ଆବଶ୍ୟକ ବୋଲି ମେମୋରିଆଲ୍ ବିଶ୍ୱାସ କରେ । ଏହି ସଂଗଠନ ସାମରିକବାଦକୁ ବିରୋଧ କରିବା ତଥା ଆଇନ ଶୃଙ୍ଖଳା ଉପରେ ଆଧାର କରି ମାନବିକ ଅଧିକାର ତଥା ସରକାରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରୟାସ କରିବା ଦିଗରେ କାର୍ଯ୍ୟ କରେ ।

Nobel Peace Prize
ସେଣ୍ଟର ଫର୍‌ ସିଭିଲ ଲିବର୍ଟିଜ

ସେଣ୍ଟର ଫର୍‌ ସିଭିଲ ଲିବର୍ଟିଜ(Center for Civil Liberties):- ୟୁକ୍ରେନର ନାଗରିକ ସମାଜକୁ ସଂଗଠିତ କରିବା ଲାଗି ଏହି ସଂସ୍ଥାକୁ ସ୍ଥାପିତ କରାଯାଇଥିଲା । ୨୦୨୨ ଋଷ ଆକ୍ରମଣ ପରେ ଋଷ୍‌ ଯୁଦ୍ଧ ଅପରାଧୀଙ୍କୁ ଚିହ୍ନଟ କରିବା ଓ ସେମାନଙ୍କ ବିରୋଧରେ ପ୍ରମାଣକୁ ଯୋଗାଡ଼ କରିବା ଦିଗରେ ଏହି ସଂସ୍ଥା କାମ କରିଆସୁଛି ।

ଚଳିତ ବର୍ଷର ନୋବେଲ ପୁରସ୍କାର ବିଜେତା:-

ଚଳିତ ବର୍ଷ ପଦାର୍ଥ ବିଜ୍ଞାନ ବିଜେତାଙ୍କ ନାମ ମଙ୍ଗଳବାର ତଥା ଅକ୍ଟୋବର ୪ ତାରିଖରେ ଘୋଷଣା କରାଯାଇଥିଲା । ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ଆଲେନ୍ ଆସପେକ୍ଟ (Alain Aspect), ଜନ୍ କ୍ଲଜର (John Clauser) ଏବଂ ଆଣ୍ଟନ୍ ଜେଲିଞ୍ଜର୍‌ (Anton Zeilinger )ଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି । ରସାୟନ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ କାରୋଲିନ ଆର ବେରଟୋଜି (Carolyn R Bertozzi), ମୋର୍ଟେନ ମେଲ୍ଡାଲ(Morten Meldal) ଏବଂ କେ. ବେରି ଶାର୍ପଲେସ(K. Barry Sharpless)ଙ୍କୁ ମିଳିବ ଏହି ସମ୍ମାନଜନକ ପୁରସ୍କାର । କ୍ଲିକ୍ ଏବଂ ବାୟୋଅର୍ଥଗୋନାଲ୍ ରସାୟନର ବିକାଶ ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର ପ୍ରଦାନ କରାଯିବ । ସାହିତ୍ୟ କ୍ଷେତ୍ରରେ ଫ୍ରାନ୍ସର ସାହିତ୍ୟିକା ଆନ୍ନି ଏର୍ନକ୍ସ (French author Annie Ernaux)ଙ୍କୁ ମିଳିଛି ବିଶ୍ୱର ସର୍ବଶ୍ରେଷ୍ଠ ସମ୍ମାନ ।

ସୂଚନା ଥାଉ କି ୨୦୨୨ ନୋବେଲ ଶାନ୍ତି ପୁରସ୍କାର ଶୁକ୍ରବାର ଏବଂ ଅକ୍ଟୋବର ୧୦ରେ ଅର୍ଥନୀତି ପୁରସ୍କାର ଘୋଷଣା କରାଯିବ । ଅକ୍ଟୋବର ୩ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଡିସେମ୍ବର ୧୦ରେ ବିଜେତାଙ୍କୁ ପୁରସ୍କାର ଅର୍ଥରାଶି ପ୍ରଦାନ କରାଯିବ । ତେବେ ସ୍ୱିଡେନର ଉଦ୍ଭାବକ ଆଲଫ୍ରେଡ୍‌ ନୋବେଲ ଏହି ସମ୍ମାନଜନକ ପୁରସ୍କାରର ସୃଷ୍ଟିକର୍ତ୍ତା । ତାଙ୍କ ନାମ ଅନୁସାରେ ପ୍ରତିବର୍ଷ ନୋବେଲ ପୁରସ୍କାର ପ୍ରଦାନ କରାଯାଉଛି ।

Last Updated : Oct 7, 2022, 5:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.