କୋଲକାତା: ନୋବେଲ ପୁରସ୍କାର ବିଜେତା ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ କୋରୋନା ସଂକ୍ରମିତ (Nobel Laureate Amartya Sen tested Covid positive) ଚିହ୍ନଟ ହୋଇଛନ୍ତି । ଗତକାଲି (ଶୁକ୍ରବାର) ତାଙ୍କ କୋରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ବର୍ତ୍ତମାନ ସେ କୋଲକାତାର ଶାନ୍ତିନିକେତନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।
ଦୁଇ ବର୍ଷ ପରେ ଜୁଲାଇ ୧ରେ ୮୮ ବର୍ଷୀୟ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ ପଶ୍ଚିମବଙ୍ଗ ବୀରଭୂମିରେ ଥିବା ନିଜ ପୈତୃକ ବାସଭବନକୁ ଆସିଥିଲେ । ତାଙ୍କ ଦେହ ଭଲ ନଥିବାରୁ ସେ ଡାକ୍ତରକଙ୍କ ପରାମର୍ଶ କ୍ରମେ କୋରୋନା ଟେଷ୍ଟ କରିଥିଲେ । ଏହାପରେ ସେ କୋରୋନା ସଂକ୍ରମିତ ଥିବା ଚିହ୍ନଟ ହୋଇଛନ୍ତି । ଆଜି(ଶନିବାର) ସେନ କୋଲକାତାରେ ଆୟୋଜିତ ଏକ ସମାରୋହରେ ଯୋଗ ଦେଇଥାନ୍ତେ । ଆସନ୍ତାକାଲି(ରବିବାର) ସେ ଲଣ୍ଡନ ଯାଇଥାନ୍ତେ । କିନ୍ତୁ କୋରୋନା ସଂକ୍ରମିତ ପରେ ନିଜ ଯାତ୍ରାକୁ ସ୍ଥଗିତ ରଖିଛନ୍ତି ।