କୋଲକାତା: ଦେଶର ବିଭାଜୀକରଣ ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ନୋବେଲ ବିଜେତା ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ । ପଶ୍ଚିମ ବଙ୍ଗ ଲୁଣୀ ହ୍ରଦ ନିକଟରେ ଅମର୍ତ୍ତ୍ୟ ସେନ୍ ରିସର୍ଚ୍ଚ ସେଣ୍ଟର ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶରେ ଲାଗି ରହିଥିବା ଅଶାନ୍ତ ପରିବେଶକୁ ନେଇ ଅର୍ଥନୀତିରେ ନୋବେଲ୍ ବିଜେତା ଚିନ୍ତା ଜାହିର କରିଛନ୍ତି । ଭାରତ ଭଳି ଦେଶରେ ଅସହିଷ୍ଣୁ ଭଳି ଶବ୍ଦର କୌଣସି ସ୍ଥାନ ନାହିଁ ବୋଲି ସେ କହିଛନ୍ତି ।
ଅମର୍ତ୍ତ୍ୟ ସେନ୍ଙ୍କ ମୁତାବକ 'ବିଭାଜନ କେବେଳ ଭାରତ ପାକିସ୍ତାନ ମଧ୍ୟରେ ଆଉ ସୀମିତ ହୋଇ ରହିନାହିଁ । ବର୍ତ୍ତମାନ ଏହା ରାଜ୍ୟ ରାଜ୍ୟ ମଧ୍ୟରେ ବ୍ୟାପିବାରେ ଲାଗିଛି । ଦେଶରେ ବର୍ତ୍ତମାନ ବିଭାଜନ ରାଜନୀତି ଚାଲିଛି । ରବିନ୍ଦ୍ରନାଥ ଟାଗୋର ନେତାଜୀଙ୍କ ଭଳି ମହାପୁରୁଷ ଯେଉଁ ଭାରତ ପାଇଁ ଛାଡ଼ି ଯାଇଥଲେ ତାହା ଐତିହାସିକ ଭାବରେ ସହିଷ୍ଣୁ ଥିଲା ।
କେବଳ ହିନ୍ଦୁ ସଂସ୍କୃତି ଓ ପରମ୍ପରା ଆମ ଦେଶକୁ ବୁଝାଏ ନାହିଁ । ମୁସଲମାନ୍ ସମ୍ପ୍ରଦାୟ ମଧ୍ୟ ସମାନ ଭାବରେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ସଙ୍ଗୀତଜ୍ଞ ଶଙ୍କର ଅଲୀ ଆକବର୍ ଖାନ୍ ଏହାର ଏକ ଜ୍ବଳନ୍ତ ଉଦାହରଣ । ଏଭଳି ଇତିହାସ ସହ ଜଣେ କେବେ ହେଲେ ବି ବିଭାଜନକୁ ଅଣଦେଖା କରି ପାରିବ ନାହିଁ । ଏହାକୁ ନେଇ ଦେଶରେ ସହିଷ୍ଣୁ ଅସହିଷ୍ଣୁ କଥା କହି ହେବ ନାହିଁ । ଏହି ସଙ୍କଟ ସ୍ଥିତିରେ ଦେଶର ନ୍ୟାୟିକ ବ୍ୟବସ୍ଥା ଗୁରୁତ୍ବବହନ କରୁଛି ।
ଦେଶର ସୁରପରିଚାଳନା ପାଇଁ ନ୍ୟାୟିକ ବ୍ୟବସ୍ଥା ଓ ଅମଲାତନ୍ତ୍ର ମଧ୍ୟରେ ସନ୍ତୁଳନ ରକ୍ଷା କରିବା ନିତାନ୍ତ ଆବଶ୍ୟକ । କାରଣ ଯଦି ଜଣେ ମୁଖ୍ୟ ବିଚାରପତି କୌଣସି ନିଷ୍ପତ୍ତି ନେବା ପୂର୍ବରୁ କୌଣସି ମାଧ୍ୟମରେ ପ୍ରଭାବିତ ହୋଇଥିବେ, ତାହେଲେ ଏହା ନିଶ୍ଚିତ ଭାବରେ ଚିନ୍ତାର ବିଷୟ । ଅନ୍ନଦଶଙ୍କରଙ୍କ ଏକ କବିତା ସଙ୍କଳନ କରି ଅମର୍ତ୍ତ୍ୟ ସେନ୍ କହିଛନ୍ତି ଯେ, ସେହି ସମୟର ସ୍ଥିତି ଅନୁଯାୟୀ ଭାରତ-ପାକିସ୍ତାନ ବିଭାଜନ ଠିକ୍ ନିଷ୍ପତ୍ତି ନଥିଲା, ବରଂ ବର୍ତ୍ତମାନ ସ୍ଥିତିରେ ବିଭାଜନ ଠିକ୍ ନିଷ୍ପତ୍ତି ହୋଇଥାଆନ୍ତା ।
ଜାତିପ୍ରଥା ନାମରେ ଦେଶକୁ ମନୋସ୍ଥାତ୍ବିକ ଭାବରେ ବାରମ୍ବାର ବିଭାଜନ କରିବାକୁ ଚେଷ୍ଟା କରାଯାଉଛି । ଯାହା ଏକ ଚିନ୍ତଜନକ ବିଷୟ । ଅଧିକାଂଶ ଲୋକ ଦେଶରେ ଏକଛତ୍ରବାଦ ଶାସନରେ ବନ୍ଧା ହୋଇ ରହିଥିବା କଥା କହିଛନ୍ତି ନୋବେଲ ବିଜେତା ଅମର୍ତ୍ତ୍ୟ ସେନ୍ ।