ମୁମ୍ବାଇ: ଲାଉଡସ୍ପିକର ବିବାଦ ପ୍ରସଙ୍ଗରେ ଭିନ୍ନ ଢଙ୍ଗରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଶିବସେନା ମେଣ୍ଟ ସରକାରଙ୍କୁ ସମାଲୋଚନା କରିଛନ୍ତି ମହାରାଷ୍ଟ୍ର ନବ ନିର୍ମାଣ ସେନା (MNS) ମୁଖ୍ୟ ରାଜ ଠାକରେ । ମହାରାଷ୍ଟ୍ରରେ ଯୋଗୀ ନୁହେଁ ବରଂ କ୍ଷମତା ଭୋଗୀଙ୍କ ଶାସନ ଚାଲିଛି ବୋଲି କହିଛନ୍ତି ରାଜ ଠାକରେ । ଏହି ପ୍ରସଙ୍ଗରେ ଉତ୍ତରପ୍ରଦେଶ ସରକାର ନେଇଥିବା ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।
ମହାରାଷ୍ଟ୍ରରେ ଜାରି ରହିଥିବା ଲାଉଡ ସ୍ପିକର ବିବାଦରେ ମନ୍ତବ୍ୟ ଦେଇ ଏହି ପ୍ରସଙ୍ଗରେ ଉତ୍ତରପ୍ରଦେଶ ସରକାର ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନେଇଥିବା ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ ରାଜ । ଧାର୍ମିକସ୍ଥଳୀ ବିଶେଷ କରି ମସଜିଦରୁ ଲାଉଡସ୍ପିକର ହଟାଇବା ପାଇଁ ଯୋଗୀ ସରକାର ନିର୍ଦ୍ଦେଶ ଦେଇଥିବା ଦର୍ଶାଇ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଦେଇଥିଲେ ରାଜ । ତେବେ ଏହି ପ୍ରସଙ୍ଗରେ ସେ ମହାରାଷ୍ଟ୍ର ସରକାରଙ୍କ ଆଭିମୁଖ୍ୟକୁ ମଧ୍ୟ ସମାଲୋଚନା କରିବା ସହ ରାଜ୍ୟରେ ଯୋଗୀ ନୁହେଁ ବରଂ କ୍ଷମତା ଭୋଗୀଙ୍କ ଶାସନ ଚାଲିଛି ବୋଲି ସେ କଟାକ୍ଷ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ