ETV Bharat / bharat

ସରକାରୀ ଚାକିରି ଓ ପାସପୋର୍ଟରୁ ବଞ୍ଚିତ ହେବେ ପଥର ଫିଙ୍ଗାଳି - ସୁରକ୍ଷାବଳ ଉପରେ ପଥରମାଡ ପ୍ରସଙ୍ଗ

ଘାଟିରେ ଦେଶ ବିରୋଧୀ କାର୍ଯ୍ୟକଳାପ ସହ ଓ ସୁରକ୍ଷାବଳ ଉପର ପଥର ଫିଙ୍ଗାଳିଙ୍କ ପ୍ରତି କଠୋର ହେଲା କାଶ୍ମୀର ପୋଲିସ ପ୍ରଶାସନ। ମିଳିବ ନାହିଁ ବିଭିନ୍ନ ସେବା ପାଇଁ ଆବଶ୍ୟକ ହେଉଥିବା ପୋଲିସ କ୍ଲିଅରାନ୍ସ। ପାସପୋର୍ଟ ସେବା ଓ ସରକାରୀ ଚାକିରୀରୁ ହେବେ ବଞ୍ଚିତ। ଅଧିକ ପଢନ୍ତୁ...

ଘାଟୀରେ ହିଂସାକାରୀଙ୍କୁ ମିଳିବ ନାହିଁ ପୋଲିସ କ୍ଲିଅରାନ୍ସ, ପାସପୋର୍ଟ ଓ ସରକାରୀ ଚାକିରୀରୁ ହେବେ ବଞ୍ଚିତ

author img

By

Published : Aug 1, 2021, 5:02 PM IST

ଶ୍ରୀନଗର: ଘାଟିରେ ଦେଶବିରୋଧୀ କାର୍ଯ୍ୟକଳାପ ସହ ଓ ସୁରକ୍ଷାବଳ ଉପରେ ପଥର ଫିଙ୍ଗାଳିଙ୍କ ପ୍ରତି କଠୋକ କାଶ୍ମୀର ପୋଲିସ ପ୍ରଶାସନ। ଏପରି କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିଙ୍କ ପ୍ରତି ପାସପୋର୍ଟ,ସରକାରୀ ଚାକିରୀ କିମ୍ବା ଅନ୍ୟାନ୍ୟ ସେବା ପାଇଁ ପୋଲିସ ପକ୍ଷରୁ ଆବଶ୍ୟକ ହେଉଥିବା କ୍ଲିଅରାନ୍ସ ମିଳିବ ନାହିଁ । କ୍ରାଇମ ଇନଭେଷ୍ଟିଗେସନ ବିଭାଗର ବରିଷ୍ଠ ଅଧୀକ୍ଷକଙ୍କ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଥିବା ଜଣାପଡିଛି ।

ଏପରି କିଛି ସେବା ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କ ପୃଷ୍ଠଭୁମୀ ସ୍ଥାନୀୟ ପୋଲିସ ବଦଳରେ ପ୍ରତ୍ୟକ୍ଷ ଭାବେ କାଶ୍ମୀର CID ଦ୍ବାରା ଯାଞ୍ଚ ହେବା ନେଇ ଯୋଜନା ପ୍ରସ୍ତୁତ ହୋଇଛି । ଘାଟୀରେ ଆନ୍ଦୋଳନ,ହିଂସାତ୍ମକ କାର୍ଯ୍ୟକଳାପରେ ଲିପ୍ତ, ଆତଙ୍କି ଲିଙ୍କ, ପୋଲିସ ଓ ସୁରକ୍ଷାବଳ ଉପରେ ପଥର ମାଡ ପରି ଘଟଣାରେ ଉକ୍ତ ବ୍ୟକ୍ତିଙ୍କ ସମ୍ପୃକ୍ତି ଅଛି କି ନାହିଁ ତାହା ଯାଞ୍ଚ କରିବ CID। ଆବେଦନ ହୋଇଥିବା ସ୍ଥାନୀୟ ଥାନରେ ଯାଞ୍ଚ ହେବା ସହ,ହିଂସା ବେଳର ସିସିଟିଭି ଫୁଟେଜ ଆଧାରରେ ମଧ୍ୟ ଯାଞ୍ଚ କରିବ CID। ଏପରି କାର୍ଯ୍ୟକଳାପରେ ଆଂଶିକ ଭାବେ ମଧ୍ୟ ସମ୍ପୃକ୍ତି ଥିଲେ ପୋଲିସ NOC ନଦେବା ପାଇଁ କାଶ୍ମୀର ପୋଲିସ କହିଛି ।ଗତ କିଛି ବର୍ଷ ମଧ୍ୟରେ ଘାଟୀର ଅନେକ ଥର ହିଂସାତ୍ମକ କାଣ୍ଡ ହୋଇଥିବା ବେଳେ ଏଥିରେ ଅନେକ ଯୁବବର୍ଗଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ତେଣୁ ପୋଲିସ ପକ୍ଷରୁ ଅସଂଖ୍ୟ ଆବେଦନ ଖାରଜ ହୋଇଥିବା ମଧ୍ୟ ସୂଚନା ମିଳିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.