ETV Bharat / bharat

Parliament Winter session: କେନ୍ଦ୍ର କୃଷିମନ୍ତ୍ରୀଙ୍କ ବଡ ବୟାନ, ଆନ୍ଦୋଳନରେ ଯାଇନି ଚାଷୀଙ୍କ ଜୀବନ

author img

By

Published : Dec 1, 2021, 2:16 PM IST

ଆନ୍ଦୋଳନ ବେଳେ କୌଣସି ଚାଷୀ ପ୍ରାଣ ହରାଇ ନାହାନ୍ତି। ତେଣୁ କ୍ଷତିପୂରଣ ଦେବାର ପ୍ରଶ୍ନ ଉଠୁନି ବୋଲି ଲୋକସଭାକୁ ଅବଗତ କରାଇଛନ୍ତି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର (Narendra Singh Tomar)। ଅଧିକ ପଢନ୍ତୁ

କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର
କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର

ନୂଆଦିଲ୍ଲୀ: ସଂସଦ ଶୀତ ଅଧିବେଶନର (Winter session of Parliament) ତୃତୀୟ ଦିନରେ କୃଷକଙ୍କୁ ନେଇ ସରକାରଙ୍କ ବଡ ବୟାନ । ପ୍ରତ୍ୟାହୃତ କୃଷି ଆଇନ (Repealed Fram law) ବିରୋଧରେ ଚାଷୀମାନେ ବର୍ଷେ ହେଲାଣି ଆନ୍ଦୋଳନ କରୁଛନ୍ତି । ଆନ୍ଦୋଳନରେ ୭୦୦ରୁ ଅଧିକ ଚାଷୀଙ୍କ ମୃତ୍ୟୁ ହୋଇଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ବାରମ୍ବାର କହି ଆସୁଛି । ବିରୋଧୀ ମଧ୍ୟ ସମାନ ଅଭିଯୋଗ କରୁଛନ୍ତି । ହେଲେ ଏହାକୁ ଖଣ୍ଡନ କରିଛନ୍ତି ଖୋଦ କୃଷିମନ୍ତ୍ରୀ । ଆନ୍ଦୋଳନ ବେଳେ କୌଣସି ଚାଷୀ ପ୍ରାଣ ହରାଇ ନାହାନ୍ତି। ତେଣୁ କ୍ଷତିପୂରଣ ଦେବାର ପ୍ରଶ୍ନ ଉଠୁନି ବୋଲି ଲୋକସଭାକୁ ଅବଗତ କରାଇଛନ୍ତି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର (Narendra Singh Tomar)।

ଆନ୍ଦୋଳନରେ ମୃତ୍ୟୁ ହୋଇଥିବା ଚାଷୀଙ୍କ ରେକର୍ଡ ନେଇ ସରକାରଙ୍କୁ ଲୋକସଭାରେ ପଚରା ଯାଇଥିଲା । ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ମଧ୍ୟ ପଚାରିଥିଲେ ବିରୋଧୀ । ଏହାର ଲିଖିତ ଉତ୍ତରରେ ଆଜି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, କୃଷି ମନ୍ତ୍ରଣାଳୟ କୌଣସି ପ୍ରକାରର ରେକର୍ଡ ରଖିନି। ତେଣୁ କ୍ଷତିପୂରଣ ସଂକ୍ରାନ୍ତରେ ପ୍ରଶ୍ନ ଉଠୁନାହିଁ ।

କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଆହୁରି କହିଛନ୍ତି ଆନ୍ଦୋଳନ ବନ୍ଦ କରିବାକୁ ସରକାର ଲଗାତାର ଆନ୍ଦୋଳନ କରୁଥିବା କୃଷକଙ୍କ ସହ କଥା ହେଉଛନ୍ତି । କେନ୍ଦ୍ର ସରକାର ଏମଏସପି ଉପରେ ନିଷ୍ପତ୍ତି ନେବାକୁ ଗୋଟିଏ କମିଟି ଗଠନ କରିବେ। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧି ରହିବେ। ସେହିପରି ଚାଷୀ ସଂଗଠନର ସଦସ୍ୟମାନଙ୍କୁ ମଧ୍ୟ କମିଟିରେ ସାମିଲ କରାଯିବ ବୋଲି କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । କୃଷି ଆନ୍ଦୋଳରେ ମୃତ ଚାଷୀଙ୍କ କଥାକୁ ସରକାର ଏଡାଇ ଦେଇଛନ୍ତି ସତ ହେଲେ ବର୍ଷେ ହେବ ଜାରି ଥିବା ଆନ୍ଦୋଳନରେ ୭୦୦ରୁ ଅଧିକ ଚାଷୀ ପ୍ରାଣ ହରାଇଥିବା ଦାବି କରିଛି କିଷାନ ସଂଗଠନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.