ETV Bharat / bharat

ହସ୍ପିଟାଲରେ ଆଡମିଶନ ପାଇଁ ଜାତୀୟ ନୀତି ଆଣିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : May 3, 2021, 8:17 PM IST

ଦେଶରେ କୋରୋନା ସଂକ୍ରମଣ ବଢୁଥିବାରୁ ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ, ରୋଗୀ ସ୍ଥାନୀୟ ଅଞ୍ଚଳର ନୁହଁନ୍ତି କିମ୍ବା ପରିଚୟ ପତ୍ର ନାହିଁ କହି ଚିକିତ୍ସାରୁ ବଞ୍ଚିତ କରିପାରିବେ ନାହିଁ । ସମସ୍ତ ରୋଗୀଙ୍କୁ ହସ୍ପିଟାଲରେ ଆଡମିଶନ କରିବା ସହ ଜରୁରୀ ଔଷଧ ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ହସ୍ପିଟାଲରେ ଆଡମିଶନ ପାଇଁ ଜାତୀୟ ନୀତି ଆଣିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ହସ୍ପିଟାଲରେ ଆଡମିଶନ ପାଇଁ ଜାତୀୟ ନୀତି ଆଣିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ବଢୁଥିବାରୁ ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ, ରୋଗୀ ସ୍ଥାନୀୟ ଅଞ୍ଚଳର ନୁହଁନ୍ତି କିମ୍ବା ପରିଚୟ ପତ୍ର ନାହିଁ କହି ଚିକିତ୍ସାରୁ ବଞ୍ଚିତ କରିପାରିବେ ନାହିଁ । ସମସ୍ତ ରୋଗୀଙ୍କୁ ହସ୍ପିଟାଲରେ ଆଡମିଶନ କରିବା ସହ ଜରୁରୀ ଔଷଧ ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଜଷ୍ଟିସ ଡି. ଚନ୍ଦ୍ରଚୂଡଙ୍କ ନେତୃତ୍ବରେ ଏକ ବେଞ୍ଚ ଦୁଇ ସପ୍ତାହ ମଧ୍ୟରେ ଡାକ୍ତରଖାନାରେ ଆଡମିଶନ ଉପରେ ଏକ ଜାତୀୟ ନୀତି ପ୍ରସ୍ତୁତ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ସମସ୍ତ ରାଜ୍ୟ ସରକାରଙ୍କ ଦ୍ବାରା ପାଳନ କରାଯିବ । ସେପର୍ଯ୍ୟନ୍ତ ସ୍ଥାନୀୟ ପରିଚୟ ଆଧାରରେ କୌଣସି ରୋଗୀଙ୍କ ଚିକିତ୍ସା କିମ୍ବା ଜରୁରୀ ଔଷଧ ସେବାକୁ ବାରଣ କରାଯାଇପାରିବ ନାହିଁ । ବର୍ତ୍ତମାନ କୋରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଜଣେ ରୋଗୀ ହସ୍ପିଟାଲରେ ବେଡ ପାଇବାକୁ ସଂଘର୍ଷ କରୁଛି । ଏହା ସବୁଠାରୁ ବଡ ଚ୍ୟାଲେଞ୍ଜ ବୋଲି ଖଣ୍ଡପୀଠ କହିଛନ୍ତି ।

ଖଣ୍ଡପୀଠ ଆହୁରି କହିଛନ୍ତି, ବିଭିନ୍ନ ରାଜ୍ୟ ଓ ସ୍ଥାନୀୟ ପ୍ରଶାସନ ନିଜ ନିଜର ପ୍ରୋଟୋକଲ ଆପଣାଉଛନ୍ତି । ବିଭିନ୍ନ ନିୟମ ଯୋଗୁଁ ହସ୍ପିଟାଲରେ ଆଡମିଶନ ପାଇଁ ଅସ୍ଥିରତା ସୃଷ୍ଟି ହୋଇଛି। ତେଣୁ ଏଥିରେ ପରିବର୍ତ୍ତନ କରାଯିବ ଦରକାର । ତେଣୁ କେନ୍ଦ୍ର ସରକାରଙ୍କୁ ହସ୍ପିଟାଲରେ ଆଡମିଶନ ପାଇଁ ଜାତୀୟ ନୀତି ଆଣିବାକୁ କହିଛନ୍ତି । ସେହିପରି କେନ୍ଦ୍ର ସରକାର ରାଜ୍ୟଗୁଡିକ ସହ ମିଶି ଅକ୍ସିଜେନ ସପ୍ଲାଏକୁ ତ୍ବାରାନ୍ବିତ କରାଯାଉଛି । ଜରୁରୀକାଳୀନ ଷ୍ଟକର ବ୍ୟବସ୍ଥା 4 ଦିନ ମଧ୍ୟରେ କରାଯାଉ । ଦୈନନ୍ଦିନ ଭିତ୍ତିରେ ଏହାକୁ ଯାଞ୍ଚ କରାଯାଇ ସପ୍ଲାଏ ବ୍ୟବସ୍ଥାକୁ ଠିକ ଭାବ ସମ୍ପାଦନ କରାଯାଉ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.