ETV Bharat / bharat

ଗୁଜୁରାଟରେ ହେବନି ଲକଡାଉନ: ମୁଖ୍ୟମନ୍ତ୍ରୀ

author img

By

Published : Apr 12, 2021, 6:46 AM IST

ଗୁଜୁରାଟରେ ହେବନି ଲକଡାଉନ । ନାଇଟ କର୍ଫ୍ୟୁ ଦ୍ବାରା ସଂକ୍ରମଣକୁ ରୋକା ଯାଇପାରିବ । ଅଧିକ ପଢନ୍ତୁ....

No lockdown in Gujarat, night curfew necessary: CM Vijay Rupani
ଗୁଜୁରାଟରେ ହେବନି ଲକଡାଉନ : ବିଜୟ ରୂପାନୀ

ଗାନ୍ଧୀନଗର : ଦେଶରେ ଜାରି ରହିଛି କୋରୋନାର ଦ୍ବିତୀୟ ଲହର । ସଂକ୍ରମଣକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାର ମାସ୍କ ପିନ୍ଧିବା ସହ କୋରୋନା ଗାଇଡ ଲାଇନକୁ କଡାକଡି କରିଛନ୍ତି । ଗୁଜୁରାଟରେ ସଂକ୍ରମଣକୁ ରୋକିବା ପାଇଁ ଏବେ ଲକଡାଉନର ଆବଶ୍ୟକତା ନାହିଁ । ନାଇଟ କର୍ଫ୍ୟୁ ଦ୍ବାରା ହିଁ ସଂକ୍ରମଣକୁ ରୋକା ଯାଇପାରିବ ବୋଲି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କହିଛନ୍ତି ।

ରାଜ୍ୟରେ ଟୀକାକରଣ ଡ୍ରାଇଭ ଚାଲିଛି । ପ୍ରତିଦିନ ବ୍ୟାପକ ପରିମାଣରେ ଟେଷ୍ଟିଂ କରାଯାଉଛି। ଯାହା ଦ୍ବାରା ଆମେ ମହାମାରୀକୁ ପ୍ରତିହତ କରିପାରିବୁ ବୋଲି ସେ କହିଛନ୍ତି । ଅହମ୍ମଦାବାଦ, ଭଦୋଦରା, ସୁରଟ ଏବଂ ରାଜକୋଟ କୋଭିଡ ମାମଲାର 65 ପ୍ରତିଶତ ରହିଛି । ରାଜ୍ୟରେ ପ୍ରତିଦିନ 5 ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । କିନ୍ତୁ ଶନିବାର ପ୍ରଥମ କରି 5011 ସଂକ୍ରମିତ ଚିହ୍ନଟ ହୋଇ ଥିବା ବେଳେ 49 ଜଣଙ୍କ ମୃତ୍ୟୁ ହୋଇଛି । ଯାହା ଗତ ବର୍ଷ ମେ ମାସରେ ଘଟିଥିବା ମୃତ୍ୟୁହାରର ଗୋଟିଏ ଦିନର ରେକର୍ଡ ସହିତ ସମାନ ଥିଲା। ବର୍ତ୍ତମାନ ରାଜ୍ୟରେ 3 ଲକ୍ଷ 42 ହଜାର 26 ଜଣ ଆକ୍ରାନ୍ତ ରହିଥିୂବା ବେଳେ 4 ହଜାର 746 ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ 3 ଲକ୍ଷ 12 ହଜାର 151 ଜଣ ସୁସ୍ଥ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.