ETV Bharat / bharat

ଦିଲ୍ଲୀରେ ବାଧ୍ୟତାମୂଳକ ନାହିଁ ମାସ୍କ, ଦେବାକୁ ପଡିବନି କୌଣସି ଫାଇନ - ଦିଲ୍ଲୀବାସୀଙ୍କ ପାଇଁ ଆସିଲା ଆଶ୍ବସ୍ତିକର ଖବର

ରାଜଧାନୀ ଦିଲ୍ଲୀବାସୀଙ୍କ ପାଇଁ ଆସିଲା ଆଶ୍ବସ୍ତିକର ଖବର । ଆଉ ପିନ୍ଧିବାକୁ ପଡ଼ିବନି ମାସ୍କ । ଏହାକୁ ଆଉ ବାଧ୍ୟତାମୂଳକ କରାଯିବନି । କି ମାସ୍କ ନ ପିନ୍ଧିଲେ ପଡ଼ିବନି ଫାଇନ । ଅଧିକ ପଢନ୍ତୁ

ମାସ୍କ ନପିନ୍ଧିଲେ ପଡ଼ିବନି ଫାଇନ
ମାସ୍କ ନପିନ୍ଧିଲେ ପଡ଼ିବନି ଫାଇନ
author img

By

Published : Apr 2, 2022, 4:53 PM IST

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀବାସୀଙ୍କ ପାଇଁ ଆସିଲା ଆଶ୍ବସ୍ତିକର ଖବର । ଆଉ ପିନ୍ଧିବାକୁ ପଡ଼ିବନି ମାସ୍କ । ଏହାକୁ ଆଉ ବାଧ୍ୟତାମୂଳକ କରାଯିବନି । କି ମାସ୍କ ନ ପିନ୍ଧିଲେ ପଡ଼ିବନି ଫାଇନ । ଏପରି ଘୋଷଣା କରିଛନ୍ତି ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ( ଡିଡିଏମଏ) ।

ପୂର୍ବରୁ ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ ଥିଲା । ଏପରିକି ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଯାଏଁ ଫାଇନ କଟୁଥିଲା । ହେଲେ ଏଥିରୁ ଦିଲ୍ଲୀବାସୀଙ୍କୁ ମୁକ୍ତି ମିଳିଯାଇଛି । ଡିଡିଏମଏର ସର୍କୁଲାର ମୁତାବକ, ‘ମୁୁହଁରେ ମାସ୍କ ନଥିଲେ ଜୋରିମାନା ନାହିଁ । କିନ୍ତୁ ଏହାର ଅର୍ଥ ନୁହେଁ ଲୋକେ ମାସ୍କ ପିନ୍ଧିବା ଛାଡି ଦେବେ । ଦେଶରେ କରୋନା ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିଲେ ବି ବିଦେଶରୁ ତ ଏଯାଏଁ କରୋନାର ଭୟ ଯାଇନି । ତେଣୁ ଭାଇରସର ପ୍ରବେଶ ନେଇ କେହି କିଛି କଳନା କରିବା ଆଗରୁ ଭାରତୀୟଙ୍କୁ ସବୁବେଳେ ସଚେତ ହୋଇ ରହିବାକୁ ପଡ଼ିବ । କରୋନା ଥାଉ କି ନଥାଉ ନିଜର ସୁରକ୍ଷା ଦୃଷ୍ଟିରୁ ସର୍ବସାଧାରଣ ସ୍ଥାନରେ ମାସ୍କ ଏକ ଉଚିତ ନିଷ୍ପତ୍ତି’ ବୋଲି ଡିଡିଏମଏ ପକ୍ଷରୁ କୁହାଯାଇଛି ।

ସେହିପରି ‘ଦ ବ୍ରିହାନ ମୁମ୍ବାଇ ମୁନିସିପାଲ କର୍ପୋରେସନ୍‌’ ବା ବିଏମସି ମାସ୍କ ପିନ୍ଧିବା ଉପରୁ କଟକଣା ଉଠାଇଛନ୍ତି । ଏବେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ । ଯଦି କେହି ମାସ୍କ ପିନ୍ଧିନାହାଁନ୍ତି ତେବେ ଏହା ବାବଦରେ ଜୋରିମାନା ମଧ୍ୟ ଦେବାକୁ ପଡ଼ିବ ନାହିଁ । ମହାମାରୀ ସମ୍ପୂର୍ଣ୍ଣ ଭାବରେ ଯାଇନଥିବାରୁ ସମସ୍ତ ନାଗରିକଙ୍କୁ ମାସ୍କ ପିନ୍ଧିବାକୁ କେବଳ ଅନୁରୋଧ କରାଯାଇଛି । ଏହାଦ୍ବାରା ନିଜକୁ ଓ ଅନ୍ୟମାନଙ୍କୁ ସୁରକ୍ଷିତ ରଖାଯାଇପାରିବ । ତେବେ ଗତ ଦୁଇ ବର୍ଷ ଧରି ଏହି ପ୍ରକ୍ରିୟା ବିନା ତ୍ବରାନ୍ବିତରେ ଜାରି ରହିଥିଲା ଏବଂ ମାସ୍କକୁ ସର୍ବସାଧାରଣ ସ୍ଥାନରେ ବାଧ୍ୟତାମୂଳକ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.