ନୂଆଦିଲ୍ଲୀ: G-20 ଶିଖର ସମ୍ମିଳନୀ ପାଇଁ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ଏନେଇ ଆସନ୍ତା 7 ତାରିଖ ମଧ୍ୟରାତ୍ରି ଅର୍ଥାତ୍ 8 ତାରିଖରୁ ଦିଲ୍ଲୀରେ ଯାନବାହନ ଯାତାୟତ ଦିଗରେ ରୋକ୍ ଲଗାଯିବା ସହ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦିଆଯିବ। ନିଷେଦ୍ଧାଞ୍ଚଳକୁ ପ୍ରାଇଭେଟ୍ ଗାଡ଼ି ପ୍ରବେଶ ଉପରେ ରୋକ୍ ଲଗାଯାଇଛି । ଏହି ସମୟ ମଧ୍ୟରେ ଦିଲ୍ଲୀକୁ ସମ୍ପୂର୍ଣ୍ଣ ନିୟନ୍ତ୍ରିତ ଜୋନ୍ କରାଯାଇଛି । କେବଳ ଏଠାରେ କାମ କରୁଥିବା ଏବଂ ବସବାସ କରୁଥିବା ବ୍ଯକ୍ତି ନିଜର ଉପଯୁକ୍ତ ପରିଚୟ ପତ୍ର ଦେଖାଇ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ। ସେହିପରି ଶିଖର ସମ୍ମିଳନୀ ସମୟରେ ଏନଡିଏମସି ଇଲାକା ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ। ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିବେ ବିଭିନ୍ନ ରାଷ୍ଟ୍ର ମୁଖ୍ୟ। ତେଣୁ ସେମାନଙ୍କୁ ଯେପରି କୌଣସି ଟ୍ରାଫିକ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ନପଡେ ସେଥିପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର।
-
#WATCH दिल्ली पुलिस ने 7 और 8 सितंबर की मध्यरात्रि से लागू होने वाले प्रतिबंधों के साथ एक विस्तृत यातायात एडवाइजरी जारी की है और यह 10 सितंबर की रात तक व्यवस्था समाप्त होने तक जारी रहेगी। विस्तृत यातायात एडवाइजरी में, हमने विभिन्न सेवाओं का उपयोग करने के बारे में विस्तृत निर्देश… pic.twitter.com/XPNfk1PH2G
— ANI_HindiNews (@AHindinews) August 25, 2023 " class="align-text-top noRightClick twitterSection" data="
">#WATCH दिल्ली पुलिस ने 7 और 8 सितंबर की मध्यरात्रि से लागू होने वाले प्रतिबंधों के साथ एक विस्तृत यातायात एडवाइजरी जारी की है और यह 10 सितंबर की रात तक व्यवस्था समाप्त होने तक जारी रहेगी। विस्तृत यातायात एडवाइजरी में, हमने विभिन्न सेवाओं का उपयोग करने के बारे में विस्तृत निर्देश… pic.twitter.com/XPNfk1PH2G
— ANI_HindiNews (@AHindinews) August 25, 2023#WATCH दिल्ली पुलिस ने 7 और 8 सितंबर की मध्यरात्रि से लागू होने वाले प्रतिबंधों के साथ एक विस्तृत यातायात एडवाइजरी जारी की है और यह 10 सितंबर की रात तक व्यवस्था समाप्त होने तक जारी रहेगी। विस्तृत यातायात एडवाइजरी में, हमने विभिन्न सेवाओं का उपयोग करने के बारे में विस्तृत निर्देश… pic.twitter.com/XPNfk1PH2G
— ANI_HindiNews (@AHindinews) August 25, 2023
କାର୍ଯ୍ୟକ୍ରମ ସମୟରେ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି । ଏନେଇ ବ୍ୟାପକ ପୋଲିସ ଫୋର୍ସ ସମେତ ସେନା ମଧ୍ୟ ମୁତୟନ କରାଯାଇଛି। ଏହାରି ଭିତରେ ଜନସାଧାରଣ ଯେପରି କୌଣସି ଟ୍ରାଫିକ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଗୁରୁତ୍ବ ଦିଆଯାଇଛି । ଜନସାଧାରଣଙ୍କ ଯାତାୟତକୁ ସହଜ ଓ ସୁଗମ କରିବାକୁ ସମସ୍ତ ସୁବିଧା ରହିବ । ଏନେଇ ଦିଲ୍ଲୀ ପୋଲିସ ତରଫରୁ ଏକ ହେଲ୍ପ ଡେସ୍କ୍ର ବ୍ୟବସ୍ଥା କରାଯାଇଛି । ଏହି ଭର୍ଚୁଆଲ ହେଲ୍ପ ଡେସ୍କ ମାଧ୍ୟମରେ ଯୋଗାଯୋଗ କଲେ ରାଜଧାନୀ ଦିଲ୍ଲୀର ବିଭିନ୍ନ ରୁଟ୍ ଏବଂ ସେଠାରେ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇପାରିବେ ଲୋକେ।
ଉଦାହରଣ ସ୍ବରୂପ, କୌଣସି ବ୍ୟକ୍ତିଙ୍କୁ ନୂଆଦିଲ୍ଲୀ ଷ୍ଟେସନରୁ ଅନ୍ୟ କୌଣସି ସ୍ଥାନକୁ ଯିବାକୁ ହେଲେ ସେ ସେହି ସ୍ଥାନରୁ ଏକ ଭର୍ଚୁଆଲ ଲିଙ୍କ ମାଧ୍ୟମରେ ନିଜର ଗନ୍ତବ୍ୟସ୍ଥଳ ସମ୍ପର୍କରେ ବିବରଣୀ ପାଇପାରିବେ। ଏହି ଲିଙ୍କ୍ ସାହାଯ୍ୟରେ ନାଭିଗେସନ ଦ୍ବାରା ଯିବାକୁ ଥିବା ରାସ୍ତାର ସମ୍ପୂର୍ଣ ରୁଟ୍ ଦେଖି ହେବ। ଗୁଗୁଲ ମ୍ୟାପ୍ ଓ ମାଇଁ ଇଣ୍ଡିଆର ମିଳିତ ଆନୁକୁଲ୍ୟରେ ଏହି କାର୍ଯ୍ୟପନ୍ଥା ଅବଲମ୍ବନ କରାଯାଇଛି। ଖୁବଶୀଘ୍ର ଅନଲାଇନ ଜରିଆରେ ଏହି ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି।
ସେହିପରି ଦିଲ୍ଲୀର ପ୍ରଗତି ମୈଦାନ ମେଟ୍ରୋ ଷ୍ଟେସନ ବନ୍ଦ ରହିବ। ଏନେଇ 3 ଦିନିଆ ସାଧାରଣ ଛୁଟି ଘୋଷଣା କରାଯାଇଥିବା ନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର କମିଶନର ସୁରେନ୍ଦ୍ର ଯାଦବ । ଏହି ସମୟରେ ଲୋକଙ୍କୁ ଆବଶ୍ୟକ ନଥିଲେ ନୂଆଦିଲ୍ଲୀ ପରିଦର୍ଶନ ନକରିବାକୁ ପରାମର୍ଶ ଦିଆଯାଇଛି । କୌଣସି ଯାନବାହନର ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିଛି । କେବଳ ମେଟ୍ରୋ ଚଳାଚଳକୁ ଅନୁମତି ରହିଛି । ଏହି ନିୟମ ଆସନ୍ତା ସେପ୍ଟମ୍ବର 8 ତାରିଖରୁ ଲାଗୁ ହୋଇ ସେପ୍ଟମ୍ବର 10 ତାରିଖ ଯାଏଁ ବଳବତ୍ତର ରହିବ ।