ନୂଆଦିଲ୍ଲୀ: ପୂର୍ବ ନିର୍ଦ୍ଧାରିତ ପ୍ରୋଟୋକଲ ଅନୁସାରେ ସଫଳତାର ସହ ମାଟିରେ ମିଶିଲା ବହୁଚର୍ଚ୍ଚିତ ଟ୍ବିନ ଟାଓ୍ବାର(Twin Towers )। ବିସ୍ପୋରଣରେ ମାତ୍ର କିଛି ସେକେଣ୍ଡରେ ଏହି ଦୁଇ ସୁଉଚ୍ଚ ଅଟ୍ଟାଳିକା ସମ୍ପୂର୍ଣ୍ଣ ଧ୍ବଂସସ୍ତୂପରେ ପରିଣତ ହୋଇଛି । ନିକଟରେ ଥିବା ବିଲ୍ଡିଂଗୁଡିକରେ କୌଣସି କ୍ଷୟକ୍ଷତି ହୋଇନାହିଁ । କିଛି ଆବର୍ଜନା ଓ ଭଗ୍ନାବଶେଷ ରାସ୍ତା ଉପରକୁ ଛଟିକି ପଡିଛି । କିଛି ସମୟ ମଧ୍ୟରେ ଏହାର ରିଷ୍ଟୋରରେସନ କାର୍ଯ୍ୟ ଶେଷ ହେବ ବୋଲି ନୋଏଡା ସିଇଓ ରିତୁ ମହାଶ୍ବେରୀ (Noida CEO Ritu Maheshwari) ସୂଚନା ଦେଇଛନ୍ତି ।
-
Broadly, no damage to nearby housing societies. Only some bit of debris has come towards the road. We will get a better idea of the situation in an hour: Noida CEO Ritu Maheshwari #SupertechTwinTowers pic.twitter.com/7pfZHu2qGs
— ANI (@ANI) August 28, 2022 " class="align-text-top noRightClick twitterSection" data="
">Broadly, no damage to nearby housing societies. Only some bit of debris has come towards the road. We will get a better idea of the situation in an hour: Noida CEO Ritu Maheshwari #SupertechTwinTowers pic.twitter.com/7pfZHu2qGs
— ANI (@ANI) August 28, 2022Broadly, no damage to nearby housing societies. Only some bit of debris has come towards the road. We will get a better idea of the situation in an hour: Noida CEO Ritu Maheshwari #SupertechTwinTowers pic.twitter.com/7pfZHu2qGs
— ANI (@ANI) August 28, 2022
ଆହୁରି ମଧ୍ୟ ସେ ସୂଚନା ଦେଇ କହିଛନ୍ତି, "ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳରେ ସଫେଇ କାର୍ଯ୍ୟ ଜାରି ରହିଛି । ଆସନ୍ତା କିଛି ଘଣ୍ଚା ମଧ୍ୟରେ ଜୀବନଯାତ୍ରା ସମ୍ପୂର୍ଣ୍ଣ ସ୍ବାଭାବିକ ହେବ । ବିସ୍ଫୋରଣ ପ୍ରୋଟକଲ ଅନୁସାରେ ଆଖପାଖ ଅଞ୍ଚଳର ବିଲ୍ଡିଂଗୁଡିକୁ ଖାଲି କରାଯିବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା । ସେମାନଙ୍କୁ ସଂଧ୍ୟା 6.30 ରେ ଘରକୁ ଫେରିବାକୁ ଅନୁମତି ମିଳିବ ।" ପରେ ଗ୍ୟାସ ଓ ବିଜୁଳି ସରବରାହ ମଧ୍ୟ ସ୍ବାଭାବିକ କରାଯିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି । ବିସ୍ଫୋରଣକୁ ଦୃଷ୍ଟିରେ ରଖି ଆଖପାଖ ଅଞ୍ଚଳରେ ଥିବା ବିଲ୍ଡିଂରୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବା ସହ ସମଗ୍ର ଅଞ୍ଚଳରେ ଗ୍ୟାସ ଓ ବିଜୁଳି ସେବା ମଧ୍ୟ ବନ୍ଦ ରଖାଯାଇଥିଲା ।
ଅନ୍ୟପଟେ ଅପରେସନ ନେଇ ନୋଏଡା ପୋଲିସ କମିଶନର କହିଛନ୍ତି, "ପୂର୍ବ ନିର୍ଦ୍ଧାରିତ ଯୋଜନା ମୁତାବକ ସମସ୍ତ ପ୍ରୋଟୋକଲ ଅନୁସରଣ କରି ବିସ୍ଫୋରଣକୁ ସଫଳତାର ସହ ଶେଷ କରାଯାଇଛି । ବର୍ତ୍ତମାନ ସେଠାରେ ବିଶେଷଜ୍ଞ ଟିମ ମଧ୍ୟ ଉପସ୍ଥିତ ରହି କ୍ଷୟକ୍ଷତି ଓ ଅନ୍ୟାନ୍ୟ ଦିଗକୁ ଅନୁଧ୍ୟାନ ଜାରି ରଖିଛନ୍ତି । ବିପୁଳ ପରିମାଣର ବିସ୍ଫୋରକ ବ୍ୟବହାର ହୋଇଥିବାରୁ ବିସ୍ଫୋରକର କିଛି ଅଂଶବିଶଷ ମିଳିବା ଆଶଙ୍କା ଥିବାରୁ ବୋମା ନିଷ୍କ୍ରିୟକାରୀ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କେବଳ ବିଭିନ୍ନ ବୈଷୟିକ କ୍ଷେତ୍ରରେ ବିଶେଷଜ୍ଞ ଅଧିକାରୀ ଓ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପ୍ରବେଶ ଅନୁମତି ମିଳିଛି ।"
ଅନ୍ୟପଟେ ବିସ୍ଫୋରଣରେ ପ୍ରବଳ ଧୂଳି ନିର୍ଗତ ହୋଇଥିବାବେଳେ, ସ୍ଥାନୀୟ ଅଞ୍ଚଳରେ ପାଣି-ସ୍ପ୍ରେ ଜାରି ରଖିଛି ପୌର ପ୍ରଶାସନ । ଏହି ବିସ୍ପୋରଣକୁ ଦେଖିବା ପାଇଁ ଦୂରରେ ଥିବା ସମସ୍ତ ବିଲ୍ଡିଂରେ ଛାତରେ ଲୋକମାନଙ୍କ ଭିଡ ଦେଖିବାକୁ ମିଳିଥିଲା । ଆଉ କିଛି ସମୟ ପରେ ବିସ୍ଫୋରଣ ସମ୍ପର୍କିତ ବୈଷୟିକ ତଥ୍ୟ ମଧ୍ୟ ସାମ୍ନାକୁ ଆସିବ । କିନ୍ତୁ ପ୍ରାଥମିକ ଭାବେ ଏହି ବିସ୍ଫୋରଣ ପୂର୍ବ ନିର୍ଦ୍ଧାରିତ ପ୍ରୋଟୋକଲ ଅନୁସାରେ ସଫଳତାର ସହ 9 ସେକେଣ୍ଡରେ ଶେଷ ହୋଇଥିବା କୁହାଯାଉଛି ।