ନୂଆଦିଲ୍ଲୀ: ତାଲିବାନୀ ଶାସନ ଭୟରେ ଆଫଗାନିସ୍ତାନ ଛାଡୁଛନ୍ତି ଲୋକେ । ତାଲିବାନ ଆତଙ୍କବାଦୀଙ୍କଠାରୁ ରକ୍ଷା ପାଇବା ପାଇଁ ଅନେକ ଦେଶ ଛାଡ଼ି ଅନ୍ୟତ୍ର ପଳାୟନ କରୁଛନ୍ତି । ଏହି କ୍ରମରେ ଭାରତ ମଧ୍ୟ ନିଜ ନାଗରିକଙ୍କୁ ସୁରକ୍ଷିତ ଭାବେ ସେଠାରୁ ସ୍ଥାନାନ୍ତରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛି । ମହାମାରୀ ସମୟରେ ଆଫଗାନିସ୍ତାନରୁ ଲୋକଙ୍କୁ ସ୍ଥାନାନ୍ତରଣ ନେଇ କୋରୋନା ଭୟ ମଧ୍ୟ ଦେଖାଦେଇଛି । ଏଣୁ ଆଫଗାନିସ୍ତାନରୁ ଆସୁଥବା ଲୋକେ ୧୪ ଦିନିଆ କ୍ବାରେଣ୍ଟାଇନରେ ରହିବା ପାଇଁ ଦିଲ୍ଲୀରେ ଥିବା ସେନାର ଦକ୍ଷିଣପଶ୍ଚିମ ଚୈଓ୍ବାଲେ ବ୍ୟବସ୍ଥା କରାଯାଇଛି । ସେଠାରେ ୧୪ ଦିନିଆ କ୍ବାରେଣ୍ଟାଇନରେ ରହିବା ଏକ ପ୍ରକାର ବାଧ୍ୟତାମୂଳକ କରାଯାଇଛି ।
ସେପଟେ ମଙ୍ଗଳବାର ଆଫଗାନିସ୍ତାନରୁ ଆସିଥିବା 78 ଜଣଙ୍କ ମଧ୍ୟରେ କେହି କୋଭିଡ ପଜିଟିଭ ନଥିବା ITBP ପକ୍ଷରୁ ସୂଚନା ଦିଆଯାଇଛି । ଆଫଗାନରୁ ଆସୁଥିବା ଲୋକଙ୍କୁ ଦକ୍ଷିଣ-ପଶ୍ଚିମର ଛୱଲା ସ୍ଥିତ ଫୋର୍ସର କେନ୍ଦ୍ରରେ 14 ଦିନ କ୍ବାରେଣ୍ଚାଇନରେ ରହିବା ପାଇଁ ସେମାନଙ୍କୁ ସେଠାକୁ ପଠାଯାଇଛି।
ସେପଟେ, ମଙ୍ଗଳବାର ସରକାର ଘୋଷଣା କରିଛନ୍ତି ଯେ, ଆଫଗାନିସ୍ତାରୁ ଆସୁଥିବା ଲୋକଙ୍କୁ ଚାୱଲା ସ୍ଥିତ ଆଇଟିବିପି କେନ୍ଦ୍ରରେ 14 ଦିନିଆ କ୍ବାରେଣ୍ଚାଇନ କେନ୍ଦ୍ରରେ କରିବାକୁ ପଡିବ । ଏନେଇ ସେନାକୁ ମଧ୍ୟ ଆବଶ୍ୟକ ବ୍ୟବସ୍ଥା କରିବାକୁ କୁହାଯାଇଛି । ବିମାନ ବନ୍ଦରରୁ ଚୱଲା କ୍ୟାମ୍ପକୁ ଯାତ୍ରୀ ପରିବହନ ବ୍ୟବସ୍ଥା କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି । କୋରୋନା ପରୀକ୍ଷା ବେଳେ ଯେ କୌଣସି ବ୍ୟକ୍ତି ପଜିଟିଭ ଚିହ୍ନଟ ହେଲେ । ସେମାନଙ୍କୁ କୋଭିଡ କେୟାର ସେଣ୍ଟର କିମ୍ବା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ବର୍ତ୍ତମାନର ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ରସ୍ବାସ୍ଥ୍ୟ ମନ୍ତ୍ରଣାଳୟ RT-PCR ଟେଷ୍ଟକୁ ବାଦ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ