ETV Bharat / bharat

5 ମାସ ହେବ କେନ୍ଦ୍ର ସହ ଆଲୋଚନା ହୋଇନି: କୃଷକ ନେତା ରାକେଶ ଟିକାୟତ - କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର

ନୂତନ କୃଷି ଆଇନ ବିରୋଧରେ ତେଜୁଛି କୃଷକ ଆନ୍ଦୋଳନ । ଆଲୋଚନା କରିବା ପାଇଁ କୃଷକ ନେତା ରାକେଶ ଟିକାୟତଙ୍କୁ ନିମନ୍ତ୍ରଣ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । ଅଧିକ ପଢନ୍ତୁ....

No communication with Centre in past five months, says farmer leader Rakesh Tikait
5 ମାସ ହେବ କେନ୍ଦ୍ର ସହ ଆଲୋଚନା ହୋଇନି:କୃଷକ ନେତା ରାକେଶ ଟିକାୟକ
author img

By

Published : Jul 4, 2021, 7:02 AM IST

ନୂଆଦିଲ୍ଲୀ: ନୂତନ କୃଷି ଆଇନ ବିରୋଧରେ ଆଲୋଚନା କରିବା ପାଇଁ କୃଷକ ନେତା ରାକେଶ ଟିକାୟତଙ୍କୁ ନିମନ୍ତ୍ରଣ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଗତ 5 ମାସ ହେବ କୃଷି ଆଇନକୁ ନେଇ ଲାଗି ରହିଥିବା ବିବାଦକୁ ନେଇ କୈଣସି ଆଲୋଚନା ହୋଇନି ବୋଲି କହିଛନ୍ତି କୃଷକ ନେତା ଟିକାୟତ । ପୂର୍ବରୁ ଏନେଇ କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ କୈଣସି ନିଷ୍କର୍ସ ବାହାରି ପାରିନାହିଁ ।

କୃଷକ ନେତା କହିଛନ୍ତି ଯେ ଆସନ୍ତା ସଂସଦ ଅଧିବେଶନରେ ଚାଷୀଙ୍କ ସମସ୍ୟା ଉପରେ ଆଲୋଚନା କରାଯିବା ଉଚିତ। ଏଥିସହ ଆଗାମୀ ଦିନରେ ବସିବାକୁ ଥିବା ସଂସଦରେ ଅଧିବେଶନ ଅନୁଷ୍ଠିତ ହେବ । ସଂସଦ ଘେରାଉ କରିବାର କୌଣସି ଯୋଜନା କୃଷକଙ୍କର ନାହିଁ । କୃଷକମାନେ ସରକାରଙ୍କ ଉପରେ ବିଶ୍ବାସ କରୁଛନ୍ତି। ତଥାପି, ଆମେ ଚାହୁଁ ଯେ ଯିଏ ଆମ ସହ କଥା ହେବା ପାଇଁ ନିଯୁକ୍ତି ପାଇଛନ୍ତି । ସେ ମଧ୍ୟ ନିଷ୍ପତ୍ତି ନେବାକୁ ଯଥେଷ୍ଟ ପରିମାଣରେ ସାମର୍ଥ୍ୟ ଥିବା ଦରକାର ।

ସେପ୍ଟେମ୍ବରରେ ଏକ ବୈଠକ ହେବ ଏବଂ ତା’ପରେ ଆମେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​କାର୍ଯ୍ୟାନୁଷ୍ଠାନ ବିଷୟରେ ନିଷ୍ପତ୍ତି ନେବୁ ବୋଲି ଟିକାୟତ କହିଛନ୍ତି। ଆନ୍ଦୋଳନକୁ ଶେଷ କରିବା ପାଇଁ କୃଷକଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି ଟିକାୟତ କହିଛନ୍ତି । କୃଷକମାନେ ଯେ କୌଣସି ସ୍ଥାନକୁ ଆନ୍ଦୋଳନ ପାଇଁ ଯାଉଛନ୍ତି । ସେଠି ଖରା ଓ ଶୀତର ସାମ୍ନା କରିଛନ୍ତି । ବର୍ଷା ପାଇଁ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି କୃଷକ ନେତା ।

ଗତ ନଭେମ୍ବର ମାସରୁ ନୂତକ କୃଷି ଆଇନକୁ ବିରୋଧ କରି ସିଙ୍ଘୁ ବର୍ଡର ସମେତ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରାଯାଉଛି । ଏହି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଅଡି ବସିଛନ୍ତି ଚାଷୀ । ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ବିଭିନ୍ନ କୃଷକ ସଂଗଠନ ସାମିଲ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.