ETV Bharat / bharat

କଂଗ୍ରେସକୁ ଫେରିବାର ସମୟ ଚାଲିଯାଇଛି: ଅମରିନ୍ଦର

author img

By

Published : Oct 31, 2021, 7:41 AM IST

କ୍ୟାପ୍ଟେନ ଅମରିନ୍ଦର ସିଂ କଂଗ୍ରେସ ଫେରିବା ଖବରକୁ ଖଣ୍ଡନ କଲେ । ଆଉ ଦଳକୁ ଫେରିବାର ସମୟ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଅଧିକ ପଢନ୍ତୁ...

କଂଗ୍ରେସକୁ ଫେରିବାର ସମୟ ଚାଲିଯାଇଛି: ଅମରିନ୍ଦର
କଂଗ୍ରେସକୁ ଫେରିବାର ସମୟ ଚାଲିଯାଇଛି: ଅମରିନ୍ଦର

ଚଣ୍ଡୀଗଡ: କଂଗ୍ରେସ ଛାଡିଥିବା ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ନୂଆ ଦଳ ଘୋଷଣା ପରେ କଂଗ୍ରେସ ଛାତିରେ ପଶିଛି ଛନକା । ପୁଣିଥରେ ଅମରିନ୍ଦରଙ୍କୁ ଫେରାଇ ଆଣିବା ପାଇଁ କସରତ ଆରମ୍ଭ କରିଦେଇଛି କଂଗ୍ରେସ । ହେଲେ ଆଉ ଦଳକୁ ଫେରିବେ ନାହିଁ ସିଧା ସିଧା ମନା କରିଦେଇଛନ୍ତି କ୍ୟାପ୍ଟେନ ଅମରିନ୍ଦର ।

ତେବେ ଦଳକୁ ଫେରିବା ପାଇଁ ଅମରିନ୍ଦର କଂଗ୍ରେସ ସହ ଭିତିରିଆ କଥାବାର୍ତ୍ତା କରୁଥିବା ଚର୍ଚ୍ଚା ହେବା ପରେ ଏହାକୁ ସେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, 'କଂଗ୍ରେସରେ ମିଶିବାର ସମୟ ପଳାଇ ଯାଇଛି । ସୋନିଆ ଗାନ୍ଧୀଙ୍କ ନିକଟରେ ମୁଁ କୃତଜ୍ଞ । ହେଲେ ଦଳରେ ଆଉ ରହିବି ନାହିଁ ।'

ସୂଚନା ଅନୁଯାୟୀ କଂଗ୍ରେସ ତଥା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର କିଛି ମାସ ପରେ ଅମରିନ୍ଦର ନୂଆ ଦଳ ପାଇଁ ଘୋଷଣା କରିଛନ୍ତି । ଏଥିସହ ସେ ନବଜୋତ ସିଂ ସିଦ୍ଧୁଙ୍କୁ ସିଧାସଳଖ ପ୍ରତିଦ୍ବନ୍ଦୀ କରିବେ ବୋଲି ସ୍ପଷ୍ଟ କରିଛନ୍ତି । ସିଦ୍ଧୁ ଯେଉଁଠୁ ଛିଡାହେବେ ସେ ସେଠାରୁ ପ୍ରତିଦ୍ବନ୍ଦୀତା କରିବେ ବୋଲି କହିଥିଲେ । ଏହାପରେ ଅମରିନ୍ଦରଙ୍କୁ ଦଳକୁ ଫେରାଇ ଆଣିବା ପାଇଁ କଂଗ୍ରେସ ତାଙ୍କ ସହ ଭିତିରିଆ କଥାବାର୍ତ୍ତା କରୁଥିବା ଆଲୋଚନା ହେଉଥିଲା ।

ମାତ୍ର ଏହାକୁ ଅମରିନ୍ଦର ନିଜେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ମୁଁ ଖୁବଶୀଘ୍ର ନିଜର ଏକ ଦଳ ଘୋଷଣା କରିବି ଏବଂ ବିଜେପି ସହ ଆସନ ବଣ୍ଟନ କରିବି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.