ETV Bharat / bharat

ଉତ୍ତରପ୍ରଦେଶ ଫୁଲପୁରରୁ ୨୦୨୪ ନିର୍ବାଚନ ଲଢିବେ ନୀତିଶ କୁମାର ! - ନୀତିଶ କୁମାର

ଉତ୍ତରପ୍ରଦେଶ ଫୁଲପୁରରୁ ୨୦୨୪ ନିର୍ବାଚନ ଲଢି ପାରନ୍ତି ନୀତିଶ କୁମାର । ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ତାଙ୍କୁ ଅଫର ଦେଇଥିବା ସୂଚନା । ଅଧିକ ପଢନ୍ତୁ

ଉତ୍ତରପ୍ରଦେଶ ଫୁଲପୁରରୁ ୨୦୨୪ ନିର୍ବାଚନ ଲଢିବେ ନୀତିଶ କୁମାର !

author img

By

Published : Sep 18, 2022, 10:48 AM IST

ପାଟନା: ୨୦୨୪ ପାଇଁ ବଳ ଗୋଟାଉଛି ବିରୋଧୀ ମେଣ୍ଟ । ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ କେନ୍ଦ୍ରରୁ ହଟାଇବାକୁ ନୀତିଶ କୁମାର ପଣ କରିଛନ୍ତି । ବିହାରରେ ଏନଡିଏ ସହ ମେଣ୍ଟ ଭାଙ୍ଗିବା ପରେ ସେ ବିଜେପି ବିରୋଧରେ ମିଳିତ ଲଢେଇ ପାଇଁ ବିରୋଧି ଦଳଗୁଡିକୁ ଏକାଠି କରିବାରେ ଲାଗି ପଡିଛନ୍ତି । ତେବେ ଆସନ୍ତା ସାଧାରଣ ନିର୍ବାଚନ ନୀତିଶ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଗ୍ରହୀ ଥିବାର ଚର୍ଚ୍ଚା ହେଉଥିବା ବେଳେ ଏହାରି ଭିତରେ ଆଉ ଏକ ବଡ ଚର୍ଚ୍ଚା ଉଠିଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ ଉତ୍ତରପ୍ରଦେଶ ଫୁଲପୁର(Phulpur) ଲୋକସଭା ଆସନରୁ ୨୦୨୪ ନିର୍ବାଚନ ଲଢିପାରନ୍ତି(Nitish Kumar to contest 2024 polls from Phulpur) । ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ତାଙ୍କୁ ଏହି ଅଫର ଦେଇଥିବା ମିଡିଆ ରିପୋର୍ଟରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଅଖିଳେଶ ଯାଦବ(Akhilesh Yadav) ଉତ୍ତରପ୍ରଦେଶର ଯେକୌଣସି ଆସନରୁ ଲୋକସଭା ନିର୍ବାଚନ ଲଢିବାକୁ ନୀତିଶ କୁମାରଙ୍କୁ ଅଫର ଦେଇଛନ୍ତି । ସେ ନିଜ ଇଚ୍ଛାରେ ଯେକୌଣସି ଆସନରୁ ପ୍ରତିଦ୍ବନ୍ଦିତା କଲେ ସମାଜବାଦୀ ପାର୍ଟି ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସପା ନେତା । ତେବେ ଏହାମଧ୍ୟ ଶୁଣିବାକୁ ମିଳୁଛି ଯେ, ଫୁଲପୁରର ଜେଡିୟୁ କାର୍ଯ୍ୟକର୍ତ୍ତା ନୀତିଶ ଏଠାରୁ ପ୍ରାର୍ଥୀ ହୁଅନ୍ତୁ ବୋଲି ଦାବି କରିଛନ୍ତି ।

ଜେଡିୟୁ ସଭାପତି ଲଲନ ସିଂହ ମଧ୍ୟ ଉତ୍ତରପ୍ରଦେଶରେ ନୀତିଶଙ୍କ ପ୍ରାର୍ଥୀତ୍ବ ନେଇ ସଙ୍କେତ ଦେଇଛନ୍ତି । ତେବେ କେବଳ ଫୁଲପୁର ନୁହେଁ, ଆମ୍ବେଦକର ନଗର, ଏବଂ ମିର୍ଜାପୁର ଲୋକସଭା ଆସନରୁ ନିର୍ବାଚନ ଲଢିବାକୁ ତାଙ୍କୁ ଅଫର ମିଳିଛି । ନୀତିଶ କୁମାର ଲୋକସଭା ନିର୍ବାଚନ ଲଢିବେ ନା ନାହିଁ ଠିକ୍ ସମୟରେ ସେନେଇ ନିଷ୍ପତ୍ତି ନିଆଯିବ । ହେଲେ ତାଙ୍କୁ ଆମ୍ବେଦକର ନଗର ଓ ମିର୍ଜାପୁରରୁ ପ୍ରାର୍ଥୀ ହେବାର ଅଫର ମିଳିଥିବା ଲଲନ ସିଂହ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାଣିକରାଓ ଗାଭିତଙ୍କ ପରଲୋକ

ସେ ଆହୁରିମଧ୍ୟ କହିଛନ୍ତି ଯେ, ''ଉତ୍ତରପ୍ରଦେଶରେ ବିରୋଧିଙ୍କ ଏକତା ଖୁବ୍ ଗୁରୁତ୍ବପୂର୍ଣ୍ଣ । ଯଦି ଏପରି ହୁଏ, ତେବେ ବିଜେପି କେବଳ ୧୫ରୁ ୨୦ ଆସନ ହାତେଇବାରେ ସକ୍ଷମ ହେବ ।'' ଫୁଲପୁର ଆସନ ନରେନ୍ଦ୍ର ମୋଦିଙ୍କ ବାରଣାସୀ ଆସନ ଠାରୁ ୧୦୦ କିମି ଦୂର । ୨୦୨୪ରେ ମୋଦିଙ୍କୁ ଚ୍ୟାଲେଞ୍ଜ ଦେବାକୁ ହେଲେ ନୀତିଶଙ୍କୁ ଉତ୍ତରପ୍ରଦେଶରେ ବଡ ବିଜୟ ହାସଲ କରିବାକୁ ପଡିବ । ନଚେତ୍ ୨୦୨୪ ପାଇଁ ତାଙ୍କର ମିଶନ ଅସଫଳ ରହିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.